ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତିଙ୍କ ନୈଶ୍ୟ ଭୋଜିକୁ କଂଗ୍ରେସର ବୟକଟ୍

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ନୈଶ୍ୟଭୋଜିର ଆୟୋଜନ କରିଛନ୍ତି। ଏହି ଭୋଜିକୁ ଦେଶର ବଡ଼ ବଡ଼ିଆଙ୍କୁ ଆମନ୍ତ୍ରଣ କରାଯାଇଛି। ଆମନ୍ତ୍ରଣକୁ ସ୍ୱୀକାର କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୋଜିରେ ଯୋଗ ଦେବେ ବୋଲି କହିଥିଲେ। ହେଲେ ସୋମବାର ଯୋଗଦେବେ ନାହିଁ ବୋଲି ରାଷ୍ଟ୍ରପତି ଭବନକୁ ଜଣାଇଛନ୍ତି ମନମୋହନ ସିଂହ। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି। କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇନଥିବାରୁ […]

Presidnet-Party

Subhransu Sekhar
  • Published: Monday, 24 February 2020
  • , Updated: 24 February 2020, 09:21 PM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ନୈଶ୍ୟଭୋଜିର ଆୟୋଜନ କରିଛନ୍ତି। ଏହି ଭୋଜିକୁ ଦେଶର ବଡ଼ ବଡ଼ିଆଙ୍କୁ ଆମନ୍ତ୍ରଣ କରାଯାଇଛି। ଆମନ୍ତ୍ରଣକୁ ସ୍ୱୀକାର କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୋଜିରେ ଯୋଗ ଦେବେ ବୋଲି କହିଥିଲେ। ହେଲେ ସୋମବାର ଯୋଗଦେବେ ନାହିଁ ବୋଲି ରାଷ୍ଟ୍ରପତି ଭବନକୁ ଜଣାଇଛନ୍ତି ମନମୋହନ ସିଂହ। ଏଥିପାଇଁ ସେ ଦୁଃଖ ପ୍ରକାଶ କରିଛନ୍ତି।

କଂଗ୍ରେସର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭୋଜି ପାଇଁ ନିମନ୍ତ୍ରଣ କରାଯାଇନଥିବାରୁ ମନମୋହନ ସିଂହ ଭୋଜିରେ ଯୋଗ ଦେବେ ନାହିଁ ବୋଲି ଜଣାପଡ଼ିଛି। କାରଣ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ, ସୋନିଆ ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ବିରୋଧୀ ଦଳର କୌଣସି ନେତା  ଟ୍ରମ୍ପଙ୍କ ସମ୍ମାନାର୍ଥେ ରାଷ୍ଟ୍ରପତିଙ୍କ ନୈଶ୍ୟ ଭୋଜିରେ ଯୋଗ ଦେବେ ନାହିଁ। ଟ୍ରମ୍ପଙ୍କ ଗସ୍ତ ବେଳେ ମୋଦୀ ସରକାର ବିରୋଧୀଙ୍କୁ ଅଣଦେଖା କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

Related story