ମଣିପୁରରେ ୫.୧ ତୀବ୍ରତାର ଭୂକମ୍ପ, ଥରିଲା ଉତ୍ତରପୂର୍ବ ଭାରତ

ଇମ୍ଫାଲ: ଭୂକମ୍ପ ଝଟକାରେ ମଣିପୁର ସମେତ ଏକାଧିକ ଉତ୍ତରପୂର୍ବ ରାଜ୍ୟ ଥରିଛି। ଭୂକମ୍ପର କେନ୍ଦ୍ରସ୍ଥଳ ମଣିପୁରରେ ରହିଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ସନ୍ଧ୍ୟା ୮.୧୫ରେ ସଂଗଠିତ ଏହି ଭୂକମ୍ପ ଝଟକା ମଣିପୁର ବ୍ୟତୀତ ଗୌହାଟୀ, ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର ଓ ମିଜୋରାମରେ ବି ଅନୁଭୁତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମଣିପୁରର କାକଚିଙ୍ଗ ଠାରୁ ଦକ୍ଷିଣପଶ୍ଚିମ ଦିଗର ୧୧ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂକମ୍ପ ଝଟକା […]

cf

Hemant Lenka
  • Published: Monday, 25 May 2020
  • , Updated: 25 May 2020, 09:30 PM IST

ଇମ୍ଫାଲ: ଭୂକମ୍ପ ଝଟକାରେ ମଣିପୁର ସମେତ ଏକାଧିକ ଉତ୍ତରପୂର୍ବ ରାଜ୍ୟ ଥରିଛି। ଭୂକମ୍ପର କେନ୍ଦ୍ରସ୍ଥଳ ମଣିପୁରରେ ରହିଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ସନ୍ଧ୍ୟା ୮.୧୫ରେ ସଂଗଠିତ ଏହି ଭୂକମ୍ପ ଝଟକା ମଣିପୁର ବ୍ୟତୀତ ଗୌହାଟୀ, ଆସାମ, ମେଘାଳୟ, ନାଗାଲ୍ୟାଣ୍ଡ, ମଣିପୁର ଓ ମିଜୋରାମରେ ବି ଅନୁଭୁତ ହୋଇଛି।

ପ୍ରାଥମିକ ରିପୋର୍ଟ ଅନୁଯାୟୀ, ମଣିପୁରର କାକଚିଙ୍ଗ ଠାରୁ ଦକ୍ଷିଣପଶ୍ଚିମ ଦିଗର ୧୧ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂକମ୍ପ ଝଟକା ପରେ ଲୋକମାନେ ଘରୁ ବାହାରକୁ ଚାଲି ଆସି ଦୀର୍ଘ ସମୟ ଧରି ଖୋଲା ସ୍ଥାନରେ ଛଡ଼ା ହୋଇଥିଲେ। ତେବେ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Related story