ଟ୍ରମ୍ପଙ୍କୁ ଫୋନ୍ କଲେ ଇମ୍ରାନ, ସେ କହିଲେ କଶ୍ମୀର ଦ୍ୱିପାକ୍ଷିକ ସମସ୍ୟା

ଓ୍ୱାଶିଂଟନ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶରଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଗତକାଲି ଇମ୍ରାନ୍ ୨୦ ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଆଗକୁ ଆମେରିକାକୁ ସବୁ କଥା ଜଣାଇବେ ବୋଲି ସେ ଟ୍ରମ୍ପଙ୍କୁ କହିଛନ୍ତି। ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ କୁରେଶୀ ଓ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି। ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ […]

ImranTrump

Subhransu Sekhar
  • Published: Saturday, 17 August 2019
  • , Updated: 17 August 2019, 09:43 AM IST
ଓ୍ୱାଶିଂଟନ: ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶରଣରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଗତକାଲି ଇମ୍ରାନ୍ ୨୦ ମିନିଟ୍ ଧରି କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଛନ୍ତି। କଶ୍ମୀର ପ୍ରସଙ୍ଗରେ ଆଗକୁ ଆମେରିକାକୁ ସବୁ କଥା ଜଣାଇବେ ବୋଲି ସେ ଟ୍ରମ୍ପଙ୍କୁ କହିଛନ୍ତି। ଏ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ମେହମୁଦ କୁରେଶୀ ଓ ଆମେରିକା ରାଷ୍ଟ୍ରପତିଙ୍କ ଅଫିସ୍ ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ମିଳିଛି।
ଟ୍ରମ୍ପ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ଇମ୍ରାନଙ୍କୁ ରୋକଠୋକ୍ କହିଥିବା ଜଣାପଡ଼ିଛି। କିନ୍ତୁ ଭାରତ ପାକିସ୍ତାନ ମଧ୍ୟରେ କଶ୍ମୀର ପ୍ରସଙ୍ଗରେ ଯେଉଁ ବିବାଦ ଦେଖାଦେଇଛି ତାହା ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ସେ ଆହ୍ୱାନ କରିଛନ୍ତି। ଏଥିସହ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ବାବଦରେ ଇମ୍ରାନ୍ ଟ୍ରମ୍ପଙ୍କୁ ସୂଚନା ଦେଇଥିଲେ।
ଗତକାଲି ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପୂର୍ବରୁ ଟ୍ରମ୍ପଙ୍କୁ ଫୋନ୍ କରିଥିଲେ ଇମ୍ରାନ୍। ସୂଚନାଯୋଗ୍ୟ, ସେତେବେଳକୁ ଜଣାପଡ଼ି ସାରିଥିଲା ଯେ ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନକୁ ଚାଇନା ଛଡ଼ା ଅନ୍ୟ କୌଣସି ଦେଶ ସମର୍ଥନ କରୁନାହିଁ। ଏଥିସହ ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କ ମଧ୍ୟରେ ଇମ୍ରାନ୍ ଖାନ୍ ୪ଟି ଦେଶର ମୁଖିଆଙ୍କ ସହ କଥା ହୋଇଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହିତ କଥା ହୋଇପାରିନଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହାପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିଯାଇଛି। ଉଭୟ ଦେଶ ସମସ୍ତ ସମ୍ପର୍କ ବାତିଲ୍ କରିଛନ୍ତି। ପାକିସ୍ତାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପାକିସ୍ତାନ ସରକାର ବହିଷ୍କାର କରିବା ପରେ ଭାରତରେ ଅବସ୍ଥାପିତ ପାକିସ୍ତାନ ରାଜଦୂତଙ୍କୁ ସ୍ୱଦେଶ ଫେରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

Related story