୫ ରାଜ୍ୟରେ ଚାଲିଛି ଭୋଟ୍‌ ଗଣତି, ଜାଣନ୍ତୁ କିଏ କେଉଁଠି ବାଜିମାତ୍‌ କରୁଛି

5.35 P.M- କିଏ କେଉଁଠି କେତେ ଆସନ ପାଇଲେ ରାଜସ୍ଥାନ ୧୯୯ ଆସନ, ମ୍ୟାଜିକ ନମ୍ବର ୧୦୦ ବିଜେପି- ୧୫ (ଜିତିଛି), ୫୭ (ଆଗୁଆ) କଂଗ୍ରେସ+- ୨୭ (ଜିତିଛି), ୭୫ (ଆଗୁଆ) ଅନ୍ୟାନ୍ୟ –୧୦ (ଜିତିଛି), ୧୫ (ଆଗୁଆ)   ମଧ୍ୟପ୍ରଦେଶ ୨୩୦ ଆସନ, ମ୍ୟାଜିକ୍‌ ନମ୍ବର ୧୧୬ ବିଜେପି- ୩ (ଜିତିଛି) ୧୦୨ (ଆଗୁଆ) କଂଗ୍ରେସ-୦ (ଜିତିଛି), ୧୧୬ (ଆଗୁଆ) ଅନ୍ୟାନ୍ୟ- ୦(ଜିତିଛି), ୯ (ଆଗୁଆ)   ଛତିଶଗଡ଼ ୯୦ ଆସନ, ମ୍ୟାଜିକ୍‌ ନମ୍ବର ୪୬ ବିଜେପି- […]

3

Hemant Lenka
  • Published: Tuesday, 11 December 2018
  • , Updated: 11 December 2018, 05:43 PM IST
  • 5.35 P.M- କିଏ କେଉଁଠି କେତେ ଆସନ ପାଇଲେ

ରାଜସ୍ଥାନ

୧୯୯ ଆସନ, ମ୍ୟାଜିକ ନମ୍ବର ୧୦୦

ବିଜେପି- ୧୫ (ଜିତିଛି), ୫୭ (ଆଗୁଆ)

କଂଗ୍ରେସ+- ୨୭ (ଜିତିଛି), ୭୫ (ଆଗୁଆ)

ଅନ୍ୟାନ୍ୟ -୧୦ (ଜିତିଛି), ୧୫ (ଆଗୁଆ)

 

ମଧ୍ୟପ୍ରଦେଶ

୨୩୦ ଆସନ, ମ୍ୟାଜିକ୍‌ ନମ୍ବର ୧୧୬

ବିଜେପି- ୩ (ଜିତିଛି) ୧୦୨ (ଆଗୁଆ)

କଂଗ୍ରେସ-୦ (ଜିତିଛି), ୧୧୬ (ଆଗୁଆ)

ଅନ୍ୟାନ୍ୟ- ୦(ଜିତିଛି), ୯ (ଆଗୁଆ)

 

ଛତିଶଗଡ଼

୯୦ ଆସନ, ମ୍ୟାଜିକ୍‌ ନମ୍ବର ୪୬

ବିଜେପି- ୦ (ଜିତିଛି) ୧୮(ଆଗୁଆ)

କଂଗ୍ରେସ-୦ (ଜିତିଛି), ୬୩ (ଆଗୁଆ)

ଅନ୍ୟାନ୍ୟ- ୦(ଜିତିଛି), ୯ (ଆଗୁଆ)

 

ତେଲେଙ୍ଗାନା

୧୧୯ ଆସନ, ମ୍ୟାଜିକ୍‌ ନମ୍ବର ୬୦

ବିଜେପି- ୦ (ଜିତିଛି) ୧(ଆଗୁଆ)

କଂଗ୍ରେସ+-୬ (ଜିତିଛି), ୧୪ (ଆଗୁଆ)

ଟିଆରଏସ୍‌- ୨୮(ଜିତିଛି), ୫୯ (ଆଗୁଆ)

ଅନ୍ୟାନ୍ୟ- ୪ (ଜିତିଛି), ୭ (ଆଗୁଆ)

