ବନ୍ୟା ଜଳରୁ ଉଦ୍ଧାର ହେଲା କୁକୁର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପ୍ରତିଦିନ ସୋଶାଲ ମିଡିଆରେ ଏମିତି କିଛି ଭିଡିଓ ଆସେ, ଯାହାକୁ ଦେଖିଲେ ଆମେ ବେଶ ଭାବପ୍ରବଣ ହୋଇଯାଇ ଥାଉ। ଏହିକ୍ରମରେ ଆଜି ମଧ୍ୟ ଇଣ୍ଟରନେଟ୍‌ରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଅନେକ ଲୋକ ପସନ୍ଦ କରି ଖୁସି ହୋଇଯାଇଛନ୍ତି। ଭିଡିଓରେ ଗୋଟିଏ କୁକୁରକୁ ବନ୍ୟା ଜଳରୁ ଉଦ୍ଧାର କରାଯିବା ବେଳର ଦୃଶ୍ୟ ରହିଛି। ଦକ୍ଷିଣପୂର୍ବ ମେକ୍ସିକୋରେ ବର୍ତ୍ତମାନ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲକ୍ଷଲକ୍ଷ ଲୋକ ବନ୍ୟା ଯୋଗୁ ଜଳବନ୍ଦୀ ହୋଇଛନ୍ତି। ଲୋକଙ୍କୁ […]

j

Hemant Lenka
  • Published: Monday, 16 November 2020
  • , Updated: 16 November 2020, 05:31 PM IST

ନୂଆଦିଲ୍ଲୀ: ପ୍ରତିଦିନ ସୋଶାଲ ମିଡିଆରେ ଏମିତି କିଛି ଭିଡିଓ ଆସେ, ଯାହାକୁ ଦେଖିଲେ ଆମେ ବେଶ ଭାବପ୍ରବଣ ହୋଇଯାଇ ଥାଉ। ଏହିକ୍ରମରେ ଆଜି ମଧ୍ୟ ଇଣ୍ଟରନେଟ୍‌ରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଅନେକ ଲୋକ ପସନ୍ଦ କରି ଖୁସି ହୋଇଯାଇଛନ୍ତି। ଭିଡିଓରେ ଗୋଟିଏ କୁକୁରକୁ ବନ୍ୟା ଜଳରୁ ଉଦ୍ଧାର କରାଯିବା ବେଳର ଦୃଶ୍ୟ ରହିଛି।

ଦକ୍ଷିଣପୂର୍ବ ମେକ୍ସିକୋରେ ବର୍ତ୍ତମାନ ପ୍ରବଳ ବନ୍ୟା ପରିସ୍ଥିତି ଦେଖାଦେଇଛି। ଲକ୍ଷଲକ୍ଷ ଲୋକ ବନ୍ୟା ଯୋଗୁ ଜଳବନ୍ଦୀ ହୋଇଛନ୍ତି। ଲୋକଙ୍କୁ ଉଦ୍ଧାର କରିବା ବେଳେ ବନ୍ୟା ଜଳରେ ଫସିଥିବା ଗୋଟିଏ କୁକୁର ଉପରେ ନଜର ପଡ଼ିଥିଲା। କୁକରଟି ଅଣ୍ଟା ପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିଥିଲା। ତେବେ ସେ ବନ୍ୟା ଜଳରୁ ରକ୍ଷା ପାଇବା ପାଇଁ ଗୋଟିଏ ଘରକୁ ଭରା ଦେଇ ଲୁହାର ରେଲିଂ ଧରିଥିଲା। ଏହା ଦେଖିବା କ୍ଷଣି ଉଦ୍ଧାରକାରୀ ଦଳ ଡଙ୍ଗା ନେଇ କୁକୁର ପାଖରେ ପହଞ୍ଚିଥିଲେ।

କୁକୁର ସେମାନଙ୍କୁ ଦେଖି ସାମାନ୍ୟ ଭୟଭୀତ ହୋଇଯାଇଥିଲା। ହେଲେ ଉଦ୍ଧାରକାରୀ ଦଳରେ ଥିବା ଜଣେ ବ୍ୟକ୍ତି ପ୍ରଥମେ କୁକୁରଟିକୁ ଶାନ୍ତ କରାଇଥିଲେ। ଏହାପରେ ସେ ନିଜେନିଜେ ପାଣି ମଧ୍ୟରୁ ବେଶ ଆରାମରେ ଡଙ୍ଗା ଉପରକୁ ଆସି ଯାଇଥିଲା। ତା’କୁ ଉଦ୍ଧାର କରାଯିବା ପରେ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଉଦ୍ଧାରକାରୀ ଦଳରେ ଥିବା ଜଣେ ମହିଳା କୁକୁରଟିକୁ କାଖ କରି ପାଣିରୁ ନେଉଥିବା ଦୃଶ୍ୟ ମଧ୍ୟ ରହିଛି।

ଏହି ଭିଡିଓକୁ ଦେଖି ଅନେକ ଲୋକ ଭାବପ୍ରବଣ ହୋଇଯାଇଛନ୍ତି। ସମସ୍ତେ ଉଦ୍ଧାରକାରୀ ଦଳକୁ ପ୍ରଶଂସା କରି ଭିଡିଓକୁ ଶେୟାର କରିବାରେ ଲାଗିଛନ୍ତି।

Related story