ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ୨୦ ଜଣ ବଧାୟକଙ୍କୁ ଅଯୋଗ୍ୟ ବୋଲି ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଯାହାକି ଆମ୍ ଅଦମୀ ପାର୍ଟି ପାଇଁ ଏକ ବଡ ଝଟ୍କା ବୋଲି କୁହାଯାଉଛି। ଏକଥା ଜାଣିବା ପରେ ଦଳ ପକ୍ଷରୁ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ଏ ନେଇ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହେବ ବୋଲି କହିଛନ୍ତି ମୁଖ୍ୟ ତଥ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ନିର୍ବାଚନ ଆୟୋଗ ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ବୈଠକ ପରେ ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ୍ କରାଯାଇଛି।
ଏହି ବିଧାୟକମାନଙ୍କୁ ସଂସଦୀୟ ସଚିବ କରାଯିବା ପରଠାରୁ ସେମାନଙ୍କ ଉପରେ ବିବାଦ ଆରମ୍ଭ ହୋଇଥିଲା। ଅଫିସ୍ ଅଫ୍ ପ୍ରଫିଟ୍ ଉଲ୍ଲଂଘନ ଅଭିଯୋଗରେ ଏମାନଙ୍କ ଉପରେ ଏଭଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବିଧାୟକମାନେ ହେଲେ ପ୍ରବୀଣ କୁମାର, ସରଦ କୁମାର, ଆଦର୍ଶ ଶାସ୍ତ୍ରୀ, ମଦନ ଲାଲ୍, ଚରଣ ଗୋୟଲ୍, ସରିତା ସିଂ, ନେରଶ ଯାଦବ, ଜରନୈଲ ସିଂ, ରାଜେସ ଗୁପ୍ତା, ଅଲକା ଲାମ୍ବା, ନୀତିନ ତ୍ୟାଗୀ, ସଞ୍ଜିବ୍ ଝା, କୈଳାଶ ଗହଲୋତ, ବିଜେନ୍ଦ୍ର ଗର୍ଗ, ରାଜଶ ଋଷୀ, ଅନିଲ କୁମାର ବାଜପେୟୀ, ସୋମଦତ୍ତ, ସୁଲବିର ସିଂ ଡାଲା, ମନୋଜ କୁମାର ଓ ଅବତାର ସିଂ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।