 

ମିଜୋରାମ୍‌

୪୦ ଆସନ, ମ୍ୟାଜିକ୍‌ ନମ୍ବର ୨୧

ଏମ୍‌ଏନ୍‌ଏଫ୍‌ -୨୬(ଜିତିଛି)

କଂଗ୍ରେସ- ୫ (ଜିତିଛି)

ବିଜେପି -୧ (ଜିତିଛି)

ଅନ୍ୟାନ୍ୟ ଦଳ -୮ (ଜିତିଛି)

  • 5.19 P.M- ମିଜୋରାମ୍‌: ମୋଟ ଆସନ ସଂଖ୍ୟା ୪୦, ମ୍ୟାଜିକ୍‌ ନମ୍ବର ୨୧। ଏଠାରେ ଏମ୍‌ଏନ୍‌ଏଫ୍‌ ୨୬ଟି ଆସନ ପାଇଥିବାବେଳେ କଂଗ୍ରେସ ୫, ବିଜେପି ୧ ଏବଂ ଅନ୍ୟାନ୍ୟ ଦଳ ୮ଟି ଆସନ ପାଇଛନ୍ତି। ଅର୍ଥାତ କଂଗ୍ରେସ ଏଠାରେ କ୍ଷମତାଚ୍ୟୁତ ହୋଇଛି।
  • 4.30 P.M: ମିଜୋରାମରେ ଏମ୍‌ଏନ୍‌ଏଫ୍‌ ୪୦ଟିରୁ ୨୪ଟି ଆସନରେ ଆଗୁଆ।
  • 3.45.P.M:ଛତିଶଗଡ଼ ଏବଂ ରାଜସ୍ଥାନର ନବନିର୍ବାଚିତ କଂଗ୍ରେସ ବିଧାୟକମାନେ ଆସନ୍ତାକାଲି ଯଥାକ୍ରମେ ରାୟପୁର ଏବଂ ଜୟପୁରଠାରେ ଏକାଠି ହେବେ।
  • 2.51.P.M:ପୂର୍ବତନ ବିଜେପି ନେତା ମାନବେନ୍ଦ୍ର ସିଂହଙ୍କୁ ହରାଇଲେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ। ଝଲରାପଟନ୍‌ ଆସନରେ ଲଢ଼ିଥିବା ମାନଭେନ୍ଦ୍ର ସିଂହ ପୂର୍ବତନ ବିଜେପି ନେତା ଯଶୋବନ୍ତ ସିଂହଙ୍କ ପୁଅ।
  • 2.46.P.M: ରାଜସ୍ଥାନର ଟୋଙ୍କ ଆସନରୁ କଂଗ୍ରେସର ସଚିନ ପାଇଲଟ୍‌ ଏବଂ ସର୍ଦ୍ଦାରପୁରା ଆସନରୁ ଅଶୋକ ଗେହଲଟ୍‌ ବିଜୟୀ ହୋଇଛନ୍ତି।
  • 2.26P.M: ରାଜସ୍ଥାନର ବାମେର ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପିର କର୍ଣ୍ଣେଲ ସୋମରାମ ଚୌଧୁରୀ କଂଗ୍ରେସର ମେୱରାମ ଜୈନଙ୍କ ଠାରୁ ପରାସ୍ତ ହୋଇଛନ୍ତି।
  • 2.10P.M- ତେଲେଙ୍ଗାନା: ୫୧,୫୧୫ ଭୋଟ୍‌ରେ ଜିତିଲେ କେସିଆର୍‌।
  • 1.53P.M- ଛତିଶଗଡ଼: ବସ୍ତର ଡିଭିଜନ୍‌ର ସମସ୍ତ ୧୨ଟି ଆସନରେ କଂଗ୍ରେସ ଆଗୁଆ।
  • 1.34P.M- ପୁଣି ମଧ୍ୟପ୍ରଦେଶରେ କଂଗ୍ରେସ ଆଗୁଆ। ଟ୍ରେଣ୍ଡିଂ ଅନୁଯାୟୀ କଂଗ୍ରେସ ୧୧୧, ବିଜେପି ୧୦୮, ଅନ୍ୟାନ୍ୟ ୬ ଏବଂ ବିଏସ୍‌ପି ୫ଟି ଆସନରେ ଆଗୁଆ ଅଛନ୍ତି।
