ବେଙ୍ଗଲରେ ହୋଇପାରେ ଆଗୁଆ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଶୁକ୍ରବାର (ଜାନୁଆରୀ ୧୫) ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ଭୋଟର ତାଲିକା ଅନୁସାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।  ତେବେ ସ୍କୁଲ କଲେଜ ପରୀକ୍ଷା ପାଇଁ ପଶ୍ଚିମବଙ୍ଗରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଜଣାପଡ଼ିଛି। ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ବାଚନ ହୋଇପାରେ। ୬ଟି ପର୍ଯ୍ୟାୟରେ ବହୁ ପ୍ରତୀକ୍ଷିତ ଏହି ହାଇଭୋଲଟେଜ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ମେ’ ମାସ ତୃତୀୟ ସପ୍ତାହରେ ଫଳାଫଳ ଘୋଷଣା ହୋଇପାରେ। ଅର୍ଥାତ୍ ମେ […]

ELECTION COMMISSION

Subhransu Sekhar
  • Published: Thursday, 14 January 2021
  • , Updated: 14 January 2021, 06:32 PM IST

ନୂଆଦିଲ୍ଲୀ: ଶୁକ୍ରବାର (ଜାନୁଆରୀ ୧୫) ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ଭୋଟର ତାଲିକା ଅନୁସାରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।  ତେବେ ସ୍କୁଲ କଲେଜ ପରୀକ୍ଷା ପାଇଁ ପଶ୍ଚିମବଙ୍ଗରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଜଣାପଡ଼ିଛି। ଏପ୍ରିଲ ପ୍ରଥମ ସପ୍ତାହରେ ନିର୍ବାଚନ ହୋଇପାରେ। ୬ଟି ପର୍ଯ୍ୟାୟରେ ବହୁ ପ୍ରତୀକ୍ଷିତ ଏହି ହାଇଭୋଲଟେଜ ବିଧାନସଭା ନିର୍ବାଚନ ହେବାର ସମ୍ଭାବନା ରହିଛି। ମେ’ ମାସ ତୃତୀୟ ସପ୍ତାହରେ ଫଳାଫଳ ଘୋଷଣା ହୋଇପାରେ। ଅର୍ଥାତ୍ ମେ ଶେଷ ସପ୍ତାହ ନହେଲେ ଜୁନ ଆରମ୍ଭରୁ ନୂଆ ସରକାର ଦେଖିବେ ପଶ୍ଚିମବଙ୍ଗବାସୀ।

ଯଦି ଏହି ଆକଳନ ସତ ହେବ ତାହେଲେ ଫେବୃଆରୀ ମାସରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇପାରେ। ନିର୍ବାଚନ କମିଶନ ସୂତ୍ର ଅନୁଯାୟୀ, କୋଭିଡ ୧୯ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା ବଢ଼ିପାରେ।

ଆସନ୍ତା ବିଧାନସଭା ନିର୍ବାଚନ ନେଇ ଗୁରୁବାର ଡେପୁଟି ନିର୍ବାଚନ କମିଶନର ସୁଦୀପ ଜୈନ କ୍ରମାଗତ ଦ୍ୱିତୀୟ ଦିନ ଧରି ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ରାଜ୍ୟ ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ବିଭାଗର ସଚିବ ଉପସ୍ଥିତ ଥିଲେ।

ନିର୍ବାଚନ ଆୟୋଗର ସୂତ୍ର ଅନୁଯାୟୀ ଡେପୁଟି ନିର୍ବାଚନ କମିଶନର ମୁଖ୍ୟ ନିର୍ବାଚନ କମିଶନରଙ୍କୁ ରିପୋର୍ଟ କରିବେ। ଏହା ପରେ ଜାନୁଆରୀ ତୃତୀୟ ସପ୍ତାହରେ ନିର୍ବାଚନ ଆୟୋଗର ସମ୍ପୂର୍ଣ୍ଣ ବେଞ୍ଚ କୋଲକାତା ଆସିବ ବୋଲି ଜଣାପଡ଼ିଛି।

Related story