ଲଣ୍ଡନ: ନିଜ ବିବାଦିତ ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରଶିଦ ଲଣ୍ଡନରେ ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣକାରୀ ମାଡ଼ ମାରିବା ସହିତ ଅଣ୍ଡା ଫିଙ୍ଗି ଫେରାର ହୋଇଯାଇଛି। ଏହି ଘଟଣା ଅଗଷ୍ଟ ୨୦ ତାରିଖର ବୋଲି ଜଣାପଡ଼ିଛି। ଇଏ ହେଉଛନ୍ତି ସେହି ପାକିସ୍ତାନ ମନ୍ତ୍ରୀ ଯିଏ କି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ କରିବ ବୋଲି ଚେତାବନୀ ଦେଇଥିଲେ।
ଲଣ୍ଡନରେ ଏକ ହୋଟେଲରେ ପୁରସ୍କାର ସମାରୋହ ଆୟୋଜିତ ହେଉଥିଲା। ଏଥିପାଇଁ ଆୱାମି ମୁସଲିମ ଲିଗର ସଭାପତି ଏବଂ ମନ୍ତ୍ରୀ ରଶିଦ୍ ଯାଉଥିଲେ। ଏହି ସମୟରେ କିଛି ଲୋକ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏହାପରେ ମାଡ଼ ମାରିଥିଲେ। ଭିଡ଼ ଭିତରେ ଜଣେ ଲୋକ ଆସି ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିଥିଲା। ଏହାପରେ ଆକ୍ରମଣକାରୀ ଫେରାର ହୋଇଯାଇଥିଲେ।
Eggs thrown at railways minister Sheikh Rasheed in London. pic.twitter.com/0iRQXumslA
— Naila Inayat नायला इनायत (@nailainayat) August 20, 2019