  • 1.32P.M.ତେଲେଙ୍ଗାନା କଂଗ୍ରେସ ଇଭିଏମ୍‌ରେ ତ୍ରୁଟି ଥିବା ଦର୍ଶାଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରତିବାଦ ପତ୍ର ହସ୍ତାନ୍ତର କରିଛି। ଯେଉଁଥିରେ ଦଳ ଭିଭିପ୍ୟାଟ୍‌ ପେପର୍ସକୁ ପୁଣି ଗଣତି କରିବାକୁ ନିବେଦନ କରିଛି। ତେଲେଙ୍ଗାନାରେ କଂଗ୍ରେସ ଟିଡିପି ସହିତ ମେଣ୍ଟ କରିଥିଲେ ମଧ୍ୟ ଏଯାବତ୍‌ ୧୧୯ଟି ଆସନରୁ ମାତ୍ର ୨୧ଟି ଆସନରେ ଆଗୁଆ ରହିପାରିଛି।
  • 1.24P.M.-ତେଲେଙ୍ଗାନା ଅପ୍‌ଡେଟ୍‌: ଟିଆର୍‌ଏସ୍‌ ୮୭, କଂଗ୍ରେସ ୨୨, ଏଆଏମ୍‌ଆଇଏମ୍‌ ୫ ଏବଂ ବିଜେପି ୨, ଟିଡିପି ୨, ଅନ୍ୟାନ୍ୟ ୧ଟି ଆସନରେ ଆଗୁଆ ଅଛନ୍ତି।
  • 1.21P.M.- ମିଜୋ ନ୍ୟାସନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌) ୪୦ଟି ବିଧାନସଭା ଆସନରୁ ୧୨ଟିରେ ବିଜୟୀ ହୋଇଛି।  ସେହିପରି ସ୍ୱାଧୀନ ପ୍ରାର୍ଥୀ ୭ଟି ଆସନ ଦଖଲ କରିଛନ୍ତି। 
  • 1.15P.M.- ରାଜସ୍ଥାନରେ କଂଗ୍ରେସ ସରାକର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିପାଇଁ ପିସିସି ସଭାପତି ସଚିନ୍‌ ପାଇଲଟ୍‌ ୮ ସ୍ୱାଧୀନ ପ୍ରାର୍ଥୀଙ୍କ ସହିତ ରୁଦ୍ଧଦ୍ୱାର ବୈଠକ କରିଛନ୍ତି।
  • 1.12P.M.-ରାଜସ୍ଥାନର ସାମାଜିକ ନ୍ୟାୟ ମନ୍ତ୍ରୀ ଅରୁଣ ଚତୁର୍ବେଦୀ ଜୟପୁର ସିଭିଲ୍‌ ଲାଇନ୍ସ ଆସନରୁ ପରାସ୍ତ ହୋଇଛନ୍ତି। ଏଠାରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
  • 1.00P.M.- ମଧ୍ୟପ୍ରଦେଶରେ ଆପ୍‌ ଓ ସପାଠାରୁ ନୋଟାରେ ଅଧିକ ଭୋଟ୍‌।
  • 12.39P.M.- ଆସନ୍ତାକାଲି ଟିଆର୍‌ଏସ୍‌ର ବିଧାୟକ ଦଳ ବୈଠକ। ସମସ୍ତ ବିଧାୟକ ହାଇଦ୍ରାବାଦ ପହଞ୍ଚିବାପାଇଁ ନିର୍ଦ୍ଦେଶ।
  • 12.29P.M.- ୧.୨୦ ଲକ୍ଷର ରେକର୍ଡ ବ୍ୟବଧାନରେ ଜିତିଲେ ଟିଆର୍‌ଏସ୍‌ ପ୍ରାର୍ଥୀ ହରିଶ ରାଓ। ସେ ସିଦ୍ଦପେଟ୍‌ ଆସନରୁ ଲଢ଼ୁଥିଲେ।
  • 12.24P.M.- ଦୁଇଟି ଆସନରେ ଲଢ଼ି ଉଭୟରେ ହାରିଲେ ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନ୍‌ୱାଲା। ଏହି କଂଗ୍ରେସ ନେତା ଉଭୟ ଚମ୍ଫାଇ ଏବଂ ସର୍‌ଚିପ୍‌ ଆସନରୁ ଲଢ଼ୁଥିଲେ।
  • 12.10P.M.- ଛତିଶଗଡ଼ ମନ୍ତ୍ରୀ ଅମର ଅଗ୍ରୱାଲ୍ କଂଗ୍ରେସ ପ୍ରାର୍ଥୀ ଶୈଲେଶ ପାଣ୍ଡେଙ୍କଠାରୁ ୧ ହଜାର ଭୋଟ୍‌ରେ ପଛୁଆ ରହିଛନ୍ତି। ଉଭୟେ ବିଲାଶପୁର ଆସନରୁ ଲଢ଼ୁଥିଲେ।
  •  11.58A.M-ଛତିଶଗଡ଼ରେ କଂଗ୍ରେସ ୬୧, ବିଜେପି ୧୯ ଏବଂ ଅନ୍ୟାନ୍ୟ ୧୦ ଆସନରେ ଆଗୁଆ।
  • 11.53A.M-ମଧ୍ୟପ୍ରଦେଶରେ କଂଗ୍ରେସକୁ ପଛରେ ପକାଇଲା ବିଜେପି। ବିଜେପି ୧୧୫, କଂଗ୍ରେସ ୧୦୬, ଅନ୍ୟାନ୍ୟ ୫ ଏବଂ ବିଏସ୍‌ପି ୪ଟି ଆସନରେ ଆଗୁଆ ଅଛନ୍ତି। ସରକାର ଗଠନ ପାଇଁ ଏଠାରେ ମ୍ୟାଜିକ୍‌ ନମ୍ବର ୧୧୬ ରହିଛି।
  • 11.47A.M-ମିଜୋରାମ୍‌ରେ ପ୍ରଥମଥର ପାଇଁ ଖାତା ଖୋଲିଲା ବିଜେପି। ଟୁଇ ଚୁଆଙ୍ଗ ଆସନରୁ ବିଜେପିକୁ ଏହି ସଫଳତା ମିଳିଛି।
  • 11.42A.M- ହାରିଲେ ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନ୍‌ୱାଲା। ଏହି କଂଗ୍ରେସ ନେତା ଦୁଇଟି ଆସନରୁ ଲଢ଼ୁଥିବାବେଳେ ବର୍ତ୍ତମାନ ଚମ୍ଫାଇ ଆସନରୁ ପରାସ୍ତ ହୋଇଛନ୍ତି। ତାଙ୍କୁ ଏମ୍‌ଏନ୍‌ଏଫ୍‌ର ଟିଜେ ଲାନୁନ୍ତଲୁଆଙ୍ଗ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ସେ ଲଢ଼ୁଥିବା ଦ୍ୱିତୀୟ ଆସନ ସର୍‌ଚିପ୍‌ରେ ମଧ୍ୟ ପଛୁଆ ଅଛନ୍ତି।
  • 11.41A.M- ତେଲେଙ୍ଗାନାରେ ଟିଆର୍‌ଏସ୍‌ର ବିପୁଳ ବିଜୟ ସୁନିଶ୍ଚିତ। ଟିଆର୍‌ଏସ୍‌ ୮୭, କଂଗ୍ରେସ ମେଣ୍ଟ ୧୮, ଏଆଇଏମ୍‌ଆଇଏମ୍‌ ୫ ଏବଂ ଅନ୍ୟାନ୍ୟା ଓ ବିଜେପି ଉଭୟ ଗୋଟିଏ ଆସନରେ ଆଗୁଆ ଅଛନ୍ତି। ମୋଟ ୧୧୯ରୁ ୧୧୧ଟି ଆସନର ଫଳାଫଳା ସାମ୍ନାକୁ ଆସିଛି।
  • 11.38A.M-ରାଜସ୍ଥାନରେ କଂଗ୍ରେସ ୯୩ଟି ଆସନରେ ଏବଂ ବିଜେପି ୮୧ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ପ୍ରାର୍ଥୀ ୨୦ଟି ଆସନରେ ଏବଂ ବିଏସ୍‌ପି ୪ଟି ଆସନରେ ଆଗୁଆ ଅଛନ୍ତି। ୨୦୦ଟି ଆସନରୁ ୧୯୭ଟି ଆସନରେ ଫଳାଫଳ ସାମ୍ନାକୁ ଆସିଛି।
  • 11.35A.M- ବର୍ତ୍ତମାନର ଟ୍ରେଣ୍ଡିଂ ଅନୁଯାୟୀ ମଧ୍ୟପ୍ରଦେଶରେ କଂଗ୍ରେସ ୧୦୯, ବିଜପେ ୧୧୦, ଅନ୍ୟାନ୍ୟ ୬ ଏବଂ ବିଏସ୍‌ପି ୫ ଆସନରେ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୨୩୦ ଆସନର ଫଳାଫଳ ସାମ୍ନାକୁ ଆସିଛି।
  • 11.05A.M- ବୁଧିନ୍‌ ଆସନରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ କଂଗ୍ରେସ ପ୍ରାର୍ଥୀ ଅରୁଣ ଯାଦବଙ୍କଠାରୁ ୪ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି।
  • 11.02A.M- ମିଜୋରାମ୍‌ କଂଗ୍ରେସ ହାତରୁ ଖସିଲା। ବର୍ତ୍ତମାନ ଏମ୍‌ଏନ୍ଏ‌ଫ୍‌ ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇଛି।  ଦଳ ୪୦ଟି ବିଧାନସଭା ଆସନରୁ ୨୮ଟିରେ ଆଗରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଦଳ ପକ୍ଷରୁ ମିଠା ବଣ୍ଟନଠାରୁ ଆରମ୍ଭ ହୋଇଛି।
  • 10.59A.M- କିଛି ସମୟ ପୂର୍ବରୁ ପଛରେ ଥିବା ରାଜ୍‌ନନ୍ଦଗାଓଁ ଆସନରେ ପଛରେ ଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ବର୍ତ୍ତମାନ କଂଗ୍ରେସ ପ୍ରାର୍ଥୀ କରୁଣା ଶୁକ୍ଲାଙ୍କୁ ପଛରେ ପକାଇଛନ୍ତି।
  • 10.55A.M- ସିଦ୍ଧିପେଟ୍‌ ଆସନରେ ଟିଆରଏସ୍‌ର ହରିଶ ରାଓ ୫୬ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି। କେସିଆରଙ୍କ ଭଣଜା ହରିଶ୍‌ ଚତୁର୍ଥ ଥର ପାଇଁ ଏହି ଆସନରୁ ଜିତିବାକୁ ଯାଉଛନ୍ତି।
  • 10.50A.M- ରାଜସ୍ଥାନରେ ମଧ୍ୟ କଂଗ୍ରେସର ପଲା ଭାରି। ଶେଷ ଖବର ସୁଦ୍ଧା ରାଜସ୍ଥାନରେ ବର୍ତ୍ତମାନ ମନ୍ତ୍ରୀ ପଦରେ ଥିବା ୧୨ ଜଣ ପ୍ରାର୍ଥୀ ପଛରେ ଅଛନ୍ତି।
