୨୫ ତାରିଖରୁ ଉଡ଼ିବ ବିମାନ

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଆସନ୍ତା ୨୫ ତାରିଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ। ପୂର୍ବରୁ ମେ’ ୧୫ ସୁଦ୍ଧା ଓ ପରେ ୧୯ ତାରିଖରୁ ବିମାନ ଉଡ଼ିବ ବୋଲି ଘୋଷଣା କରାଯାଇଥିଲା। ତେବେ କରୋନା ଲକଡାଉନ ଯୋଗୁ ଏହା ସମ୍ଭବପର ହୋଇ ପାରି ନଥିଲା। ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆସନ୍ତା ୨୫ ତାରିଖରୁ ପର୍ଯ୍ୟାୟକ୍ରମେ ଘରୋଇ ବିମାନ ସେବା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। […]

yrt

yrt

Hemant Lenka
  • Published: Wednesday, 20 May 2020
  • Updated: 20 May 2020, 05:18 PM IST

ନୂଆଦିଲ୍ଲୀ: କରୋନା ଲକଡାଉନ ମଧ୍ୟରେ ଆସନ୍ତା ୨୫ ତାରିଖରୁ ଦେଶରେ ଘରୋଇ ବିମାନ ସେବା ଆରମ୍ଭ ହେବ। ପୂର୍ବରୁ ମେ’ ୧୫ ସୁଦ୍ଧା ଓ ପରେ ୧୯ ତାରିଖରୁ ବିମାନ ଉଡ଼ିବ ବୋଲି ଘୋଷଣା କରାଯାଇଥିଲା। ତେବେ କରୋନା ଲକଡାଉନ ଯୋଗୁ ଏହା ସମ୍ଭବପର ହୋଇ ପାରି ନଥିଲା।

ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଆସନ୍ତା ୨୫ ତାରିଖରୁ ପର୍ଯ୍ୟାୟକ୍ରମେ ଘରୋଇ ବିମାନ ସେବା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ “ ଆମେ ଆସନ୍ତା ୨୫ ତାରିଖରୁ ବିମାନ ଚଳାଚଳ କରିବା ନିଷ୍ପତ୍ତି ନେଇଛୁ।

ବିମାନ ସେବା ଆରମ୍ଭ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ବିଭିନ୍ନ ବିମାନ କମ୍ପାନୀ ଓ ଏୟାରପୋର୍ଟ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି। ତେବେ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଏସଓପି ପାଳନ କରାଯିବ। ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯିବ।”

କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ସେବାକୁ ଦୀର୍ଘ ୨ ମାସରୁ ଅଧିକ ଦିନ ହେଲା ବନ୍ଦ ରଖାଯାଇଛି। ଗତକାଲି ଜୁନ ୧ରୁ ଟ୍ରେନ ଚଳାଚଳ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଏବେ ପର୍ଯ୍ୟାୟକ୍ରମେ ବିମାନ ସେବା ଆରମ୍ଭ କରିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos