ଅକ୍ଟୋବର-ନଭେମ୍ୱରରେ କଶ୍ମୀର ବିଧାନସଭା ନିର୍ବାଚନ!

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଅକ୍ଟୋବର-ନଭେମ୍ୱର ମଧ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନ ଏ ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଅକ୍ଟୋବାର-ନଭେମ୍ୱର ମାସରେ ପୂର୍ବରୁ କେବେ ରାଜ୍ୟରେ ନିର୍ବାଚନ ହୋଇଛି କି ନାହିଁ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଗୃହମନ୍ତ୍ରଣାଳୟକୁ ଆଇନଗତ ଦିଗ ଏବଂ ସୁରକ୍ଷା ସଂକ୍ରାନ୍ତ ସମସ୍ତ ରିପୋର୍ଟ ଲିଖିତ ଭାବରେ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଇସି ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। […]

Subhransu Sekhar
  • Published: Wednesday, 01 May 2019
  • , Updated: 01 May 2019, 12:25 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଅକ୍ଟୋବର-ନଭେମ୍ୱର ମଧ୍ୟରେ ବିଧାନସଭା ନିର୍ବାଚନ ହୋଇପାରେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନ ଏ ବାବଦରେ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଅକ୍ଟୋବାର-ନଭେମ୍ୱର ମାସରେ ପୂର୍ବରୁ କେବେ ରାଜ୍ୟରେ ନିର୍ବାଚନ ହୋଇଛି କି ନାହିଁ ସେ ନେଇ ମଧ୍ୟ ଆଲୋଚନା ହୋଇଛି। ଗୃହମନ୍ତ୍ରଣାଳୟକୁ ଆଇନଗତ ଦିଗ ଏବଂ ସୁରକ୍ଷା ସଂକ୍ରାନ୍ତ ସମସ୍ତ ରିପୋର୍ଟ ଲିଖିତ ଭାବରେ ଦେବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଇସି ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି। ବିଜେପି-ପିଡ଼ିପି ମେଣ୍ଟ ସରକାର ଭାଙ୍ଗିବା ପରେ ଏବେ ଜମ୍ମୁ କଶ୍ମୀରରେ ରାଷ୍ଟ୍ରପତି ଶାସନ ଜାରି ରହିଛି।

ଅକ୍ଟୋବର ଏବଂ ନଭେମ୍ୱର ମାସରେ ଅମରନାଥ ଯାତ୍ରା ଓ ଟୁରିଷ୍ଟଙ୍କର ଗହଳି ଅଧିକ ରହୁଥିବାରୁ ନିର୍ବାଚନ ବେଳେ ସୁରକ୍ଷା ଗୋଟିଏ ବଡ଼ ପ୍ରସଙ୍ଗ ପାଲଟିଥାଏ। ତେଣୁ ଗୃହ ମନ୍ତ୍ରଣାଳୟର ରିପୋର୍ଟ ଆଧାରରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ।

ତେବେ ସୂଚନା ଅନୁଯାୟୀ ଜମ୍ମୁ କଶ୍ମୀରରେ ଅକ୍ଟୋବାର-ନଭେମ୍ୱର ମାସରେ ବିଧାନସଭା ନିର୍ବାଚନ ହୋଇଛି। ୧୯୮୩ ମସିହାରେ ନଭେମ୍ୱର ମାସରେ ନିର୍ବାଚନ ହୋଇଥିବା ବେଳେ ୧୯୮୭ ମସିହାରେ ମାର୍ଚ୍ଚ, ୧୯୯୬ ମସିହାରେ ସେପ୍ଟେମ୍ୱର, ୨୦୦୨ରେ ସେପ୍ଟେମ୍ୱର-ଅକ୍ଟୋବର, ୨୦୦୮ରେ ନଭେମ୍ୱର-ଡିସେମ୍ୱର ଏବଂ ୨୦୧୪ରେ ମଧ୍ୟ ନଭେମ୍ୱର-ଡିସେମ୍ବର ମାସରେ ନିର୍ବାଚନ ହୋଇଥିବା ଜଣାପଡ଼ିଛି।

 

Related story