କଣ୍ଟାଇ: ପ୍ରିୟଙ୍କା ଗାନ୍ଧିଙ୍କୁ କଂଗ୍ରେସ ଦଳର ମହା ସଚିବ ଏବଂ ଉତ୍ତରପ୍ରଦେଶ ଦାୟିତ୍ୱ ଦେବାକୁ ନେଇ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏକ ପରିବାର ଦ୍ୱାରା ଶାସିତ ସରକାର କେବେ ମଧ୍ୟ ‘ମଜଭୁତ’ ସରକାର ଓ ସୁଶାସନ ଦେଇପାରିବନି, ଏହା କେବଳ ‘ମଜ୍ବୁର’ ସରକାର ଦେଇପାରିବ।
ଦୁର୍ନୀତି ବଢ଼ାଇବାପାଇଁ ପୂର୍ବରୁ ସୋନିଆଜୀ ଏବଂ ରାହୁଲ ଜୀ ଥିଲେ, ଏବେ ପ୍ରିୟଙ୍କାଜୀ ଆସିଗଲେ। ପୂର୍ବ ମେଦିନୀପୁର ଜିଲ୍ଲାର କଣ୍ଟାଇ ଅଞ୍ଚଳରେ ଏକ ଶୋଭାଯାତ୍ରାରେ ଶାହା ଏଭଳି ମନ୍ତବ୍ୟ ଦେଇଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ କହିବାକୁ ଚାହୁଁଛି ୟୁପିଏ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ଏହାର ୧୦ ବର୍ଷ ଶାସନରେ ଦୁଇଜଣ ଜୀ ଥିଲେ। ସେହି ସମୟରେ ହିଁ ଆମେ ୧୨ ଲକ୍ଷ ଟଙ୍କାର ୨ଜି ଦୁର୍ନୀତି ଦେଖିବାକୁ ପାଇଥିଲେ। ଆଉ ଏବେ ତୃତୀୟ ଜୀ ଭେଟ ହେବାପରେ କୁହନ୍ତୁ ତ ଏହାର ପରିମାଣ କେତେ ହେବ। କଂଗ୍ରେସ ୩ଜୀଙ୍କୁ ନେଇ ବୃହତ୍ ପରିମାଣର ଦୁର୍ନୀତି କରିବା ପାଇଁ ଦୀର୍ଘ ମିଆଦି ଯୋଜନା କରିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭୋଟ୍ ବେଳେ ବିଟ୍କଏନ୍ ଦୁର୍ନୀତିରେ ଫସିଲେ ଶରଦ ପାଓ୍ୱାରଙ୍କ ଝିଅ?
ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏନ୍ସିପି ନେତ୍ରୀ ସୁପ୍ରିୟା ସୁଲେ। ବିଜେପି ଜାରି କରିଥିବା ଅଡିଓ କ୍ଲିପ୍ରେ ତାଙ୍କର ନୁହଁ। ଏହା ମିଛ ବୋଲି କହିଛନ୍ତି।
National
ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼
ଉପ-ନିର୍ବାଚନ ବେଳେ ଉତ୍ତେଜନା। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୂରା ଅଞ୍ଚଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
National
କଲବଲ କରୁଛି ପ୍ରଦୂଷଣ: ଓ୍ୱାର୍କ ଫ୍ରମ୍ ହୋମ୍ ଲାଗୁ, ଅଫିସ୍ ଆସିବେ ୫୦% କର୍ମଚାରୀ
ବାୟରୁ ଗୁଣବତ୍ତା ୫୦୦ ପାର୍ କରିଛି। ଥଣ୍ଡା ଯେତିକି ବଢୁଛି ସେହି ହିସାବରେ ଦିଲ୍ଲୀର ବାୟୁ ବିଷାକ୍ତ ହୋଇ ଚାଲିଛି। ବିଷାକ୍ତ ବାୟୁ ଯୋଗୁ ଲେକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେବାରେ ଲାଗିଛି।
National
ବିବାହ ଉତ୍ସବରେ ଟଙ୍କା ବର୍ଷା; ଜେସିବି ଓ ଛାତ ଉପରୁ ଉଡ଼ାଇଦେଲେ ୨୦ ଲକ୍ଷ
ବର ପକ୍ଷର ବନ୍ଧୁ ପରିଜନ ଛାତ ଉପରେ ତଥା ଏକ ଜେସିବି ଉପରେ ଚଢ଼ି ପ୍ରାୟ ୨୦ ଲକ୍ଷ ଟଙ୍କା ଉଡ଼ାଇଥିବା ଜଣାଯାଇଛି।
National
ମଦ ଭାବି ପିଇ ଦେଲେ ଟଏଲେଟ୍ କ୍ଲିନର୍, ଚାଲିଗଲା ଜୀବନ
କାଚ ବୋତଲରେ ରଖାଯାଇଥିବା ଟଏଲେଟ୍ କ୍ଲିନର୍କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।