୨୦୧୮ ସେପ୍ଟେମ୍ବରରେ ଲୋକସଭା ଓ ବିଧାନସଭା ନିର୍ବାଚନ! କମିଶନର କହିଲେ ଆମେ ପ୍ରସ୍ତୁତ

ନୂଆଦିଲ୍ଲୀ: ୨୦୧୮ ସେପ୍ଟେମ୍ବର ସୁଦ୍ଧା ଏକସଙ୍ଗେ ହୋଇପାରେ ବିଧାନସଭା ଓ ଲୋକସଭା ନିର୍ବାଚନ।  ନିର୍ବାଚନ ଆୟୋଗ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଏହା କହିଛନ୍ତି ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ। ଭୋପାଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଓ୍ୱତ କହିଛନ୍ତି, ଏକସଙ୍ଗେ ନିର୍ବାଚନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆବଶ୍ୟକ। ଏଥିପାଇଁ ୪୦ ଲକ୍ଷ ଇଭିଏମ୍ ଓ ଭିଭିପ୍ୟାଟ ମେସିନର ଆବଶ୍ୟକତା ରହିଛି। ଆଉ ଏସବୁ ଉପକରଣ ପାଇଁ କେନ୍ଦ୍ର ସରକାର ନିର୍ବାଚନ କମିସନଙ୍କୁ […]

p22

p22

Rakesh Mallick
  • Published: Thursday, 05 October 2017
  • Updated: 05 October 2017, 04:24 AM IST

Sports

Latest News

ନୂଆଦିଲ୍ଲୀ: ୨୦୧୮ ସେପ୍ଟେମ୍ବର ସୁଦ୍ଧା ଏକସଙ୍ଗେ ହୋଇପାରେ ବିଧାନସଭା ଓ ଲୋକସଭା ନିର୍ବାଚନ।  ନିର୍ବାଚନ ଆୟୋଗ ଏ ନେଇ ପ୍ରସ୍ତୁତି ଆରମ୍ଭ କରିଛି । ଏହା କହିଛନ୍ତି ନିର୍ବାଚନ କମିଶନର ଓମ୍ ପ୍ରକାଶ ରାଓ୍ୱତ। ଭୋପାଳରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଓ୍ୱତ କହିଛନ୍ତି, ଏକସଙ୍ଗେ ନିର୍ବାଚନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ଆବଶ୍ୟକ। ଏଥିପାଇଁ ୪୦ ଲକ୍ଷ ଇଭିଏମ୍ ଓ ଭିଭିପ୍ୟାଟ ମେସିନର ଆବଶ୍ୟକତା ରହିଛି। ଆଉ ଏସବୁ ଉପକରଣ ପାଇଁ କେନ୍ଦ୍ର ସରକାର ନିର୍ବାଚନ କମିସନଙ୍କୁ ପ୍ରାୟ ସାଢ଼େ ୧୫ ହଜାର କୋଟି ଟଙ୍କା ଦେଇଛନ୍ତି।

ଉପକରଣ ସବୁ ଆମଦାନୀ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ରାଓ୍ୱତ କହିଛନ୍ତି, ଏସବୁ ସତ୍ୱେ ଏକସଙ୍ଗେ ନିର୍ବାଚନ କରିବା ପାଇଁ ଆଇନ୍‌ରେ ସଂଶୋଧନ ଆଣିବା ଜରୁରୀ। ଯାହାକି କେନ୍ଦ୍ର ସରକାରଙ୍କ ଦାୟିତ୍ୱ।  ସେହିପରି ଆଗାମୀ ନିର୍ବାଚନଗୁଡ଼କିରେ ଭିଭିପ୍ୟାଟ ମେସିନ୍‌ର  ବ୍ୟବହାର ବାଧ୍ୟତାମୂଳକ ହେବ ।  ଏହାଦ୍ୱାରା ଭୋଟ୍ ଦେବାର ୭ ସେକେଣ୍ଡ ଭିତରେ ଏକ ଭୋଟିଂ ସ୍ଲିପ୍ ଆସିବ।  ଫଳରେ ଯେଉଁ ପ୍ରାର୍ଥୀଙ୍କୁ ଭୋଟ୍ ଦିଆଯାଇଛି, ତାଙ୍କ ନିକଟକୁ ଭୋଟ୍ ଯାଇଛି ନା ନାହିଁ ତାହା ଭୋଟର ଜାଣିପାରିବେ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଏନେଇ କେନ୍ଦ୍ର ସରକାର ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ ମାଗିଥିଲେ। ଏକସଙ୍ଗେ ଲୋକସଭା ଏବଂ ବିଧାନ ସଭା ନିର୍ବାଚନ ହୋଇପାରିବ କି ନାହିଁ ପ୍ରସ୍ତାବ ଉପରେ ଜବାବ ମାଗିଥିଲେ। ଜବାବରେ ନିର୍ବାଚନ ପାଇଁ ଆବଶ୍ୟକ ଉପକରଣ ତଥା ଇଭିଏମ ମେସିନ ଏବଂ VVPAT(ଭିଭିପ୍ୟାଟ୍‌) ସଂକ୍ରାନ୍ତରେ ନିର୍ବାଚନ କମିଶନ କେନ୍ଦ୍ରକୁ ଅବଗତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos