ବିଜେପି ନେତାଙ୍କ ସାଂପ୍ରଦାୟିକ ଟ୍ୱିଟ ଡିଲିଟ କରିବାକୁ ଇସିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ୁଥିବା କପିଲ ମିଶ୍ରାଙ୍କ ସାଂପ୍ରଦାୟିକ ଟ୍ୱିଟକୁ ଡିଲିଟ କରିବାକୁ ଆଜି ନିର୍ବାଚନ କମିଶନ(ଇସି) ନିର୍ଦ୍ଦେଶ ଦେଇଛନ୍ତି। ବିବାଦୀୟ ନାଗରିକତା ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ସମାଲୋଚନା କରିବା ସହ ‘ମିନି ପାକିସ୍ତାନ’ ଶବ୍ଦର ବ୍ୟବହାର କରି ଟ୍ୱିଟ କରିଥିଲେ। ଏହାକୁ ନିର୍ବାଚନ କମିଶନ ଗୁରୁତ୍ୱର ସହ ନେଇଛନ୍ତି। କପିଲ ମିଶ୍ରାଙ୍କ ଟ୍ୱିଟ ଅତ୍ୟନ୍ତ ଆପତ୍ତିଜନକ ଓ ଏହା ମଧ୍ୟରେ ସାଂପ୍ରଦାୟିକ ଭେଦଭାବ ରହିଛି ବୋଲି ଇସି କହିବା […]

uy

Hemant Lenka
  • Published: Friday, 24 January 2020
  • , Updated: 24 January 2020, 04:07 PM IST

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ୁଥିବା କପିଲ ମିଶ୍ରାଙ୍କ ସାଂପ୍ରଦାୟିକ ଟ୍ୱିଟକୁ ଡିଲିଟ କରିବାକୁ ଆଜି ନିର୍ବାଚନ କମିଶନ(ଇସି) ନିର୍ଦ୍ଦେଶ ଦେଇଛନ୍ତି। ବିବାଦୀୟ ନାଗରିକତା ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ସମାଲୋଚନା କରିବା ସହ ‘ମିନି ପାକିସ୍ତାନ’ ଶବ୍ଦର ବ୍ୟବହାର କରି ଟ୍ୱିଟ କରିଥିଲେ।

ଏହାକୁ ନିର୍ବାଚନ କମିଶନ ଗୁରୁତ୍ୱର ସହ ନେଇଛନ୍ତି। କପିଲ ମିଶ୍ରାଙ୍କ ଟ୍ୱିଟ ଅତ୍ୟନ୍ତ ଆପତ୍ତିଜନକ ଓ ଏହା ମଧ୍ୟରେ ସାଂପ୍ରଦାୟିକ ଭେଦଭାବ ରହିଛି ବୋଲି ଇସି କହିବା ସହ ଟ୍ୱିଟରକୁ ଏହାକୁ ଡିଲିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶାହୀନ ବାଗରେ ଦୀର୍ଘ ୪୦ରୁ ଅଧିକ ଦିନ ହେଲା ସିଏଏ ବିରୋଧରେ ଆନ୍ଦୋଳନ ଚାଲିଛି। ଏହାକୁ ଟାର୍ଗେଟ କରି କପିଲ ମିଶ୍ରା ଟ୍ୱିଟ କରିଥିଲେ ଯେ “ଶାହୀନ ବାଗ ହେଉଛି ପାକିସ୍ତାନର ଏଣ୍ଟ୍ରି ପଏଣ୍ଟ।

ଦିଲ୍ଲୀରେ ମିନି ପାକିସ୍ତାନ ସୃଷ୍ଟି ହୋଇଛି। ଶାହୀନ ବାଗ, ଚାନ୍ଦ ବାଗ ଓ ଇନ୍ଦ୍ରେଲୋକ ଭଳି ସ୍ଥାନ ରହିଛି। ଏଠାରେ ଆଇନକୁ କେହି ମାନୁନାହାନ୍ତି। ପାକିସ୍ତାନୀ ଦଙ୍ଗାକାରୀମାନେ ରାସ୍ତାକୁ ଦଖଲ କରି ରଖିଛନ୍ତି।” ଏଥିସହ ସେ ଆସନ୍ତା ଫେବୃଆରୀ ୮ରେ ହେବାକୁ ଥିବା ଦିଲ୍ଲୀ ନିର୍ବାଚନକୁ ଭାରତ-ପାକିସ୍ତାନର ଲଢ଼େଇ ବୋଲି କହିବାକୁ ପଛାଇ ନାହାନ୍ତି।

Related story