ଚୀନ୍‌କୁ ଝଟକା: ଆମେରିକା ପରେ ଜାପାନ ମଧ୍ୟ ଭାରତକୁ ସମର୍ଥନ ଘୋଷଣା କଲା

ନୂଆଦିଲ୍ଲୀ: ଡୋକଲାମ ସୀମା ବିବାଦକୁ ନେଇ ଚୀନ୍‌ ଚଲାଇଥିବା ଦାଦାଗିରି ଫସର ଫାଟିବା ଅବସ୍ଥାକୁ ଆସିଗଲାଣି। ଏହି ଘଟଣାକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହେଉଥିବା ଚୀନ୍‌କୁ ପୁଣି ଏକ ଝଟକା ଲାଗିଛି। ଆମେରିକା ପରେ ଏବେ ଜାପାନ ମଧ୍ୟ ଭାରତକୁ ସମର୍ଥନ ଜଣାଇବାକୁ ଘୋଷଣା କରିଛି। ଅର୍ଥାତ ପରୋକ୍ଷରେ ଏହା ଚୀନ୍‌କୁ ସତର୍କ କରାଇ ଦେଇଛି। ଶକ୍ତି ବଳରେ କୌଣସି ଜମିର ସ୍ଥିତି ବଦଳାଇବାକୁ ଚେଷ୍ଟା ନ କରିବାକୁ ଜାପାନ ଚୀନ୍‌କୁ ପରାମର୍ଶ ଦେଇଛି। ଆଜତକ୍‌ […]

doklam

doklam

Rakesh Mallick
  • Published: Friday, 18 August 2017
  • Updated: 18 August 2017, 12:23 PM IST

Sports

Latest News

ନୂଆଦିଲ୍ଲୀ: ଡୋକଲାମ ସୀମା ବିବାଦକୁ ନେଇ ଚୀନ୍‌ ଚଲାଇଥିବା ଦାଦାଗିରି ଫସର ଫାଟିବା ଅବସ୍ଥାକୁ ଆସିଗଲାଣି। ଏହି ଘଟଣାକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହେଉଥିବା ଚୀନ୍‌କୁ ପୁଣି ଏକ ଝଟକା ଲାଗିଛି। ଆମେରିକା ପରେ ଏବେ ଜାପାନ ମଧ୍ୟ ଭାରତକୁ ସମର୍ଥନ ଜଣାଇବାକୁ ଘୋଷଣା କରିଛି। ଅର୍ଥାତ ପରୋକ୍ଷରେ ଏହା ଚୀନ୍‌କୁ ସତର୍କ କରାଇ ଦେଇଛି। ଶକ୍ତି ବଳରେ କୌଣସି ଜମିର ସ୍ଥିତି ବଦଳାଇବାକୁ ଚେଷ୍ଟା ନ କରିବାକୁ ଜାପାନ ଚୀନ୍‌କୁ ପରାମର୍ଶ ଦେଇଛି।

ଆଜତକ୍‌ ନ୍ୟୁଜ୍ ଚ୍ୟାନେଲ୍ ସହ ଏକ ସାକ୍ଷାତକାରରେ ଜାପାନ ରାଜଦୂତ ଙ୍କେଜୀ ହିରାମୁସ୍ତୁ କହିଛନ୍ତି- “ଡୋକଲାମକୁ ନେଇ ପ୍ରାୟ ୨ ମାସ ହେବ ବିବାଦ ଲାଗି ରହିଛି। ଏହାଦ୍ୱାରା ଏହି ଅଞ୍ଚଳରେ ସ୍ଥିରତା ପ୍ରଭାବିତ ହେଉଛି। ଏହା ଉପରେ ଆମର ନଜର ରହିଛି। ଚୀନ୍‌ ଓ ଭୁଟାନ ମଧ୍ୟରେ ଏହି କ୍ଷେତ୍ରକୁ ନେଇ ବିବାଦ ରହିଛି। ଏପରି ସ୍ଥିତିରେ ଏଠାରେ ଭୂଖଣ୍ଡର ସ୍ଥିତି ବଦଳାଇବାକୁ ଏକତରଫା ପଦକ୍ଷେପରୁ ଦୂରେଇ ରହିବାର ଆବଶ୍ୟକତା ରହିଛି ଓ ଶାନ୍ତିପୂର୍ଣ୍ଣ ଉପାୟରେ ଏହାର ସମାଧାନ ହେବା ଦରକାର।”

