ଅଜବ ମନ୍ଦିର, ଯେଉଁଠି ପୂଜା ପାଆନ୍ତି କୁକୁର ଦେବୀ

ଝାନ୍‌ସୀ: କୁକୁରକୁ ଆମେ ସବୁବେଳେ ଏକ ହୀନ ଜନ୍ତୁ ଭାବରେ ଗ୍ରହଣ କରିଥାଉ। କୁକୁରକୁ ଦେଖିଲେ ଦୂରଦୂର ମାର୍ ମାର୍ କରୁ। ଆଉ ଯଦି ପୂଜାପାଠ ହେବାକୁ ଥିବା ସ୍ଥାନରେ କୁକୁର ପଶିଲା, ତେବେ ତ କଥା ସରିଲା। ପୂଜକ ମହାଶୟ ପୂରା ଜାଗାଟିକୁ ଆଉଥରେ ଶୁଦ୍ଧି କରିଥାନ୍ତି। କିନ୍ତୁ କଥାରେ ଅଛି, ଯେତେ ହୀନ ଜନ୍ତୁଟିଏ ହେଉ ବରଂ, ଦିନେ ତାର ବି ଭଲ ସମୟ ଆସେ। ତେଣୁ ଏହି ଘୃଣ୍ୟ ଜନ୍ତୁଟିକୁ ମଧ୍ୟ ଭଲ […]

Kutia Mandir copy

Kutia Mandir copy

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 10:46 AM IST

ଝାନ୍‌ସୀ: କୁକୁରକୁ ଆମେ ସବୁବେଳେ ଏକ ହୀନ ଜନ୍ତୁ ଭାବରେ ଗ୍ରହଣ କରିଥାଉ। କୁକୁରକୁ ଦେଖିଲେ ଦୂରଦୂର ମାର୍ ମାର୍ କରୁ। ଆଉ ଯଦି ପୂଜାପାଠ ହେବାକୁ ଥିବା ସ୍ଥାନରେ କୁକୁର ପଶିଲା, ତେବେ ତ କଥା ସରିଲା। ପୂଜକ ମହାଶୟ ପୂରା ଜାଗାଟିକୁ ଆଉଥରେ ଶୁଦ୍ଧି କରିଥାନ୍ତି। କିନ୍ତୁ କଥାରେ ଅଛି, ଯେତେ ହୀନ ଜନ୍ତୁଟିଏ ହେଉ ବରଂ, ଦିନେ ତାର ବି ଭଲ ସମୟ ଆସେ। ତେଣୁ ଏହି ଘୃଣ୍ୟ ଜନ୍ତୁଟିକୁ ମଧ୍ୟ ଭଲ ପାଇବାକୁ ଏକ ସ୍ଥାନ ରହିଛି ଆମ ଦେଶରେ।

ହିନ୍ଦୁ ଧର୍ମ ଶାସ୍ତ୍ରରେ ୩୩ କୋଟି ଦେବୀ ଦେବତାଙ୍କ ବିଷୟରେ ଶୁଣିବାକୁ ମିଳେ। କିନ୍ତୁ ଉତ୍ତରପ୍ରଦେଶର ଝାନ୍‌ସୀରେ ଏକ ଗାଁ ରହିଛି ଯେଉଁଠାରେ, ଏପରି ଜଣେ ଦେବୀଙ୍କୁ ପୂଜା କରାଯାଇଥାଏ,  ଯାହା ହୁଏତ ପୂର୍ବରୁ ଆପଣ ଶୁଣିନଥିବେ। ଝାନ୍‌ସୀ ତହସିଲ ଅନ୍ତର୍ଗତ ମଉରାନୀପୁରଠାରେ ଏକ ଛୋଟ ମନ୍ଦିର ଅଛି ଯେଉଁଠି ପୂଜା ପାଆନ୍ତି କୁକୁର ମହରାଣୀ ମାଆ। ଶ୍ରଦ୍ଧାଳୁମାନେ ପରିବାରର ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ମନ୍ଦିରରେ ପୂଜାର୍ଚ୍ଚାନା ମଧ୍ୟ କରିଥାନ୍ତି।

ଏହି ମନ୍ଦିରଟି କୁତିଆ ମହାରାଣୀ ମନ୍ଦିର ନାମରେ ଆଖାପାଖରେ ଖୁବ୍ ଜଣାଶୁଣା। କାରଣ ଏଠାକାର ଠାକୁରାଣୀ ହେଲେ କୁତ୍ତି ବା ମାଈ କୁକୁର। ଏହି ମନ୍ଦିରକୁ ସମାଧି ଆକାରରେ ନିର୍ମାଣ କରାଯାଇଛି। ଯାହାକୁ ଏକ ମନ୍ଦିରର ପ୍ରତୀକ ଭାବେ ନିଆଯାଇଛି। ଭକ୍ତଗଣ ପୂଜା ପରେ ଏଠାରେ କୁକୁର ମହାରାଣୀଙ୍କ ଜୟ ଜୟକାର ମଧ୍ୟ କରିଥାନ୍ତି।

କେମିତି ସ୍ଥାପନ ହୋଇଥିଲା ମନ୍ଦିର: ଗାଁ ଲୋକେ କୁହନ୍ତି, ପୂର୍ବରୁ ଏଠାରେ ଲୋକମାନଙ୍କ ଦ୍ୱାରା ପୂଜା ପାଠ କରାଯାଉଥିଲା। ବଡ଼ ଆକାରର ଏକ ଭୋଜି ମଧ୍ୟ କରାଯାଉଥିଲା। ଏଠାରେ ଖାଦ୍ୟ ଖାଇବାକୁ ଏକ କୁକୁର ଆସିଥାଏ। କିଛିଦିନ ପରେ ରୋଗରେ ସେହି କୁକୁରର ମୃତ୍ୟୁ ହୋଇଥିଲା। ଏହା ଲୋକମାନଙ୍କୁ ଖୁବ୍ ବାଧିଲା। ମୃତ୍ୟୁ ସ୍ଥାନରେ ଲୋକମାନେ ସେହି କୁକୁରଟିକୁ ପୋତି ଦେଇଥିଲେ। ପରେ ସେଠାରେ ଏକ ସମାଧି ଆକାରର ମନ୍ଦିର ପ୍ରତିଷ୍ଠା କରା ଯାଇଥିଲା। ସେହି ସମାଧିଟିକୁ ଲୋକମାନେ ଏବେ ପୂଜା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story