ନିଷ୍ଠୁର ମଣିଷର ନୃଶଂସ କାଣ୍ଡ: ୪ କୁକୁରକୁ ଜିଅନ୍ତା ଜାଳିଦେଲେ, ୧୬ଟିକୁ ବିଷ

ପୁନେ:ପଶୁ ଉପରେ ପାଶବିକ ଅତ୍ୟାଚାର। ମିରିଯାଉଛି ମାନବିକତା। କ୍ରୋଧ ଆଉ ରାଗରେ ଜର୍ଜରିତି ହୋଇ ଆଜିର ମଣିଷ କେତେ ତଳକୁ ଖସିଯାଇପାରେ ତା’ର ନଗ୍ନ ନମୁନା ପୁନେରେ ଦେଖିବାକୁ ମିଲିଛି। ପୁନେର ବାନେର ଅଞ୍ଚଳରେ ୪ ଟି କୁକୁରୁ ଜିଅନ୍ତା ଜାଳି ଦିଆଯାଇଛି। କେବଳ ସେତିକି ନୁହଁ ଅନ୍ୟ ୧୬ଟି କୁକୁରକୁ ବିଷ ଦିଆଯାଇଛି। ଏହାକୁ ନେଇ ପଶୁପ୍ରେମେଙ୍କ ମଧ୍ୟରେ ଘୋର ଆଲୋଡ଼ନ ସୃଷ୍ଟି କରିଛି। ପ୍ରାଣୀ ସୁରକ୍ଷା ପାଇଁ କାମ କରୁଥିବା ଏନଜିଓ ସଂସ୍ଥା ଆକଟା(ଆକ୍ସନ […]

dog-1

dog-1

Rakesh Mallick
  • Published: Wednesday, 04 October 2017
  • Updated: 04 October 2017, 08:53 AM IST

Sports

Latest News

ପୁନେ:ପଶୁ ଉପରେ ପାଶବିକ ଅତ୍ୟାଚାର। ମିରିଯାଉଛି ମାନବିକତା। କ୍ରୋଧ ଆଉ ରାଗରେ ଜର୍ଜରିତି ହୋଇ ଆଜିର ମଣିଷ କେତେ ତଳକୁ ଖସିଯାଇପାରେ ତା’ର ନଗ୍ନ ନମୁନା ପୁନେରେ ଦେଖିବାକୁ ମିଲିଛି। ପୁନେର ବାନେର ଅଞ୍ଚଳରେ ୪ ଟି କୁକୁରୁ ଜିଅନ୍ତା ଜାଳି ଦିଆଯାଇଛି। କେବଳ ସେତିକି ନୁହଁ ଅନ୍ୟ ୧୬ଟି କୁକୁରକୁ ବିଷ ଦିଆଯାଇଛି। ଏହାକୁ ନେଇ ପଶୁପ୍ରେମେଙ୍କ ମଧ୍ୟରେ ଘୋର ଆଲୋଡ଼ନ ସୃଷ୍ଟି କରିଛି। ପ୍ରାଣୀ ସୁରକ୍ଷା ପାଇଁ କାମ କରୁଥିବା ଏନଜିଓ ସଂସ୍ଥା ଆକଟା(ଆକ୍ସନ ଫର୍‌ ଆନିମାଲ୍ସ ଏଗ୍ନେଷ୍ଟ କ୍ରୁଏଲଟି ଆଣ୍ଡ ଟ୍ରୁମା) ପକ୍ଷରୁ ଏନେଇ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ଶବ ଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଯାଇଛି।  ସେହିପରି ତଦନ୍ତ ବେଳେ ଅନେକ କୁକୁରଙ୍କ ହାଡ଼ କଙ୍କାଳ ଉଦ୍ଧାର କରାଯାଇଛି।  ତେଣୁ ଅଧିକ ସଂଖ୍ୟାରେ କୁକୁରକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଗତ କିଛିଦିନ ଧରି କୁକୁର ଗୁଡ଼ିକ ମରିପଡ଼ିବା  ଏବଂ ତାଙ୍କ ପୋଡ଼ା ଶବ ରାସ୍ତା ପାଖରେ ପଡ଼ିବା ନେଇ ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଏନଜିଓ ପକ୍ଷରୁ ଥାନାରେ ମାମଲା କରାଯାଇଛି। କୁକୁର ବଂଶ ବୃଦ୍ଧି ଏବଂ ସେମାନଙ୍କ ଉତ୍ପାତରେ ଅସହ୍ୟ ହୋଇ ଲୋକେ ତାଙ୍କୁ ମାରିଦେଇଥିବା  ତଦନ୍ତ ବେଳେ ଜଣାପଡ଼ିଛି। ତେବେ ଏହି ଘଟଣାରେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos