ଭୂକମ୍ପ ଝଟ୍‌କାରେ ଥରିଲା ଅରୁଣାଚଳ ପ୍ରଦେଶ

ଇଟାନଗର: ଭୂକମ୍ପ ଝଟ୍‌କାରେ ଥରିଛି ଅରୁଣାଚଳ ପ୍ରଦେଶ। ଭାରତ ଓ ମିଆଁମାର ସୀମାରେ ସୃଷ୍ଟି ହୋଇଥିବା ଏହି ଭୂକମ୍ପର ତୀବ୍ରତା ୫.୫ ରହିଥିବା ରିକ୍ଟର ସ୍କେଲରୁ ଜଣାପଡ଼ିଛି। ଏହାର ପ୍ରଭାବରେ ଅରୁଣାଚଳପ୍ରଦେଶର ବିଭିନ୍ନ ଜିଲ୍ଲାରେ ଝଟକା ଅନୁଭୂତ ହୋଇଥିଲା। ଅପରାହ୍ଣ ପ୍ରାୟ ୩.୪୭ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ବାହାରକୁ ଚାଲି ଆସିଥିଲେ। କିଛି ସ୍ଥାନରେ ପକ୍କା ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି। କିନ୍ତୁ ମୃତାହତଙ୍କ ସମ୍ପର୍କରେ ଏଯାଏ କୌଣସି ସ୍ପଷ୍ଟ […]

e

Hemant Lenka
  • Published: Wednesday, 28 November 2018
  • , Updated: 28 November 2018, 06:08 PM IST

ଇଟାନଗର: ଭୂକମ୍ପ ଝଟ୍‌କାରେ ଥରିଛି ଅରୁଣାଚଳ ପ୍ରଦେଶ। ଭାରତ ଓ ମିଆଁମାର ସୀମାରେ ସୃଷ୍ଟି ହୋଇଥିବା ଏହି ଭୂକମ୍ପର ତୀବ୍ରତା ୫.୫ ରହିଥିବା ରିକ୍ଟର ସ୍କେଲରୁ ଜଣାପଡ଼ିଛି। ଏହାର ପ୍ରଭାବରେ ଅରୁଣାଚଳପ୍ରଦେଶର ବିଭିନ୍ନ ଜିଲ୍ଲାରେ ଝଟକା ଅନୁଭୂତ ହୋଇଥିଲା।

ଅପରାହ୍ଣ ପ୍ରାୟ ୩.୪୭ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ବାହାରକୁ ଚାଲି ଆସିଥିଲେ। କିଛି ସ୍ଥାନରେ ପକ୍କା ଘର ଭାଙ୍ଗି ଯାଇଥିବା ଜଣାପଡ଼ିଛି। କିନ୍ତୁ ମୃତାହତଙ୍କ ସମ୍ପର୍କରେ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ବିଶେଷ କରି ଦିବ୍ରୁଗଡ଼, ଦିମାପୁର, ଇମ୍ଫାଲ,ନାଗାଓଁ ଭଳି ସ୍ଥାନରେ ଝଟ୍‌କା ଅଧିକ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିମି ଗଭୀରରେ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related story