କଲମ୍ବୋ: ହାତୀ ବନ୍ୟ ଜନ୍ତୁ ହୋଇଥିଲେ ମଧ୍ୟ ଏହାକୁ ବିଭିନ୍ନ ଉପାୟରେ ମଣିଷ ନିୟନ୍ତ୍ରଣ କରିଆସିଛି। ଅକଥନୀୟ ଯନ୍ତ୍ରଣା ଦେଇ ହାତୀକୁ ମଣିଷ ପୋଷ ମନାଇଦେଇଥାଏ ସତ, ଏହି ହାତୀ ରାଗିଲେ କ’ଣ ହେବ କେବେ ଭାବିଛନ୍ତି। ଗୋଟିଏ ନୁହେଁ, ଦୁଇ ଦୁଇଟି ହାତୀ ଏକ ଧାର୍ମିକ ଉତ୍ସବରେ ଏଭଳି କାଣ୍ଡ ଘଟାଇଛନ୍ତି। ଏଥିରେ ସର୍ବମୋଟ ୧୭ ଜାଣ ଆହତ ହୋଇଛନ୍ତି।
https://twitter.com/AFP/status/1171311962459820033?s=20
ହାତୀଙ୍କ ବାବଦରେ ସବିଶେଷ ଜ୍ଞାନ ରଖିଥିବା ଲୋକେ କୁହନ୍ତି, ବର୍ତ୍ତମାନ ସେମାନଙ୍କ ମିଳନ ଋତୁ ଚାଲିଛି। ତେଣୁ ଏହି ସମୟରେ ହାତୀଙ୍କୁ ନିୟନ୍ତ୍ରଣ କରିବା ସହଜ ନୁହେଁ। ଏତଦ୍ବ୍ୟତୀତ ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ କିଛି ବ୍ୟବସ୍ଥାକୁ ଏଡ଼ାଇ ଯାଇଥିବାରୁ ଏପରି ହୋଇଥିବା କୁହାଯାଇଥିଲା।