ମୋଦିଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ

ନୂଆଦିଲ୍ଲୀ:  ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ସେ ୬୮ ବର୍ଷରେ ପାଦ ଦେଇଛନ୍ତି। ଏଥିପାଇଁ  ବିଭିନ୍ନ ମହଲରୁ ତାଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟୁଛି।

ମୋଦି ୨୦୧୪ରେ ପ୍ରଧାନମନ୍ତ୍ରୀ ହେଲେ। ତା’ପୂର୍ବରୁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ତେବେ ସ୍କୁଲ୍‌ରେ ପଢ଼ିବା ବେଳେ ସେ ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ୱପ୍ନ ଦେଖି ନଥିଲେ। ସେ ସୈନିକ ହୋଇ ଦେଶକୁ ଶତ୍ରୁଙ୍କ ଦାଉରୁ ସୁରକ୍ଷା ଦେବାକୁ ସ୍ୱପ୍ନ ଦେଖିଥିଲେ। ହେଲେ ତାଙ୍କର ସେହି ଇଚ୍ଛା ପୂରଣ ହୋଇପାରିଲା ନାହିଁ।

ମୋଦି ନିଜର ଘର ପାଖରେ ଥିବା ଜାମନଗର ସୈନିକ ସ୍କୁଲ ପାଠ ପଢ଼ିବାକୁ ଚାହୁଁଥିଲେ। ହେଲେ ସ୍କୁଲର ଫିସ୍‌ ଦେବା ପାଇଁ ତାଙ୍କ ବାପାଙ୍କ ପାଖରେ ପଇସା ନଥିଲା।  ଫଳରେ ସ୍କୁଲରେ ତାଙ୍କ ଆଡମିଶନ୍‌ ହୋଇପାରି ନ ଥିଲା। ପରେ ମୋଦି ଭଡ଼ନଗର ରେଲୱେ ଷ୍ଟେସନରେ ବାପାଙ୍କୁ ଚା’ ବିକ୍ରି କରିବାରେ ସାହାଯ୍ୟ କରିଥିଲେ।

modi..narandra

ସନ୍ୟାସୀ ହେବାକୁ ମନ ବଳାଇଥିଲେ: ବହୁତ କମ୍‌ ବୟସରେ ମୋଦିଙ୍କ ନିକଟରେ ସନ୍ୟାସୀ ହେବାର ରୁଚି ଦେଖିବାକୁ ମିଳିଥିଲା। ସେ ଛୋଟବେଳେ ଲୁଣ, ଲଙ୍କା ଓ ତେଲ ଖାଇବା ଛାଡ଼ି ଦେଇଥିଲେ। ଏହାସହ ମୋଦି ଛୋଟବେଳୁ ସ୍ୱାମୀ ବିବେକାନନ୍ଦ ଦେଖାଇଥିବା ଅଧ୍ୟାତ୍ମିକ ମାର୍ଗରେ ଚାଲୁଥିଲେ। ଅନ୍ୟମାନଙ୍କ ଅପେକ୍ଷା ମୋଦିଙ୍କ ଚିନ୍ତାଧାରା ଅଲଗା ଥିଲା।

hytg

ପଢ଼ିବାକୁ ଭଲ ପାଉଥିଲେ: ଅନ୍ୟ ପିଲାଙ୍କ ଭଳି ହୋମୱାର୍କ ଓ ସ୍କୁଲ ପରୀକ୍ଷାରେ ମୋଦିଙ୍କ ମନ ନ ଥିଲା। ବିଭିନ୍ନ ପୁସ୍ତକ ପଢ଼ିବାକୁ ସେ ଭଲ ପାଉଥିଲେ। ତା’ ସହିତ ବିଭିନ୍ନ ବିଷୟରେ ଚର୍ଚ୍ଚା କରିବାକୁ ସେ ପସନ୍ଦ କରୁଥିଲେ।

ମୋଦିଙ୍କ ମନ ପସନ୍ଦର ଅଭିନେତା: ମୋଦିଙ୍କୁ ଫିଲ୍ମ ଦେଖିବାକୁ ସମୟ ନଥିଲା। କିନ୍ତୁ ତାଙ୍କର ମନ ପସନ୍ଦର ଅଭିନେତା ହେଉଛନ୍ତି ଦେବାନନ୍ଦ।

 

ଆହୁରି ପଢ଼ନ୍ତୁ

ଗର୍ଭବତୀ ହଟହଟା; ଅଲଟ୍ରା ସାଉଣ୍ଟ ପୂର୍ବରୁ ଡାକ୍ତର ମାଗୁଛନ୍ତି କୋଭିଡ ରିପୋର୍ଟ

ହାରିଗଲା କ୍ୟାନସର: ମ୍ୟାଟ୍ରିକ୍‌ ପରୀକ୍ଷାରେ ରଖିଲେ ୮୦%

ଡାକ୍ତର ଓ ଡ୍ରାଇଭରଙ୍କୁ କରୋନା ପରେ ମେଡିକାଲ ଓପିଡି ବନ୍ଦ

‘ହୋମ୍‌ କ୍ୱାରେଣ୍ଟାଇନ୍ ଷ୍ଟାମ୍ପ ବାଜିବା ପରେ ଆରମ୍ଭ ହେଲା ଅସହ୍ୟ ଯନ୍ତ୍ରଣା’

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

୧୦ ଅଗଷ୍ଟ ସୁଦ୍ଧା କରୋନା ଟିକା, ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ପରୀକ୍ଷା ଶେଷ

ଲଗାଣ ବର୍ଷା ଯୋଗୁ ଭୟଙ୍କର ଭୂସ୍ଖଳନ, ୫ ଜଣଙ୍କ ମୃତ୍ୟୁ

ଗଞ୍ଜାମକୁ ଟପିଲା ଖୋର୍ଦ୍ଧା

ଆଇପିଏସ୍ ବିନୟ ତିୱାରୀଙ୍କୁ କ୍ୱାରେଣ୍ଟାଇନ୍‌ରୁ ଛାଡ଼ିଲା ବିଏମ୍‌ସି

ଚୋର ଧରିବାକୁ ଯାଇ ହଟହଟା ହେଲା ପୁଲିସ୍‌