ନୂଆ ନୋଟ୍‌ ଡୁପ୍ଲିକେଟ୍‌

ଜମ୍ମୁ : ସାବଧାନ । ବଜାରରେ ବୁଲୁଛି ୨୦୦ଟଙ୍କିଆ ନକଲି ନୋଟ୍। ବିମୁଦ୍ରିକରଣ ପରେ ୨୦୦୦, ୫୦୦ ଓ ୨୦୦ ଟଙ୍କିଆ ନୂଆ ନୋଟ୍‌ ପ୍ରଚଳନ ହୋଇଥିବା ବେଳେ ଇତିମଧ୍ୟରେ ଏହି ପ୍ରଚଳନକୁ ୩ ମାସ ବିତିଛି। ସତ କହିବାକୁ ଗଲେ ଦେଶର ସବୁ ଲୋକ ଏ ପର୍ଯ୍ୟନ୍ତ ସବୁ ନୋଟ୍‌ ପାଇପାରି ନାହାନ୍ତି। ଏପରିକି ଅନେକ ଲୋକ ତାହାକୁ ଏପର୍ଯ୍ୟନ୍ତ ଦେଖି ମଧ୍ୟ ନାହାନ୍ତି । ଏଣେ  ନକଲି ନୋଟ୍‌ ବଜାରକୁ ଆସିଗଲାଣି । ଜମ୍ମୁରେ […]

rs-200_647_072517102143

rs-200_647_072517102143

Rakesh Mallick
  • Published: Friday, 08 December 2017
  • Updated: 08 December 2017, 08:14 PM IST

Sports

Latest News

ଜମ୍ମୁ : ସାବଧାନ । ବଜାରରେ ବୁଲୁଛି ୨୦୦ଟଙ୍କିଆ ନକଲି ନୋଟ୍। ବିମୁଦ୍ରିକରଣ ପରେ ୨୦୦୦, ୫୦୦ ଓ ୨୦୦ ଟଙ୍କିଆ ନୂଆ ନୋଟ୍‌ ପ୍ରଚଳନ ହୋଇଥିବା ବେଳେ ଇତିମଧ୍ୟରେ ଏହି ପ୍ରଚଳନକୁ ୩ ମାସ ବିତିଛି। ସତ କହିବାକୁ ଗଲେ ଦେଶର ସବୁ ଲୋକ ଏ ପର୍ଯ୍ୟନ୍ତ ସବୁ ନୋଟ୍‌ ପାଇପାରି ନାହାନ୍ତି। ଏପରିକି ଅନେକ ଲୋକ ତାହାକୁ ଏପର୍ଯ୍ୟନ୍ତ ଦେଖି ମଧ୍ୟ ନାହାନ୍ତି । ଏଣେ  ନକଲି ନୋଟ୍‌ ବଜାରକୁ ଆସିଗଲାଣି ।

ଜମ୍ମୁରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପୋଲିସ ତାଙ୍କ ନିକଟରୁ ବିପୁଳ ପରିମାଣର ୨୦୦ ଟଙ୍କିଆ ନକଲି ନୋଟ୍‌ ଜବତ କରିଛି। ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରାଯାଇଛି। ଜମ୍ମୁ ରିଆସିର ଏସଏସପି ତାହିର ସଜ୍ଜାଦ ଭଟ୍ଟ କହିଛନ୍ତି ଯେ, ମୋଟ ୬.୩୬ ଲକ୍ଷ ଟଙ୍କାର ନକଲି ନୋଟ ଜବତ କରାଯାଇଛି। ତାମଧ୍ୟରେ ୨୭୦ଟି ୨ଶହ ଟଙ୍କିଆ ନୋଟ୍‌ , ୧୧୫୦ଟି ୫୦୦ ଟଙ୍କିଆ ଓ ୧୯ଟି ୫୦ ଟଙ୍କିଆ ନୋଟ୍‌ ରହିଛି । ଏହି ମାମଲାରେ ଗତ ୧ ତାରିଖ ଦିନ ମହମ୍ମଦ ମକବୁଲ ନାମକ ଲୋକଙ୍କୁ ଗିରଫ କରାଯାଇଥିଲା । ତାଠାରୁ ମିଳିଥିବା ସୂଚନା ମୁତାବକ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରି ମୁଖ୍ୟ ଅଭିଯୁକ୍ତ ସୌକତ ଅହମଦକୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos