ନିର୍ବାଚନ ପ୍ରଚାର ପାଇଁ ମୋଦିଙ୍କୁ ନକଲ କଲେ ଟ୍ରମ୍ପ

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ରିପବ୍ଲିକାନ ଦଳର ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ନିଜ ପକ୍ଷକୁ ନେବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଟ୍ରମ୍ପର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରି ‘ଅବ କି ବାର ଟ୍ରମ୍ପ ସରକାର’ କହୁଥିବା ଦେଖିବାକୁ ମିଳୁଛି। ତେବେ ଏହି ଭିଡିଓର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଭିଡିଓରେ ଥିବା ସ୍ୱର ଟ୍ରମ୍ପଙ୍କ ସ୍ୱର ସହ ମେଳ […]

donand-trump

Rakesh Mallick
  • Published: Wednesday, 26 October 2016
  • , Updated: 04 May 2017, 03:44 PM IST

ୱାସିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ରିପବ୍ଲିକାନ ଦଳର ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଭୋଟରଙ୍କୁ ନିଜ ପକ୍ଷକୁ ନେବାକୁ କୌଣସି ସୁଯୋଗ ହାତଛଡା କରୁନାହାନ୍ତି। ଟ୍ରମ୍ପର ଏକ ଭିଡିଓ ଏବେ ଭାଇରାଲ ହୋଇଛି। ଏଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରି ‘ଅବ କି ବାର ଟ୍ରମ୍ପ ସରକାର’ କହୁଥିବା ଦେଖିବାକୁ ମିଳୁଛି।

ତେବେ ଏହି ଭିଡିଓର ସତ୍ୟତା ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ଭିଡିଓରେ ଥିବା ସ୍ୱର ଟ୍ରମ୍ପଙ୍କ ସ୍ୱର ସହ ମେଳ ଖାଉନାହିଁ। ଭିଡିଓରେ ଟ୍ରମ୍ପ ଦୀପାବଳି ପାଇଁ ହିନ୍ଦୁମାନଙ୍କୁ ଶୁଭକାମନା ଦେଇ ‘ହାପି ଦିୱାଲି’ କହିବା ସହ ‘ଅବ କି ବାର ଟ୍ରମ୍ପ ସରକାର’ କହୁଥିବା ଦେଖିବାକୁ ମିଳୁଛି।

Related story