ହାଇଦ୍ରାବାଦ: ନିଜାମାବାଦ ଲୋକସଭା ଆସନରେ ବ୍ୟାଲଟ ପେପରରେ ମତଦାନ ନଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ କମିଶନ। ଦୁଇଟି ଇଭିଏମ ଲଗାଇ ୧୮୫ ପ୍ରାର୍ଥୀଙ୍କୁ ନିଜମାବାଦ ସଂସଦୀୟ କ୍ଷେତ୍ରର ଭୋଟର ଭୋଟ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଜାତୀୟ ନିର୍ବାଚନ କମିଶନ ଏ ନେଇ ତେଲେଙ୍ଗାନା ନିର୍ବାଚନ କମିଶନଙ୍କି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ତେଲେଙ୍ଗାନା ନିର୍ବାଚନ ଅଧିକାରୀ ରଜତ କୁମାର ମଧ୍ୟ ଏହି ପ୍ରସ୍ତାବ ଦେଇଥିଲେ।
ନିଜାମାବାଦ ଲୋକସଭା ଆସନରେ ମତଦାନ ପାଇଁ ଏମ-୩ ଇଭିଏମ ଲାଗିବ ବ୍ୟାଲଟ ପେପର ବଦଳରେ। ଇସିଆଇଏଲକୁ ଏଥିପାଇଁ ୨୬ ହଜାର ୮୨୦ ବ୍ୟାଲଟ ୟୁନିଟ, ୨୨୪୦ କଣ୍ଟ୍ରୋଲ ୟୁନିଟ ଏବଂ ୨୬ଶହ ଭିଭିପ୍ୟାଟ ଏମ ୩ କ୍ୟାଟୋଗରୀର ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ।
ସୂଚନାଯୋଗ୍ୟ ନିଜାମାବାଦରେ ୧୮୫ ଜଣ ଲୋକସଭା ପ୍ରାର୍ଥୀ ରହିଛନ୍ତି। ଇଭିଏମରେ ୬୩ ଜଣ ପ୍ରାର୍ଥୀଙ୍କ ତାଲିକା ରଖିବାର କ୍ଷମତା ଥିବାରୁ ବ୍ୟାଲଟ ପେପରରେ ମତଦାନ ପାଇଁ ନିଷ୍ପତ୍ତି ନେଇଥିଲେ ନିର୍ବାଚନ କମିଶନ। ୧୮୫ ପ୍ରାର୍ଥୀଙ୍କ ମଧ୍ୟରେ ୧୭୮ ଜଣ ଚାଷୀ ପ୍ରାର୍ଥୀ ହୋଇଛନ୍ତି।
ବର୍ତ୍ତମାନ ଏହି ଆସନରୁ ତେଲେଙ୍ଗାନାର ଶାସକ ଦଳ ଟିଆରଏସରୁ କଲଭକୁନ୍ତଳା କବିତା ସାଂସଦ ଅଛନ୍ତି। ମୁଖ୍ୟମନ୍ତ୍ରୀ କେସି ରାଓଙ୍କ ଝିଅ ହେଉଛନ୍ତି କବିତା। ଏହି ଆସନରେ ଟିଆରଏସ, ବିଜେପି ଓ କଂଗ୍ରେସ ପ୍ରମୁଖଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ।