ବିକାଶ ଦୁବେ ଓ ସହଯୋଗୀଙ୍କ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କଲା ଇଡି, ଫିଟିବ କି ଗୁମର

କାନପୁର: ପୁଲିସ୍‌ ଗୁଳିରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାଁରେ ଥିବା ସମ୍ପତ୍ତି ଗୁଡ଼ିକର ଖୋଳତାଡ଼ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। କେବଳ ବିକାଶ ଦୁବେ ନୁହେଁ, ତା’ ସହଯୋଗୀଙ୍କମାନଙ୍କ ନାଁରେ ଥିବା ସମ୍ପତ୍ତିର ମଧ୍ୟ ଇଡି ଯାଞ୍ଚ କରିବ। ବିକାଶ ନାଁରେ କେତେ ସମ୍ପତ୍ତି ରହିଛି ଓ ଏହାର ମାଲିକ ସେ କେମିତି ହେଲା, ତା’ର ଗୁମର ଫିଟିବ ବୋଲି ଆଶା କରାଯାଉଛି। ଏନେଇ ଆଜି ଇଡି ପକ୍ଷରୁ ବିକାଶ ଦୁବେ, ତା’ ପରିବାର […]

vikash dubey

Hemant Lenka
  • Published: Saturday, 11 July 2020
  • , Updated: 11 July 2020, 12:38 PM IST

କାନପୁର: ପୁଲିସ୍‌ ଗୁଳିରେ ନିହତ ହୋଇଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନାଁରେ ଥିବା ସମ୍ପତ୍ତି ଗୁଡ଼ିକର ଖୋଳତାଡ଼ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। କେବଳ ବିକାଶ ଦୁବେ ନୁହେଁ, ତା’ ସହଯୋଗୀଙ୍କମାନଙ୍କ ନାଁରେ ଥିବା ସମ୍ପତ୍ତିର ମଧ୍ୟ ଇଡି ଯାଞ୍ଚ କରିବ। ବିକାଶ ନାଁରେ କେତେ ସମ୍ପତ୍ତି ରହିଛି ଓ ଏହାର ମାଲିକ ସେ କେମିତି ହେଲା, ତା’ର ଗୁମର ଫିଟିବ ବୋଲି ଆଶା କରାଯାଉଛି।

ଏନେଇ ଆଜି ଇଡି ପକ୍ଷରୁ ବିକାଶ ଦୁବେ, ତା’ ପରିବାର ଓ ସହଯୋଗୀଙ୍କ ସମ୍ପର୍କରେ ଉତ୍ତର ପ୍ରଦେଶ ପୁଲିସ୍‌କୁ ବିସ୍ତୃତ ତଥ୍ୟ ମାଗିଛି। ଏଥିସହ ବିକାଶ ଦୁବେ ନାଁରେ ଥିବା ଅପରାଧିକ ମାମଲା ଗୁଡ଼ିକର ଷ୍ଟାଟସ ବି ପୁଲିସ୍‌କୁ ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶ ଏସଟିଏଫ ପୁଣିଥରେ ଉଜ୍ଜୟୀନ ଗସ୍ତ କରିବ। ବିକାଶ ଦୁବେ କେମିତି କାନପୁରରୁ ମଧ୍ୟପ୍ରଦେଶର ଉଜ୍ଜୟୀନରେ ପ୍ରବେଶ କଲା, ତା’ର ଖୋଳତାଡ଼ କରିବ।

ସେହିପରି ଉତ୍ତର ପ୍ରଦେଶ ପୁଲିସ୍‌ ମଧ୍ୟପ୍ରଦେଶର ଗ୍ୱାଲିୟରରୁ ବିକାଶ ଦୁବେର ସହଯୋଗୀଙ୍କୁ ସହାୟତା କରିଥିବା ଦୁଇ ଜଣଙ୍କୁ ଆଜି ଗିରଫ କରିଛି। ପୁଲିସ୍‌ କହିଛି ଯେ ଓମ ପ୍ରକାଶ ପାଣ୍ଡେ ଓ ଅନୀଲ ପାଣ୍ଡେ କାନପୁର ଶୁଟ ଆଉଟର ଅଭିଯୁକ୍ତ ଶଶିକାନ୍ତ ପାଣ୍ଡେ ଏବଂ ଶିବମ ଦୁବେକୁ କିଛି ଦିନ ପାଇଁ ଆଶ୍ରୟ ଦେଇଥିଲେ।

Related story