  • 10.48A.M- ମଧ୍ୟପ୍ରଦେଶରେ ମ୍ୟାଜିକ୍‌ ନମ୍ବର ଅତିକ୍ରମ କଲା କଂଗ୍ରେସ। ୧୦.୪୮ର ଟ୍ରେଣ୍ଡିଂ ଅନୁଯାୟୀ କଂଗ୍ରେସ ୧୧୬ ଏବଂ ବିଜେପି ୯୯ ଏବଂ ଅନ୍ୟାନ୍ୟ ପ୍ରାର୍ଥୀମାନେ ୧୫ଟି ଆସନରେ ଆଗୁଆ ଅଛନ୍ତି।
  • 10.45A.M- ୯.୫୦ ବେଳକୁ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ମାରହ୍ୱାଇ ଆସନରୁ ପଛୁଆ ରହିଥିଲେ କିନ୍ତୁ ୧୦.୪୫ର ଟ୍ରେଣ୍ଡିଂ ଅନୁଯାୟୀ ଶ୍ରୀ ଯୋଗୀ ୫ ହଜାର ଭୋଟ୍‌ରେ ଆଗୁଆ ରହିଛନ୍ତି।
  • 10.44A.M.- ସିର୍ଚ୍ଚିଲ୍‌ରେ କେସିଆରଙ୍କ ପୁଅ କେଟି ରାମାରାଓ ୨୪ ହଜାର ଭୋଟ୍‌ରେ ଆଗରେ ରହିଛନ୍ତି।
  • 10.41A.M.-ଧୀରେ ଧୀରେ ଜନମତ କଂଗ୍ରେସ ସପକ୍ଷରେ ଯାଉଥିବାରୁ ଦଳୀୟ କର୍ମୀମାନେ ଉତ୍ସବ ମନାଇବା ଆରମ୍ଭ କରିଛନ୍ତି।
  • 10.39A.M.- ବସୁନ୍ଧରା ରାଜେ କଂଗ୍ରେସର ମାନ୍‌ଭେନ୍ଦ୍ର ସିଂହଙ୍କଠାରୁ ୯,୨୯୬ ଭୋଟ୍‌ରେ ଆଗୁଆ ଅଛନ୍ତି।
  • 10.38A.M.-ରାଜସ୍ଥାନ: ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସଚିନ୍‌ ପାଇଲଟ୍‌, ଅଶୋକ ଗେହଲଟ୍‌ ବିଜୟର ନିକଟତର।
  • 10.36A.M.-ମଧ୍ୟପ୍ରଦେଶରେ ବିଜେପି କଂଗ୍ରେସଠାରୁ ବର୍ତ୍ତମାନ ଗୋଟିଏ ଆସନ ପଛରେ। ବିଜେପି ୧୦୨ ଏବଂ କଂଗ୍ରେସ ୧୦୩ ଆସନରେ ଆଗୁଆ ଅଛନ୍ତି।
  • 10.35A.M.ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ଲାଲ୍‌ ଥାନ୍‌ୱାଲା ଲଢ଼ିଥିବା ୨ଟି ଯାକ ଆସନରେ ପଛୁଆ ଅଛନ୍ତି। ସେ ଏକକାଳୀନଭାବେ ସେର୍‌ଚ୍ଚିପ୍‌ ଓ ଚମ୍ପାଇରୁ ଲଢ଼ୁଛନ୍ତି।
  • 10.33A.M.ଏଆଇଏମଆଇଏମର ଅକାବୁରଦ୍ଦିନ ଓୱାସୀ ହାଇଦ୍ରାବାଦର ଚନ୍ଦ୍ରାୟାନ୍‌ଗୁଣ୍ଠୁ ଆସନରେ ବିଜୟ ଲାଭ କରିଛନ୍ତି।
  • 10.31A.M.-ଅକଲ୍‌ତାରା ନିର୍ବାଚନମଣ୍ଡଳୀରେ ଅଜିତ ଯୋଗୀଙ୍କ ବୋହୁ ରିଚା ଯୋଗୀ (ବିଏସ୍‌ପି)  ଆଗୁଆ ଅଛନ୍ତି।
  • 10.30A.M.- ନିର୍ବାଚନ ଫଳାଫଳକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ଜରୁରୀ ବୈଠକ ଡକାଇଛନ୍ତି। ଏହି ବୈଠକ ସଂସଦୀୟ ଭବନରେ ହେବ ବୋଲି ଜଣାଯାଇଛି।
