ହାଇଦ୍ରାବାଦ ହାଉସ୍‌ରେ ମୋଦି-ଟ୍ରମ୍ପ ଆଲୋଚନା

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଦିନ ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।  ଏହାପରେ ଟ୍ରମ୍ପ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ଏବଂ ଝିଅ ଇଭାଙ୍କା ମଧ୍ୟ ରାଜଘାଟ ଯାଇଥିଲେ । ଦିନ ୧୧ଟାରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ କୂଟନୈତିକ ଆଲୋଚନାରେ ସାମିଲ ହୋଇଛନ୍ତି ଟ୍ରମ୍ପ । […]

trump-12

Niharika Rout
  • Published: Tuesday, 25 February 2020
  • , Updated: 25 February 2020, 12:40 PM IST

ନୂଆଦିଲ୍ଲୀ: ଆଜି ଦ୍ୱିତୀୟ ଦିନ ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ଭବନ ପରିସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।  ଏହାପରେ ଟ୍ରମ୍ପ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧିଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ ଏବଂ ଝିଅ ଇଭାଙ୍କା ମଧ୍ୟ ରାଜଘାଟ ଯାଇଥିଲେ । ଦିନ ୧୧ଟାରେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ କୂଟନୈତିକ ଆଲୋଚନାରେ ସାମିଲ ହୋଇଛନ୍ତି ଟ୍ରମ୍ପ । ଏହି ଆଲୋଚନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଛି ।

ଏହାସହ ଉଭୟ ରାଷ୍ଟ୍ର ନେତା ଗୁରୁତ୍ୱପୂର୍ଣ୍ଣ ରାଜିନାମା ମଧ୍ୟ ସ୍ୱାକ୍ଷର କରିବେ ବୋଲି ଜଣାଯାଇଛି।  ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ସଂପର୍କ ଆହୁରି ମଜଭୁତ କରିବା ଲାଗି ମୋଦି ଏବଂ ଟ୍ରମ୍ପ ଅନେକ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାଯାଇଛି।

ଦୁଇ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହେବା  ପରେ  ୧୨ଟା ୪୦ରେ ଦୁଇ ନେତା ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବେ । ଏହା ପରେ ଟ୍ରମ୍ପ ସି.ଇ.ଓ. ରାଉଣ୍ଡ ଟେବୁଲ ପାଇଁ ଆମେରିକା ଦୂତାବାସ ଯିବେ । ସନ୍ଧ୍ୟା ୭.୩୦ରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ରାତି ୧୦ଟାରେ  ଆମେରିକା ଫେରିଯିବେ ଟ୍ରମ୍ପ ।

Related story