ପିଓକେ ଭାରତର ଅଂଶ, ଦିନେ ନା ଦିନେ ପୁଣି ମିଶାଇବୁ: ଜୟଶଙ୍କର

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତର ମତକୁ ଆଜି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଦୋହରାଇଛନ୍ତି। ସେ କହିଛନ୍ତି, ଏହା ଆମର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି ଏବଂ ଦିନେ ନା ଦିନେ ଭୌଗଳିକ ଦୃଷ୍ଟିରୁ ମଧ୍ୟ ଆମେ ଏହାକୁ ଭାରତ ସହିତ ସାମିଲ କରିବୁ। ସେ କହିଛନ୍ତି, ପିଓକେକୁ ନେଇ ଆମର ମତ ସବୁବେଳେ ସ୍ପଷ୍ଟ ରହିଆସିଛି। ପିଓକେ ଭାରତର ଅଙ୍ଗ। ଏକ ସାମ୍ବାଦିକ ସମ୍ମିଳନୀରେ ସେ […]

s-jayshankar

Subrat Kumar Nayak
  • Published: Tuesday, 17 September 2019
  • , Updated: 17 September 2019, 06:26 PM IST

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଭାରତର ମତକୁ ଆଜି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଦୋହରାଇଛନ୍ତି। ସେ କହିଛନ୍ତି, ଏହା ଆମର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଆସିଛି ଏବଂ ଦିନେ ନା ଦିନେ ଭୌଗଳିକ ଦୃଷ୍ଟିରୁ ମଧ୍ୟ ଆମେ ଏହାକୁ ଭାରତ ସହିତ ସାମିଲ କରିବୁ। ସେ କହିଛନ୍ତି, ପିଓକେକୁ ନେଇ ଆମର ମତ ସବୁବେଳେ ସ୍ପଷ୍ଟ ରହିଆସିଛି। ପିଓକେ ଭାରତର ଅଙ୍ଗ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଆମେ ଏକ ଉତ୍ତମ ଓ ଦୃଢ଼ ପଡ଼ୋଶୀ ଗଠନର ଆଶା କରୁଛୁ, କିନ୍ତୁ ଗୋଟିଏ ପଡ଼ୋଶୀ ଦେଶ ଆମକୁ ଏସବୁ କରାଇବାରେ ଅସୁବିଧା ସୃଷ୍ଟି କରୁଛି।

ସୀମାପାର ଆତଙ୍କବାଦର ସମାଧାନ ନହେବା ଯାଏ ଏବଂ ସେହି ନିର୍ଦ୍ଦିଷ୍ଟ ପଡ଼ୋଶୀ ଦେଶ ସାଧାରଣ ପଡ଼ୋଶୀ ନହେବା ଯାଏ ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ ହୋଇ ରହିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି।

Related story