ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡିର ସମନ୍‌

ନୂଆଦିଲ୍ଲୀ: ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିମାନ ଚଳାଚଳରେ ହୋଇଥିବା ଦୁର୍ନୀତି ଘଟଣାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ୍‌ କରିଛି। ତାଙ୍କୁ ଜୁନ୍‌ ୬ରେ ବ୍ୟକ୍ତିଗତ ଭାବେ ଇଡିରେ ହାଜର ହେବାକୁ ଏହି ନୋଟିସ୍‌ରେ କୁହାଯାଇଛି। ବିଦେଶ ବିମାନ କମ୍ପାନୀଗୁଡ଼ିକୁ ଫାଇଦା ଦେବା ଘଟଣାରେ ପ୍ରଫୁଲ୍ଲ ପଟେଲ୍‌ଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଏହି ଡିଲ୍‌ କରୁଥିବା କର୍ପୋରେଟ୍‌ ଲବିଷ୍ଟ୍‌ ଦୀପକ ତଲୱାରକୁ ଇଡି […]

u

Hemant Lenka
  • Published: Saturday, 01 June 2019
  • , Updated: 01 June 2019, 04:48 PM IST

ନୂଆଦିଲ୍ଲୀ: ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ତଥା ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିମାନ ଚଳାଚଳରେ ହୋଇଥିବା ଦୁର୍ନୀତି ଘଟଣାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ୍‌ କରିଛି। ତାଙ୍କୁ ଜୁନ୍‌ ୬ରେ ବ୍ୟକ୍ତିଗତ ଭାବେ ଇଡିରେ ହାଜର ହେବାକୁ ଏହି ନୋଟିସ୍‌ରେ କୁହାଯାଇଛି।

ବିଦେଶ ବିମାନ କମ୍ପାନୀଗୁଡ଼ିକୁ ଫାଇଦା ଦେବା ଘଟଣାରେ ପ୍ରଫୁଲ୍ଲ ପଟେଲ୍‌ଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଏହି ଡିଲ୍‌ କରୁଥିବା କର୍ପୋରେଟ୍‌ ଲବିଷ୍ଟ୍‌ ଦୀପକ ତଲୱାରକୁ ଇଡି ଗିରଫ କରିବା ପରେ ପ୍ରଫୁଲ୍ଲଙ୍କ ନାଁ ସାମ୍ନାକୁ ଆସିଛି। ଦୀପକ ନିୟମିତ ଭାବେ ପ୍ରଫୁଲ୍ଲଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ଜେରା ସମୟରେ ଦୀପକ ଇଡିକୁ କହିଛନ୍ତି।

ଅନ୍ୟପକ୍ଷରେ ଇଡିର ଏଭଳି ସମନକୁ ପ୍ରଫୁଲ୍ଲ ପଟେଲ ସ୍ୱାଗତ କରିଛନ୍ତି। ସେ ଏ କ୍ଷେତ୍ରରେ ଇଡି ସହ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି।

Related story