ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା: ଖର୍ଚ୍ଚ ସୀମା ୨୮ ଲକ୍ଷ, ଲାଗୁ ହେବ ଭିଭିପ୍ୟାଟ୍‌   

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍।  ଗୁଜରାଟରେ ୨ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ଡିସେମ୍ବର ୯ ଓ ୧୪ରେ  ଭୋଟ ଗ୍ରହଣ ହେବ। ଡିସେମ୍ବର ୧୮ରେ ଭୋଟ ଗଣତି ହେବ। ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି କମିଶନର। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାର ଏହି ନିର୍ବାଚନ ବେଶ୍ ଗୁରୁତ୍ୱବହନ କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 02:18 PM IST

Sports

Latest News

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍।  ଗୁଜରାଟରେ ୨ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ। ଡିସେମ୍ବର ୯ ଓ ୧୪ରେ  ଭୋଟ ଗ୍ରହଣ ହେବ। ଡିସେମ୍ବର ୧୮ରେ ଭୋଟ ଗଣତି ହେବ। ପ୍ରାର୍ଥୀଙ୍କ ଲାଗି ନିର୍ବାଚନ ଖର୍ଚ୍ଚ ସୀମା ୨୮ ଲକ୍ଷ ଟଙ୍କା ଧାର୍ଯ୍ୟ କରିଛନ୍ତି କମିଶନର। ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭାର ଏହି ନିର୍ବାଚନ ବେଶ୍ ଗୁରୁତ୍ୱବହନ କରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଜ ରାଜ୍ୟ ଥିବାରୁ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଛି।  ୧୮୨ ନିର୍ବାଚନ ମଣ୍ଡଳୀରେ ଦୁଇଟି ପର୍ଯ୍ୟାୟ ତଥା  ଡିସେମ୍ବର ୯ ଓ ୧୪ରେ ମତଦାନ ହେବ  ବୋଲି ମୁଖ୍ୟ ନିର୍ବାଚନ କମିଶନର ଏ.କେ. ଜ୍ୟୋତି  ଘୋଷଣା କରିଛନ୍ତି ।  ଡିସେମ୍ବର ୧୮ରେ ଭୋଟ ଗଣତି ହେବ।  ଏଥିସହ ଆଜି ଠାରୁ ଗୁଜୁରାଟରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଚଳିତବର୍ଷ ୪କୋଟି ୩୩ଲକ୍ଷ ଭୋଟର ସେମାନଙ୍କ ମତଦାନ  ସାବ୍ୟସ୍ତ କରିବେ।   ଏଥିପାଇଁ ୫୫ ହଜାର ୧୨୮ଟି ପୋଲିଂ ବୁଥ୍ କରାଯିବ।    ଏଥିସହ  ୧୦୨ଟି ବୁଥରେ  କେବଳ ମହିଳା ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମୀ ଉପସ୍ଥିତ ରହିବେ। ସ୍ୱଚ୍ଛ ଓ ନିରପେକ୍ଷ ମତଦାନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ।

ଗୁଜରାଟ ନିର୍ବାଚନରେ ଇଲେକଟ୍ରୋନିକ ଭୋଟିଂ ମେସିନ ବ୍ୟବହାର ହେବ।   ଏଥିସହ ସବୁ ମତଦାତା ଭିଭି ପ୍ୟାଟ ଦ୍ୱାରା ସେମାନଙ୍କ ଭୋଟ ସମ୍ପର୍କରେ ଜାଣିପାରିବେ। ନିର୍ବାଚନ ବେଳେ ସମ୍ବେଦନଶୀଳ ବୁଥର ଭିଡିଓ ରେକର୍ଡିଂ କରାଯିବ।    ଏଥିସହ ପ୍ରାର୍ଥୀ ପତ୍ର ଦାଖଲ, ପ୍ରାର୍ଥୀ ପତ୍ର ପ୍ରତ୍ୟାହାର, ନିର୍ବାଚନ ପ୍ରଚାର, ଇଭିଏମ୍  ଗଚ୍ଛିତ କରାଯାଉଥିବା ଷ୍ଟ୍ରଙ୍ଗରୁମକୁ ଭିଡିଓ ରେକର୍ଡିଂ କରାଯିବ। ନିର୍ବାଚନ ପରିଚାଳନା ପାଇଁ ପ୍ରତ୍ୟେକ ପ୍ରାର୍ଥୀ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲିବାକୁ ପଡିବ।  ଏହି ଆକାଉଣ୍ଟ ମାଧ୍ୟମରେ ପ୍ରାର୍ଥୀମାନେ ଟଙ୍କା କାରବାର କରିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos