କ୍ରିକେଟ ଆସୋସିଏସନ ସ୍କାମ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କୁ ଇଡିର ଜେରା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଜେରା କରିଛି। ସେ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିବା ବେଳେ ୪୩.୬୯ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏବେ ଇଡି ଏହି ଘଟଣାରେ ଫାରୁକ ଅବଦୁଲ୍ଲାଙ୍କୁ ଜେରା କରିଛି। ଇଡି ପକ୍ଷରୁ କୁହାଯାଇଛି ଯେ ଏହି ଘଟଣାରେ ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକଙ୍କ ବୟାନ […]

f

Hemant Lenka
  • Published: Monday, 19 October 2020
  • , Updated: 19 October 2020, 03:30 PM IST

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ଜେରା କରିଛି। ସେ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିବା ବେଳେ ୪୩.୬୯ କୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା।

ଏନେଇ ଇଡି ପକ୍ଷରୁ ମାମଲା ରୁଜୁ କରାଯାଇଥିଲା। ଏବେ ଇଡି ଏହି ଘଟଣାରେ ଫାରୁକ ଅବଦୁଲ୍ଲାଙ୍କୁ ଜେରା କରିଛି। ଇଡି ପକ୍ଷରୁ କୁହାଯାଇଛି ଯେ ଏହି ଘଟଣାରେ ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକଙ୍କ ବୟାନ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ରେକର୍ଡ କରାଯାଇଛି। ତେବେ ହଠାତ୍‌ ଇଡି କ୍ରିକେଟ ଆସୋସିଏସନ ସ୍କାମରେ ଫାରୁକଙ୍କୁ ସମନ କରି ଜେରା କରିବା ଯୋଗୁ ବିବାଦ ସୃଷ୍ଟି ହୋଇଛି।

ତାଙ୍କ ପୁଅ ଓମାର ଅବଦୁଲ୍ଲା କହିଛନ୍ତି, ଏହା ରାଜନୀତିକ ଆକ୍ରୋଶ ଛଡ଼ା ଆଉ କିଛି ନୁହେଁ। ଗୁପକାର ଡିକ୍ଲାରେସନ ଅନୁଯାୟୀ ପିପୁଲ୍ସ ଆଲିଆନ୍ସ ଗଠନ କରାଯିବା ପରେ ଏଭଳି ଘଟଣା ଘଟିଛି। ଇଡି ଘଟଣାର ତଦନ୍ତ କରି କହିଛି ଯେ ୨୦୦୨ରୁ ୨୦୧୧ ମଧ୍ୟରେ  ବିସିସିଆଇ ପକ୍ଷରୁ ୩ଟି ଭିନ୍ନଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଜମ୍ମୁ-କଶ୍ମୀର କ୍ରିକେଟ ଆସୋସିଏସନ ପାଇଁ ୧୧୩ କୋଟି ଟଙ୍କା ଦିଆଯାଇଥିଲା। ତେବେ ଏହି ଟଙ୍କା ମଧ୍ୟରୁ ପ୍ରାୟ ୪୩.୬୯ କୋଟି ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।

Related story