ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଭାଇରସ ଧୀରେଧୀରେ କାୟା ବିସ୍ତାର କରୁଥିବା ବେଳେ କିଛି ରାଜ୍ୟରେ ଗତ ୨ ସପ୍ତାହ ହେଲାଣି କୌଣସି ନୂଆ କରୋନା ମାମଲା ସାମ୍ନାକୁ ଆସିନାହିଁ। କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ କରୋନା ମାମଲା ସାମ୍ନାକୁ ଆସି ନଥିବାରୁ ଦେଶର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଡା. ହର୍ଷବର୍ଦ୍ଧନ କହିଛନ୍ତି।
ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଯୋଗ ଦେଇ ହର୍ଷବର୍ଦ୍ଧନ କହିଛନ୍ତି, “୮୦ଟି ଜିଲ୍ଲାରେ ଗତ ୭ ଦିନ ହେଲା କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ। ୪୭ଟି ଜିଲ୍ଲାରେ ୧୪ ଦିନ, ୨୧ ଦିନ ହେଲା ୩୯ଟି ଜିଲ୍ଲାରେ, ୨୮ ଦିନ ହେଲା ୧୭ ଜିଲ୍ଲାରେ କୌଣସି ନୂଆ ମାମଲା ସାମ୍ନାକୁ ଆସିନାହିଁ।
ଦେଶର ୩୦୦ଟି ଜିଲ୍ଲା ନନ୍ ହଟସ୍ପଟ ଜୋନରେ ଥିବା ବେଳେ ୧୭୦ଟି ଜିଲ୍ଲାକୁ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୨୪ ଘଣ୍ଟା ମଧ୍ୟରେ ୧୬ଟି ଜିଲ୍ଲାରେ ନୂଆ ମାମଲା ଚିହ୍ନଟ ହୋଇନାହିଁ।
୧୪ ଦିନ ମଧ୍ୟରେ ଦେଶରେ ୮.୭ ଦିନରେ କରୋନା ଦୁଇଗୁଣ ସଂକ୍ରମିତ ହେଉଥିଲା। ହେଲେ ୭ ଦିନ ହେଲାଣି ଏହା ୧୦.୨ରେ ଦୁଇ ଗୁଣ ବୃଦ୍ଧି ପାଉଛି। ସେହିପରି ୩ ଦିନ ହେଲାଣି ୧୦.୯ ଦିନରେ କରୋନା ଡବଲିଂ ହେଉଛି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।