ଇଜିପ୍ଟ ସେନା ଉପରେ ଆଇଏସର ଆକ୍ରମଣ; ୬୦ ଯବାନ ଓ ୩୮ ଆତଙ୍କୀ ମୃତ

କାଇରୋ: ବୁଧବାର ଇଜିପ୍ଟର ସେନା ଉପରେ ବଡ଼ ଧରଣର ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସ୍। ଏଥିରେ ୬୦ ଜଣରୁ ଅଧିକ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଥିବା ଜଣାପଡିଛି। ସେହିପରି ଯବାନଙ୍କ ପାଲଟା ଆକ୍ରମଣରେ ଆଇଏସର ୩୮ ଆତଙ୍କୀ ପ୍ରାଣ ହରାଇଥିବା କୁହାଯାଇଛି। ଇଜିପ୍ଟର ସିନାଇ ଅଞ୍ଚଳରେ ହୋଇଛି ଏହି ଆତଙ୍କବାଦୀ ଆକ୍ରମଣ। ଉତ୍ତର ସିନାଇର ଶେଖ ଜୁୱେଦ ଅଞ୍ଚଳରେ ଆଇଏସ ଆତଙ୍କବାଦୀ ମାନେ ସେନାର ୧୫ଟି […]

isattack

Rakesh Mallick
  • Published: Wednesday, 01 July 2015
  • , Updated: 04 May 2017, 03:45 PM IST

କାଇରୋ: ବୁଧବାର ଇଜିପ୍ଟର ସେନା ଉପରେ ବଡ଼ ଧରଣର ଆକ୍ରମଣ କରିଛି ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ବା ଆଇଏସ୍। ଏଥିରେ ୬୦ ଜଣରୁ ଅଧିକ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଥିବା ଜଣାପଡିଛି। ସେହିପରି ଯବାନଙ୍କ ପାଲଟା ଆକ୍ରମଣରେ ଆଇଏସର ୩୮ ଆତଙ୍କୀ ପ୍ରାଣ ହରାଇଥିବା କୁହାଯାଇଛି।

ଇଜିପ୍ଟର ସିନାଇ ଅଞ୍ଚଳରେ ହୋଇଛି ଏହି ଆତଙ୍କବାଦୀ ଆକ୍ରମଣ। ଉତ୍ତର ସିନାଇର ଶେଖ ଜୁୱେଦ ଅଞ୍ଚଳରେ ଆଇଏସ ଆତଙ୍କବାଦୀ ମାନେ ସେନାର ୧୫ଟି ଚେକ୍ ପଏଣ୍ଟରେ ଏକକାଳୀନ ଆକ୍ରମଣ କରିଥିଲେ। ତିନିଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ କରିଥିଲେ। ପ୍ରାୟ ୧୦୦ ଆତଙ୍କବାଦୀ ଏହି କାଣ୍ଡ ଭିଆଇଥିଲେ। ଚେକ୍ ପଏଣ୍ଟଗୁଡ଼ିକରେ ଆକ୍ରମଣ କରି ଯବାନମାନଙ୍କୁ ହତ୍ୟା କରିବା ସହିତ ସେମାନଙ୍କ ଠାରୁ ଗୋଳାବାରୁଦ ଓ ଅନ୍ୟାନ୍ୟ ଯୁଦ୍ଧ ଗାଡ଼ିଗୁଡ଼ିକୁ ମଧ୍ୟ ନେଇ ଯାଇଥିଲେ।

ଖବର ଲେଖାଯିବା ସୁଦ୍ଧା ଉକ୍ତ ଅଞ୍ଚଳର କିଛି ସ୍ଥାନରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ଇଜିପ୍ଟ ସେନାର ଜଣେ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ମହମ୍ମଦ ସମୀର କହିଛନ୍ତି ଯେ ଆତଙ୍କବାଦୀମାନଙ୍କୁ ମାତ ଦେବା ଲାଗି ଇଜିପ୍ଟ ସେନା, ସ୍ଥାନୀୟ ପୋଲିସ୍ ସମେତ ବାୟୁ ସେନାକୁ ନିୟୋଜିତ କରାଯାଇଛି।

Related story