ସେ ଆହୁରି କହିଛନ୍ତି- “ଭୁଟାନ ସହ ଦ୍ୱିପାକ୍ଷିକ ସମ୍ପର୍କ ଯୋଗୁଁ ଭାରତ ଏହି ମାମଲାରେ ହସ୍ତକ୍ଷେପ କରୁଛି ବୋଲି ଆମେ ବିଚାର କରୁଛୁ। ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଏହା ସ୍ପଷ୍ଟ କରି ସାରିଛନ୍ତି ଯେ, ଆଲୋଚନା ଜରିଆରେ ଏହାର ସମାଧାନ କରାଯିବ। ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏହା ଉଚିତ ପଦକ୍ଷେପ ବୋଲି ଆମେ ବିଚାର କରୁଛୁ।”

ସୂଚନାଯୋଗ୍ୟ, ଡୋକଲାମରେ ଚୀନ୍‌ ସେନାର ଜୋରଜବରଦସ୍ତ ରାସ୍ତା ନିର୍ମାଣକୁ ଭାରତ ବିରୋଧ କରିବା ପରେ ବିବାଦ ଆରମ୍ଭ ହୋଇଛି। କିଛିମାସ ହେଲା ଉଭୟ ଦେଶର ସେନା ପରସ୍ପରକୁ ସାମ୍ନାସାମ୍ନା ହୋଇ ଛିଡା ହୋଇଛନ୍ତି। ଭାରତକୁ ଡରାଇବାକୁ ଚୀନ ବାରମ୍ବାର ଯୁଦ୍ଧ ଧମକ ଦେଉଛି। ଚୀନ୍‌ ଗଣମାମଧ୍ୟମ ଗୁଡିକ ଭାରତ ବିରୋଧୀ ଖବର ପ୍ରସାରଣ କରି ବିଶ୍ୱ ଦରବାରରେ ଭାରତକୁ ଅନୁପ୍ରବେଶକାରୀ କହିବାକୁ ଚେଷ୍ଟା କରୁଛନ୍ତି। ହେଲେ ଚୀନ୍‌ର ସବୁ ଚାଲ୍‌ ବିଫଳ ହୋଇଛି। ଭାରତ ପକ୍ଷରୁ ଏପରି ବିରୋଧର ସମ୍ମୁଖୀନ ହେବାକୁ କେବେ ଚିନ୍ତା କରି ନଥିବା ଚୀନ୍‌ ଏବେ ବିଳିବିଳି ହେଉଛି।

ସାରା ବିଶ୍ୱରେ ଚୀନ୍‌ ଏବେ ବଡ଼ଭାଇ ହେବାକୁ ଚେଷ୍ଟା କରୁଛି। ଆମେରିକାକୁ ପଛରେ ପକାଇ ମହାଶକ୍ତି ହେବାକୁ ଯେକୌଣସି ପଦକ୍ଷେପ ନେବାକୁ ପ୍ରସ୍ତୁତ ରହିଛି। ସେ ଉତ୍ତର କୋରିଆର ଆଣବିକ ଅସ୍ତ୍ର ବୃଦ୍ଧି ହେଉ କି ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ, ସବୁଠି ସହଯୋଗର ହାତ ବଢ଼ାଉଛି। ଚୀନ୍‌ର ଏପରି ଚାଲ୍‌ ବିଶ୍ୱବାସୀଙ୍କୁ ଅଛପା ନାହିଁ। ଚୀନ୍‌ ମଧ୍ୟ ଏହା ଜାଣି ସାରିଲାଣି ଯେ, ତା’ର ଏପରି ଗୋଟିଚାଳନା ଆଉ ବେଶିଦିନ ନୁହେଁ। ଅନ୍ୟପକ୍ଷରେ ଭାରତ ସହ ଯୁଦ୍ଧ କଲେ ଫଳାଫଳ ଯାହା ବି ହେଉ, ଏହା ଚୀନ୍‌ର ଅର୍ଥନୀତିକୁ ତଳିତଳାନ୍ତ କରିଦେବ, ଏହା ମଧ୍ୟ ତାକୁ ଭଲଭାବେ ଜଣା। ସ୍ଥିତି ବର୍ତ୍ତମାନ ଏମିତି ବଡଭାଇ ହେବାକୁ ଉଦ୍ୟମ କରୁଥିବା ଚୀନ୍‌ ଚାହିଁ ମଧ୍ୟ ଡୋକଲାମରୁ ନିଜ ସେନା ହଟାଇ ପାରୁନାହିଁ। କାରଣ ସେ ଭାବୁଛି ସେନା ହଟାଇ ନେଲେ ବିଶ୍ୱରେ ତାକୁ ନିନ୍ଦିତ ହେବାକୁ ପଡିବ ଓ ଭାରତର ସ୍ଥିତି ଆହୁରି ସୁଦୃଢ ହୋଇଯିବ। ଏପରି ହେଲେ ଉଭୟ ଦେଶର ସୀମାରେ ଚୀନ୍‌ ଚଳାଇଥିବା ଦାଦାଗିରିର ଅନ୍ତ ଘଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story