ଚେନ୍ନାଇ: ଚୋରି କରିବାରେ ସଫଳ ହୋଇଥିଲେ ମଧ୍ୟ ଚୋରର ଅନ୍ୟମନସ୍କତା ତା’କୁ ଧରାଇଦେବା ସ୍ଥିତି ହୋଇଛି। ଆଉ ମୋବାଇଲ ଚୋରି କରିବାକୁ ଆସି ମୋବାଇଲ ପାଇଁ ହିଁ ଏହି ଚୋରକୁ ଜେଲ୍ ଯିବାକୁ ପଡ଼ିବ।
ଏହି ଚୋରଟି ଏକ ସେଲଫୋନ୍ ଷ୍ଟୋର୍ ଭାଙ୍ଗି ପଶିଆସିଥିଲା। ସେ କେଉଁସବୁ ମୋବାଇଲ ଚୋରିକରିବ ସେସବୁ ବାଛି ସଫଳତାର ସହ ଚାଲିଯାଇଥିଲା। କିନ୍ତୁ ତରବରରେ ହେଉ ବା ଅନ୍ୟମନସ୍କତା କାରଣରୁ ମୋବାଇଲ ଛାଡ଼ିଯାଇଥିଲା। ମଙ୍ଗଳବାର ଭୋର ୩ଟାବେଳକୁ ଅଜବ ଶବ୍ଦ ଶୁଣି ମୋବାଇଲ ଦୋକାନୀ ଜାନକୀରାମ ଉଠିବା ପରେ ଜାଣିବାକୁ ପାଇଥିଲେ ତାଙ୍କ ଶଟର ଭଙ୍ଗାଯାଇଛି।
କିଛି ମିନିଟ୍ରେ ସେ ଦୋକାନରେ ପହଞ୍ଚିଯାଇଥିଲେ। ସେ ଦେଖିବାକୁ ପାଇଥିଲେ ଏହା ଖୋଲାପଡ଼ିଛି କିନ୍ତୁ କେହି ଡକାୟତ ଭିତରେ ଦେଖିବାକୁ ପାଇନଥିଲେ। ତେବେ ନୂଆ ଲଞ୍ଚ ହୋଇଥିବା ଏକ ଆଣ୍ଡ୍ରଏଡ୍ ଫୋନ୍ ନଥିବା ସେ ପାଇନଥିବାବେଳେ ଦେଖିଥିଲେ ଏକ ପୁରୁଣା ଫୋନ୍ ଥୁଆ ହୋଇଛି। ପୁଲିସ୍ ବର୍ତ୍ତମାନ ଏହି ମୋବାଇଲ୍ର ମାଲିକକୁ ଖୋଜିବା ଆରମ୍ଭ କରିଛି। ତେବେ ଏହା ଚୋରି ଫୋନ୍ ମଧ୍ୟ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି।