ଲଳିତ ମୋଦି ମାମଲା: ଦୁର୍ବଳ ହେଉଛି ବସୁନ୍ଧରାଙ୍କ ସ୍ଥିତି

ନୂଆଦିଲ୍ଲୀ: ଲଳିତ ମୋଦି ପ୍ରସଙ୍ଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମୁସ୍କିଲ ଧୀରେ ଧୀରେ ବଢ଼ି ଚାଲିଛି। ପ୍ରାୟ ୧୭୦୦ କୋଟି ଟଙ୍କାର ଦୁର୍ନୀତିରେ ବୁଡ଼ି ରହିଥିବା ମୋଦିଙ୍କ ଇମ୍ରିଗେସନ୍ ପେପରରେ ସେ ସ୍ୱାକ୍ଷର କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ନେଇ କଂଗ୍ରେସ ପକ୍ଷରୁ ପ୍ରମାଣ ଦେଖାଯାଇଛି। କଂଗ୍ରେସ ଦେଖାଇଥିବା ଡକ୍ୟୁମେଣ୍ଟରୁ ଜଣାପଡ଼ିଛି ଯେ ମୋଦିଙ୍କ ଇମ୍ରିଗେସନ ପେପରରେ ରାଜେଙ୍କର ସ୍ୱାକ୍ଷର ରହିଛି। ଆଉ ଏହା ସହିତ କଂଗ୍ରେସ ପକ୍ଷରୁ ତାଙ୍କ ଉପରେ ଆକ୍ରମଣକୁ […]

vasundhara

Rakesh Mallick
  • Published: Wednesday, 24 June 2015
  • , Updated: 24 June 2015, 05:12 PM IST

ନୂଆଦିଲ୍ଲୀ: ଲଳିତ ମୋଦି ପ୍ରସଙ୍ଗରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ମୁସ୍କିଲ ଧୀରେ ଧୀରେ ବଢ଼ି ଚାଲିଛି। ପ୍ରାୟ ୧୭୦୦ କୋଟି ଟଙ୍କାର ଦୁର୍ନୀତିରେ ବୁଡ଼ି ରହିଥିବା ମୋଦିଙ୍କ ଇମ୍ରିଗେସନ୍ ପେପରରେ ସେ ସ୍ୱାକ୍ଷର କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ନେଇ କଂଗ୍ରେସ ପକ୍ଷରୁ ପ୍ରମାଣ ଦେଖାଯାଇଛି। କଂଗ୍ରେସ ଦେଖାଇଥିବା ଡକ୍ୟୁମେଣ୍ଟରୁ ଜଣାପଡ଼ିଛି ଯେ ମୋଦିଙ୍କ ଇମ୍ରିଗେସନ ପେପରରେ ରାଜେଙ୍କର ସ୍ୱାକ୍ଷର ରହିଛି। ଆଉ ଏହା ସହିତ କଂଗ୍ରେସ ପକ୍ଷରୁ ତାଙ୍କ ଉପରେ ଆକ୍ରମଣକୁ ଜୋରଦାର କରି ଦିଆଯାଇଛି। ଦଳ କହିଛି ଯେ ରାଜେଙ୍କ ପୂରା ଗୁମର ଫିଟି ଯାଇଛି। ସେ ଜଣେ ପଳାତକକୁ ସାହାଯ୍ୟ କରିଥିବା ନେଇ ପ୍ରମାଣ ମିଳି ସାରିଛି। ସେ ଏବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେବା ଉଚିତ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ପୂରା ଘଟଣା ଉପରୁ ପରଦା ହଟି ସାରିଛି। ସବୁ କଥା ପଦାକୁ ଆସି ଯାଇଛି। ୨୦୧୧ ଅଗଷ୍ଟ ୧୮ ତାରିଖରେ ରାଜେ ହିଁ ଲଳିତ ମୋଦିଙ୍କ ଇମ୍ରିଗେସନ୍ ପେପରରେ ସ୍ୱାକ୍ଷର କରିଥିଲେ। ଏହି ଅଭିଯୋଗ ଆସିବା ପରେ ପ୍ରଥମେ ରାଜେ ଏହାକୁ ପୂରାପୂରି ଏଡ଼ାଇ ଯାଇଥିଲେ।  କିନ୍ତୁ ପରେ କହିଲେ ଯେ ସେ ଏମିତି କିଛି କାଗଜପତ୍ରରେ ଦସ୍ତଖତ କରି ନାହାନ୍ତି। ଏଥିରୁ ବୁଝା ପଡୁଛି ଯେ ସେ ପୂରା ମିଛ କହୁଛନ୍ତି।

ଏ ଘଟଣାରେ ଆଜି ହୋଇଥିବା ଅଗ୍ରଗତି ଭାଜପାକୁ ଚିନ୍ତାରେ ପକାଇ ଦେଇଛି। କାରଣ ଜୁଲାଇ ୨୧ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭକୁ ଥିବା ବେଳେ ମୋଦି ପ୍ରସଙ୍ଗରେ ରାଜେଙ୍କ ପକ୍ଷ ଧୀରେ ଧୀରେ ଦୁର୍ବଳ ହୋଇ ଯାଉଛି।

Related story