ଭୋଟର୍ ଲିଷ୍ଟ୍‌ରେ ହାତୀ, ପାରା ଓ ସନ୍ନି ଲିଓନିଙ୍କ ଫଟୋ, ଜାଣନ୍ତୁ କେଉଁଠି ?

ଲକ୍ଷ୍ନୌ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଭୋଟର୍ ଲିଷ୍ଟ୍‌ ଅପଡେଟ୍‌ ହେଉଛି। କିନ୍ତୁ ଏହି ଭୋଟର୍‌ ଲିଷ୍ଟ୍‌ ଅପଡେଟ୍‌ ବେଳେ ସମୁଦାୟ ତାଲିକାର ଦୁଇଟି ପୃଷ୍ଠା ଗଣମାଧ୍ୟମରେ ଲିକ୍‌ ହୋଇଯାଇଛି। ଆଉ ଲିକ୍‌ ହୋଇଥିବା ଏହି ଦୁଇ ପୃଷ୍ଠାରେ ଏମିତି କିଛି ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି, ଯାହା ସାରା ରାଜ୍ୟରେ ପ୍ରଶାସନିକ ବିଫଳତା ପ୍ରତି ଅଙ୍ଗୁଳି ଉଠାଇଛି। ଲିକ୍ ହୋଇଥିବା ଦୁଇ ପୃଷ୍ଠାର ଏହି ଲିଷ୍ଟ୍‌ରେ ଭୋଟର୍‌ଙ୍କ ନାଁ, ବୟସ ଓ ଠିକଣା ତ […]

sunny12

sunny12

Jitendra Garnayak
  • Published: Saturday, 25 August 2018
  • Updated: 25 August 2018, 09:20 AM IST

ଲକ୍ଷ୍ନୌ: ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଭୋଟର୍ ଲିଷ୍ଟ୍‌ ଅପଡେଟ୍‌ ହେଉଛି। କିନ୍ତୁ ଏହି ଭୋଟର୍‌ ଲିଷ୍ଟ୍‌ ଅପଡେଟ୍‌ ବେଳେ ସମୁଦାୟ ତାଲିକାର ଦୁଇଟି ପୃଷ୍ଠା ଗଣମାଧ୍ୟମରେ ଲିକ୍‌ ହୋଇଯାଇଛି। ଆଉ ଲିକ୍‌ ହୋଇଥିବା ଏହି ଦୁଇ ପୃଷ୍ଠାରେ ଏମିତି କିଛି ଗୁରୁତର ତ୍ରୁଟି ସାମ୍ନାକୁ ଆସିଛି, ଯାହା ସାରା ରାଜ୍ୟରେ ପ୍ରଶାସନିକ ବିଫଳତା ପ୍ରତି ଅଙ୍ଗୁଳି ଉଠାଇଛି।

ଲିକ୍ ହୋଇଥିବା ଦୁଇ ପୃଷ୍ଠାର ଏହି ଲିଷ୍ଟ୍‌ରେ ଭୋଟର୍‌ଙ୍କ ନାଁ, ବୟସ ଓ ଠିକଣା ତ ସଠିକ୍ ରହିଛି, କିନ୍ତୁ ସଂପୃକ୍ତ ଭୋଟର୍‌ଙ୍କ ଫଟୋ ବଦଳରେ ହାତୀ, ପାରା, ହରିଣ ଓ ବଲିଉଡ୍ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫଟୋ ରହିଛି।

[caption id="attachment_267589" align="aligncenter" width="750"]sunny image credit- ndtv[/caption]

ପଦାକୁ ଆସିଥିବା ଏଭଳି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି, ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ। ୨୦୧୯ ଲୋକସଭା ନିର୍ବାଚନ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭୋଟର୍ ଲିଷ୍ଟ୍‌ ଅପଡେଟ୍‌ ସମୟରେ ରାଜ୍ୟ ଅଧିକାରୀ ଦୁଇ ପୃଷ୍ଠାର ଏହି ଲିଷ୍ଟ୍‌କୁ ଯାଞ୍ଚ୍‌ କରିଥିଲେ। ପରେ ତ୍ରୁଟିଯୁକ୍ତ ଏହି ଦୁଇପୃଷ୍ଠା ଯାହା ସ୍ଥାନୀୟ ମିଡିଆରେ ଲିକ୍‌ ହୋଇଥିଲା।