  • 10.28A.M.- ମିଜୋରାମ୍‌ରେ ଏମ୍‌ଏନ୍‌ଏଫ୍‌ ୨୫, କଂଗ୍ରେସ ୯, ବିଜେପି ୧ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ଅଛନ୍ତି।
  • 10.24 A.M.-ଛତିଶଗଡ଼ରେ କଂଗ୍ରେସ ୫୧, ବିଜେପି ୨୮, ବିଏସ୍‌ପି ୭ ଏବଂ ଅନ୍ୟାନ୍ୟ ଗୋଟିଏ ଆସନରେ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୯୦ରୁ ୮୭ଟି ଆସନର ଫଳାଫଳ ସାମ୍ନାକୁ ଆସିଛି।
  • 10.22A.M-ତେଲେଙ୍ଗାନାରେ ଟିଆର୍‌ଏସ୍‌ ୮୪, କଂଗ୍ରେସ ୨୩, ବିଜେପି ୬ ଏବଂ ଅନ୍ୟାନ୍ୟ ୬ ପ୍ରାର୍ଥୀ ଆଗୁଆ ଅଛନ୍ତି। ୧୧୯ରୁ ୧୧୯ ଆସନର ଫଳାଫଳ ସାମ୍ନାକୁ ଆସୁଛି।
  • 10.21AM. ରାଜସ୍ଥାନରେ କଂଗ୍ରେସ ୧୦୧, ବିଜେପି ୭୮, ବିଏସ୍‌ପି ୩, ଅନ୍ୟାନ୍ୟ ୧୩ଟି ଆସନରେ ଆଗରେ ଅଛନ୍ତି। ୧୯୯ରୁ ୧୯୫ଟି ଆସନର ଫଳାଫଳ ସାମ୍ନାକୁ ଆସିଛି।
  • 10.18A.M.- ମଧ୍ୟପ୍ରଦେଶରେ କଂଗ୍ରେସ ୧୦୫, ବିଜେପି ୯, ବିଏସ୍‌ପି ୬, ଅନ୍ୟାନ୍ୟ ୫ଟି ଆସନରେ ଆଗୁଆ। ୨୩୦ରୁ ୨୧୧ଟି ଫଳାଫଳ ସାମ୍ନାକୁ ଆସିଛି।
  • ରାଜସ୍ଥାନର ରାୟପୁରରେ କଂଗ୍ରେସର ଦବଦବା
  • ରାୟପୁରର ୨୦ଟି ବିଧାନସଭା ଆସନରୁ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ୧୭ଟିରେ ଆଗରେ ରହିଛି। ଅର୍ଥାତ ଦଳ ଏଠାରେ ଜବରଦସ୍ତ ପ୍ରଦର୍ଶନ କରୁଛି।
  • ୧୦ ସୁଦ୍ଧା ମିଳିଥିବା ଟ୍ରେଣ୍ଡିଂ ଅନୁଯାୟୀ, କଂଗ୍ରେସ ରାଜସ୍ଥାନରେ ଆଗରେ ରହିଥିବା ବେଳେ ମଧ୍ୟପ୍ରଦେଶରେ ଧୀରେଧୀରେ ଆଗକୁ ବଢ଼ୁଛି। ସେହିପରି ତେଲେଙ୍ଗାନାରେ ଟିଆରଏସ୍‌ ଏବଂ ମିଜୋରାମରେ ଏମ୍‌ଏନ୍‌ଏଫ୍‌ ବିଜୟର ନିକଟତର ହୋଇଛି। 
  • ସମୟ ୧୦.୧ ରାଜସ୍ଥାନର ପରିବେଶ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଲୋହହ୍ୱାଟ ଆସନରୁ ୧,୩୭୫ ଖଣ୍ଡ ଭୋଟରେ ପଛରେ ରହିଛନ୍ତି।
  • ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବୁଧିନ ନିର୍ବାଚନ ମଣ୍ଡଳରେ ଆଗରେ ରହିଛନ୍ତି।
  • ଏଆଇଏମଆଇଏମର ଅକାବୁରଦ୍ଦିନ ଓୱାସୀ ହାଇଦ୍ରାବାଦର ଚନ୍ଦ୍ରାୟାଗୁଣ୍ଠୁ ଆସନରେ ଆଗରେ ରହିଛି।
  • ଜନତା କଂଗ୍ରେସର ନେତ୍ରୀ ତଥା ଅଜିତ ଯୋଗୀଙ୍କ ପତ୍ନୀ ରେଣୁ ଯୋଗୀ ଛତିଗଡ଼ କୋଟା ଆସନରେ ଆଗରେ ରହିଛନ୍ତି।
  • ଅଜିତ ଯୋଗୀ ମାରହ୍ୱାଇ ଆସନରୁ ଲଢ଼ୁଥିବା ବେଳେ ବର୍ତ୍ତମାନ ସେ ୨୧ ହଜାର ଭୋଟ୍‌ରେ ପଛରେ ଅଛନ୍ତି।
  • ପ୍ରାରମ୍ଭିକ ଟ୍ରେଣ୍ଡିଂ ଅନୁଯାୟୀ, 
  • ସକାଳ ୯.୩୦ ସୁଦ୍ଧା ମଧ୍ୟପ୍ରଦେଶରେ କଂଗ୍ରେସ ୨୯, ବିଜେପି ୩୩, ବିଏସ୍‌ପି ୩ ଓ ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗୁଆ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୩୦ଟି ବିଧାନସଭା ଆସନରୁ ୬୭ଟି ଆସନର ଫଳାଫଳ ସାମ୍ନାକୁ ଆସିଛି।
  • ରାଜସ୍ଥାନରେ କଂଗ୍ରେସ ୫୦ଟି, ବିଜେପି ୩୭, ଅନ୍ୟାନ୍ୟ ୧୨ ଓ ବିଏସ୍‌ପି ୩ଟି ଆସନରେ ଆଗୁଆ ରହିଛି।  ବର୍ତ୍ତମାନ ପର୍ଯ୍ୟନ୍ତ ୧୯୯ଟି ବିଧାନସଭା ଆସନରୁ ୧୦୨ଟିର ଫଳାଫଳ ସାମ୍ନାକୁ ଆସିଛି।
  • ତେଲେଙ୍ଗାନାର ୧୧୯ଟି ବିଧାନସଭା ଆସନରୁ ୭୯ଟି ଫଳାଫଳ ସାମ୍ନାକୁ ଆସିଛି। ଏଥିରେ କେ ଚନ୍ଦ୍ରଶେଖର ରାଓଙ୍କ ଟିଆର୍‌ଏସ୍‌ ୬୦, କଂଗ୍ରେସ ମହାମେଣ୍ଟ ୧୨, ବିଜେପି ୩, ଅନ୍ୟାନ୍ୟ ୨ ଓ ଏଆଇଏମ୍‌ଆଇଏମ୍‌ ୨ଟି ଆସନରେ ଆଗୁଆ ରହିଛନ୍ତି।
  • ଛତିଶଗଡ଼ରେ କଂଗ୍ରେସ ୩୦, ବିଜେପି ୧୨, ବିଏସ୍‌ପି ଓ ଅଜିତ ଯୋଗୀ ମେଣ୍ଟ ୪ ଓ ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୯୦ଟି ବିଧାନସଭା ଆସନରୁ ୪୭ଟି ଆସନର ଫଳାଫଳ ସାମ୍ନାକୁ ଆସିଛି।
  • ମିଜୋରାମର ୪୦ଟି ବିଧାନସଭା ଆସନରୁ ୩୨ଟିର ଫଳାଫଳ ସାମ୍ନାକୁ ଆସିଛି। ଏଥି ମଧ୍ୟରୁ ଏମ୍‌ଏନ୍‌ଏଫ୍‌ ୨୨, କଂଗ୍ରେସ ୬, ବିଜେପି ୧ ଓ ଅନ୍ୟାନ୍ୟ ଦଳ ୩ଟି ଆସନରେ ଆଗୁଆ ରହିଛି।

Related story