ନିର୍ବାଚନ ବେଳେ ନୀତି ଆୟୋଗ ଆଚରଣ ବିଧି ଉଲ୍ଲଂଘନ କରିନାହିଁ: ଇସି

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ନୀତି ଆୟୋଗ ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ପିଏମଓକୁ ଆଚରଣ ବିଧି ଉଲ୍ଲଂଘନ ସଂକ୍ରାନ୍ତୀୟ କୌଣସି ତଥ୍ୟ ଦେଇ ନାହିଁ। କେବଳ ଜିଲ୍ଲା ବାବଦରେ ପିଏମଓକୁ ନୀତି ଆୟୋଗ ସୂଚନା ଦେଇଛି, ରାଜନୀତିକ ତଥ୍ୟ ବାବଦରେ କୌଣସି ସୂଚନା ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ନୀତି ଆୟୋଗ ଦେଇନଥିବା ସ୍ପଷ୍ଟ କରିଛି ନିର୍ବାଚନ କମିଶନ। ରବିବାର ଉପ ନିର୍ବାଚନ କମିଶନର ସନ୍ଦୀପ ସକ୍ସେନା ଏହି ସୂଚନା ଦେଇଛନ୍ତି। ନୀତି ଆୟୋଗକୁ ବ୍ୟବହାର କରି ପିଏମଓ ନିର୍ବାଚନ […]

niti ayoga

Subhransu Sekhar
  • Published: Monday, 13 May 2019
  • , Updated: 13 May 2019, 12:44 PM IST

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ନୀତି ଆୟୋଗ ପ୍ରଧାନମନ୍ତ୍ରୀ ଓ ତାଙ୍କ କାର୍ଯ୍ୟାଳୟ ପିଏମଓକୁ ଆଚରଣ ବିଧି ଉଲ୍ଲଂଘନ ସଂକ୍ରାନ୍ତୀୟ କୌଣସି ତଥ୍ୟ ଦେଇ ନାହିଁ। କେବଳ ଜିଲ୍ଲା ବାବଦରେ ପିଏମଓକୁ ନୀତି ଆୟୋଗ ସୂଚନା ଦେଇଛି, ରାଜନୀତିକ ତଥ୍ୟ ବାବଦରେ କୌଣସି ସୂଚନା ପ୍ରଧାନମନ୍ତ୍ରୀଙ୍କ ଅଫିସକୁ ନୀତି ଆୟୋଗ ଦେଇନଥିବା ସ୍ପଷ୍ଟ କରିଛି ନିର୍ବାଚନ କମିଶନ।

ରବିବାର ଉପ ନିର୍ବାଚନ କମିଶନର ସନ୍ଦୀପ ସକ୍ସେନା ଏହି ସୂଚନା ଦେଇଛନ୍ତି। ନୀତି ଆୟୋଗକୁ ବ୍ୟବହାର କରି ପିଏମଓ ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କୁ ନିର୍ବାଚନୀ ରାଲି ସ୍ଥାନର ବିଭିନ୍ନ ସୂଚନା ଦେଉଥିବା କଂଗ୍ରେସ ଏପ୍ରିଲ ୧୦ ତାରିଖରେ ଅଭିଯୋଗ କରିଥିଲା। ଏହାପରେ ନିର୍ବାଚନ କମିଶନ ତଦନ୍ତ କରି ନୀତି ଆୟୋଗକୁ ରବିବାର କ୍ଲିନ୍ ଚିଟ୍ ଦେଇଛନ୍ତି।

ଅକ୍ଚୋବର ୨୦୧୪ରେ ନିର୍ବାଚନ କମିଶନଙ୍କ ଏକ ସ୍ଥାୟୀ ଆଦେଶ ଅନୁଯାୟୀ ନିର୍ବାଚନ ବେଳେ କୌଣସି ସ୍ଥାନକୁ ପ୍ରଧାନମନ୍ତ୍ରୀ ସରକାରୀ ଗସ୍ତ କିମ୍ୱା ନିର୍ବାଚନୀ ରାଲି କରୁଥିଲେ, ନୀତି ଆୟୋଗ ଗସ୍ତସ୍ଥଳୀର ଜିଲ୍ଲା ବାବଦରେ ସୂଚନା ଦେଇପାରିବ। କିନ୍ତୁ ରାଜନୀତିକ ତଥ୍ୟ ବାବଦରେ ସୂଚନା ଦେଇପାରିବ ନାହିଁ। ଏହି ଆଦେଶ କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସୂଚନା ରହିଛି। ହେଲେ ଅନ୍ୟ କେହି ମନ୍ତ୍ରୀ ଗସ୍ତସ୍ଥଳୀର ଜିଲ୍ଲା ବାବଦରେ ନୀତି ଆୟୋଗକୁ ସୂଚନା ମାଗି ପାରିବେ ନାହିଁ। ଯଦି ମାଗିବେ ତାହା ଆଚରଣ ବିଧି ଉଲ୍ଲଂଘନ ବୋଲି ଅକ୍ଟୋବର ୨୦୧୪ ଆଦେଶରେ ଦର୍ଶାଯାଇଛି।

Related story