କୌତୁହଳର କଥା, ଲିକ୍‌ ହୋଇଥିବା ଏହି ଦୁଇ ପୃଷ୍ଠାର ଭୋଟର୍ ଲିଷ୍ଟ୍‌ରେ ଜଣେ ୫୧ ବର୍ଷର ମହିଳାଙ୍କ ସ୍ଥାନରେ ଅଭିନେତ୍ରୀ ସନ୍ନି ଲିଓନିଙ୍କ ଫୋଟୋ ରହିଛି। ସେହିପରି ଅନ୍ୟଜଣେ ୫୬ ବର୍ଷର ବ୍ୟକ୍ତିଙ୍କ ଫୋଟୋ ବଦଳରେ ଏକ ହାତୀର ଫୋଟୋ ଦେଖିବାକୁ ମିଳିଛି। ଅନ୍ୟ ଜଣେ ଭୋଟର୍‌ଙ୍କ ଫଟୋ ବଦଳରେ ହରିଣ ଓ ଆଉ ଏକ ସ୍ଥାନରେ ପାରାର ଫଟୋ ରହିଛି।

ଏଭଳି ତ୍ରୁଟିଯୁକ୍ତ ଭୋଟର ଲିଷ୍ଟ୍‌ ଏଯାଏ କିନ୍ତୁ ସାର୍ବଜନୀନ କରାଯାଇନାହିଁ। ସାର୍ବଜନୀନ କରିବା ପୂର୍ବରୁ ବିଭାଗୀୟ ଯାଞ୍ଚ୍‌ ବେଳେ ଏହି ତ୍ରୁଟି ପଦାକୁ ଆସିଛି।

[caption id="attachment_267590" align="aligncenter" width="750"]elephant image credit- ndtv[/caption]

ଏ ସମ୍ପର୍କରେ ବଲିଆ ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୋଟର୍ ଲିଷ୍ଟ୍‌ ପ୍ରସ୍ତୁତରେ ସାମିଲ୍ ଥିବା ଜଣେ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ନିକଟରେ ସହରାଞ୍ଚଳରୁ ଏକ ଗ୍ରାମୀଣ ସ୍ଥାନକୁ ବଦଳି କରାଯାଇଥିବାରୁ ସଂପୃକ୍ତ ଅପରେଟର୍‌ ଜାଣିଶୁଣି ଏପରି ତ୍ରୁଟି କରିଥିବା ସନ୍ଦେହ କରାଯାଉଛି। ସେହି ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ବିରୋଧରେ ଏତଲା ଦାୟର୍‌ ହୋଇଛି ଏବଂ ତାଲିକାରେ ଥିବା ତ୍ରୁଟିକୁ ପୁନଃଯାଞ୍ଚ୍‌ ସହ ଏହାର ସଂଶୋଧନ କରାଯିବ ବୋଲି ସଂପୃକ୍ତ ପ୍ରଶାସନିକ ଅଧିକାରୀ ସଫେଇ ଦେଇଛନ୍ତି।

ଉତ୍ତରପ୍ରଦେଶର ବଲିଆ ଜିଲ୍ଲାରେ ଭୋଟର ଲିଷ୍ଟ୍‌ ଯାଞ୍ଚ୍‌ର ସମୟସୀମା ୧୫ ଜୁଲାଇକୁ ଧାର୍ଯ୍ୟ କରାଯାଇଥିଲା। ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ନିଯୁକ୍ତ ବୁଥ୍‌ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟକୁ ଅନ୍‌ଲାଇନ୍‌ ଡାଟା ସହ ମେଳ କରାଯିବା ପରେ ଡାଟା ଏଣ୍ଟ୍ରି ଅପରେଟର୍‌ ଏହାକୁ ସରକାରୀ ସାଇଟ୍‌ରେ ଏଣ୍ଟ୍ରି କରିଥା’ନ୍ତି। ଏହାପରେ ଚୂଡାନ୍ତ ତାଲିକାକୁ ବରିଷ୍ଠ ଅଧିକାରୀ ଯାଞ୍ଚ୍‌ କରନ୍ତି।

ଏସବୁ ସତ୍ତ୍ୱେ ଏପରି ଗୁରୁତର ତ୍ରୁଟି ପାଇଁ କେବଳ ଜଣେ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ଦୋଷ ଦିଆଯିବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos