କାଏରୋ: ଇଜିପ୍ଟର ବିତାଡ଼ିତ ରାଷ୍ଟ୍ରପତି ମହମ୍ମଦ ମୋରିସଙ୍କୁ ଏଠାକାର ଏକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୧ ଜେଲ ଭଙ୍ଗା ଘଟଣାରେ ତାଙ୍କୁ ମିଳିଛି ଏହି ଦଣ୍ଡାଦେଶ। ତାଙ୍କ ସହିତ ଆହୁରି ୧୦୦ ଜଣଙ୍କୁ କୋର୍ଟ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ବିଚାରପତି ତାଙ୍କ ରାୟ ଶୁଣାଇବା ବେଳେ ମୋରିସଙ୍କୁ ଏକ ଯନ୍ତା ଭିତରେ ରଖାଯାଇଥିଲା। ଆଉ ରାୟ ଶୁଣି ସେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ କୋର୍ଟ ତାଙ୍କ ଶେଷ ନିଷ୍ପତ୍ତି ଜୁନ୍ ୨ ତାରିଖରେ ଶୁଣାଇବେ। ପ୍ରଥମ ଦୁଇଟି ଶୁଣାଣିରେ ମୋରିସ ମୃତ୍ୟୁଦଣ୍ଡରୁ ବର୍ତ୍ତି ଯାଇଥିଲେ।
୨୦୧୧ରେ ରାଷ୍ଟ୍ରପତି ହୋସନି ମୁବାରକକୁ ଗାଦିଚ୍ୟୁତ କରିବା ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ମୋରିସ ଓ ଅନ୍ୟ ୧୨୮ ଜଣ ଜେଲ୍ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରିଥିଲେ ଓ ପୋଲିସ୍ କର୍ମଚାରୀମାନଙ୍କୁ ଆକ୍ରମଣ କରିଥିଲେ।