ହାମ୍‌ଜା ବିନ୍‌ ଲାଡେନ୍‌ର ମୃତ୍ୟୁ ନେଇ ସ୍ପଷ୍ଟ କଲେ ଟ୍ରମ୍ପ

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ପୁଅ ହାମ୍‌ଜା ବିନ୍‌ ଲାଡେନ୍‌ର ମୃତ୍ୟୁ ବାବଦରେ ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଲାଡେନ୍‌ର ଉତ୍ତରାଧିକାରୀ ହାମ୍‌ଜା ଏକ ଆତଙ୍କବାଦ ବିରୋଧୀ ଅପରେସନ୍‌ରେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ପ୍ରାଣ ହରାଇଛି। ଟ୍ରମ୍ପ ଏକ ବିବୃତିରେ କହିଛନ୍ତି, ହାମ୍‌ଜାର ମୃତ୍ୟୁରେ ଅଲ୍‌ କାଏଦା ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ହରାଇବା ସହ ତା’ର ବାପା ସହ ପ୍ରତୀକାତ୍ମକ ସଂଯୋଗର ଅନ୍ତ ଘଟିଛି। ଏତଦ୍‌ବ୍ୟତୀତ ଏହି ଗ୍ରୁପ୍‌ର କାର୍ଯ୍ୟକଳାପରେ ମଧ୍ୟ ପ୍ରଭାବ […]

laden

Subrat Kumar Nayak
  • Published: Saturday, 14 September 2019
  • , Updated: 14 September 2019, 07:26 PM IST

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ର ପୁଅ ହାମ୍‌ଜା ବିନ୍‌ ଲାଡେନ୍‌ର ମୃତ୍ୟୁ ବାବଦରେ ଶନିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଲାଡେନ୍‌ର ଉତ୍ତରାଧିକାରୀ ହାମ୍‌ଜା ଏକ ଆତଙ୍କବାଦ ବିରୋଧୀ ଅପରେସନ୍‌ରେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ପ୍ରାଣ ହରାଇଛି।

ଟ୍ରମ୍ପ ଏକ ବିବୃତିରେ କହିଛନ୍ତି, ହାମ୍‌ଜାର ମୃତ୍ୟୁରେ ଅଲ୍‌ କାଏଦା ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ହରାଇବା ସହ ତା’ର ବାପା ସହ ପ୍ରତୀକାତ୍ମକ ସଂଯୋଗର ଅନ୍ତ ଘଟିଛି। ଏତଦ୍‌ବ୍ୟତୀତ ଏହି ଗ୍ରୁପ୍‌ର କାର୍ଯ୍ୟକଳାପରେ ମଧ୍ୟ ପ୍ରଭାବ ପକାଇଛି।

ଅଗଷ୍ଟ ପହିଲାରେ ହିଁ ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଥିଲା କନିଷ୍ଠ ଲାଡେନ୍‌ର ମୃତ୍ୟୁ ଘଟିଥିଲା। ଗତ ୨ ବର୍ଷର ମିଶନ୍‌ରେ କୌଣସି ଏକ ଦିନରେ ହାମ୍‌ଜା ପ୍ରାଣ ହରାଇଥିବା କୁହାଯାଇଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କିଛି ସୂଚନା ମିଳିନଥିଲା।

ଲାଡେନ୍‌ର ୨୦ଜଣ ପୁଅ ମଧ୍ୟରୁ ୧୫ତମ ସନ୍ତାନ ହାମ୍‌ଜା। ସେ ଲାଡେନ୍‌ର ତୃତୀୟ ପତ୍ନୀର ପୁଅ ଏବଂ ମୃତ୍ୟୁବେଳକୁ ତାକୁ ୩୦ ବର୍ଷ ହୋଇଥିବା ଅନୁମାନ କରାଯାଏ। ସେ ଅଲ୍‌ କାଏଦାର ନେତୃତ୍ୱ ସମ୍ଭାଳିବା ଦିଗରେ ଆଗଭର ହେଉଥିବା ସମୟରେ ହିଁ ତାକୁ ନିପାତ କରାଯାଇଛି।

Related story