ନୂଆଦିଲ୍ଲୀ: ହାତୀ କଥା ଆସିଲେ ଆମ ମନକୁ ୨-୩ଟି ଶୀର୍ଷକ ଆପେ ଚାଲିଆସେ। ଯେମିତିକି ଜନବସତିକୁ ପଶି ଆସିଲେ ହାତୀ, ବଣୁଆ ହାତୀଙ୍କ ଉନ୍ମତ୍ତ କାଣ୍ଡ କିମ୍ବା ଦଳିଦେଲା ହାତୀ ଇତ୍ୟାଦି। କିନ୍ତୁ ଆମେ ଯେଉଁ ହାତୀ ବିଷୟରେ କହୁଛୁ ସେ ଟିକେ ନିଆରା। ଏଠି ଗଜରାଜ ବଟି ଆଦାୟ ମୁଦ୍ରାରେ ଅଛନ୍ତି।
ଆଜ୍ଞା ହଁ ସମ୍ପୂର୍ଣ୍ଣ ବଣୁଆ ହୋଇଥିଲେ ମଧ୍ୟ ରାସ୍ତା ଉପରେ ଆରାମରେ ଠିଆ ହୋଇ ବଟି ଆଦାୟ କରୁଥିବା ଏହି ହାତୀର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ହାତୀଟି କାହାରିକୁ ଆକ୍ରମଣ ନକରି କିଛି ନଜାଣିବା ପରି କେବଳ ଖାଦ୍ୟକୁ ଅନାଇ ରହିଛି।
ରାସ୍ତାରେ ଯାଉଥିବା ଗାଡ଼ିଗୁଡ଼ିକ ଏହି ହାତୀକୁ ଦେଖି ଅଟକୁଛନ୍ତି ଏବଂ ଏହାକୁ ଅତିକ୍ରମ କରି କିପରି ଆଗକୁ ଯିବେ ସେନେଇ ଭାଳେଣିରେ ପଡ଼ୁଛନ୍ତି। କିନ୍ତୁ ପରେ ଦେଖାଯାଉଛି ସେମାନେ ଗଜରାଜଙ୍କୁ ବଟି ସ୍ୱରୂପ ଫଳ ବା ଅନ୍ୟ କିଛି ଖାଦ୍ୟ ଲାଞ୍ଚ ଦେଇ ପାର ହୋଇଯାଉଛନ୍ତି। ଆଉ ଏହି ବଟି ଆଦାୟ ବେଶ୍ ସମୟ ଧରି ଚାଲିଥିବା ଦେଖାଯାଇଥିଲା। କୁହାଯାଉଛି ଯେ ଏହି ହାତୀଟି ସେଇ ନିର୍ଦ୍ଦିଷ୍ଟ ରାସ୍ତାରେ ନିୟମିତ ଠିଆ ହୋଇ ଲୋକଙ୍କଠାରୁ ଫଳମୂଳ ସଂଗ୍ରହ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Education
ହଟିଲା କଟକଣା: ଏଣିକି ଫେଲ୍ ହେଲେ ଫେଲ୍
୫ମ ଓ ୮ମ ଶ୍ରେଣୀରେ ଫେଲ ହେଉଥିବା ପିଲାମାନଙ୍କୁ ଆଉ ଗୋଟିଏ ସୁଯୋଗ ଦିଆଯିବ। ସେମାନେ ୨ ମାସ ମଧ୍ୟରେ ପୁଣି ପରୀକ୍ଷାର ସୁଯୋଗ ପାଇପାରିବେ।
National
ସ୍କୁଲ ଛାଡ଼ିବାକୁ ଯିବା ବେଳେ ୨ ନାବାଳକ ସାବତ ଭାଇଙ୍କ ତଣ୍ଟି କାଟିଦେଲା
ଅଭିଯୁକ୍ତ ନୀରଜ ଶର୍ମା ତା’ର ଦୁଇ ସାବତ ଭାଇଙ୍କୁ ବାଇକରେ ସ୍କୁଲ ଛାଡ଼ିବାକୁ ନେଇଥିଲା। କିନ୍ତୁ ସ୍କୁଲ ଯିବା ବଦଳରେ ସେ ଉଭୟଙ୍କୁ ଗୋଟିଏ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲା। ସେଠାରେ ସେ ଉଭୟଙ୍କୁ ତଣ୍ଟି କାଟି ହତ୍ୟା କରିଥିଲା।
National
ଶେଖ ହସିନାଙ୍କୁ ଢାକା ପଠାଅ: ଭାରତକୁ ଚିଠି ଲେଖିଲା ବାଂଲାଦେଶ
ଢାକା ଭିତ୍ତିକ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ(ଆଇସିଟି) ମାନବଜାତି ବିରୋଧରେ ଅପରାଧ ଓ ନରସଂହାର ଅଭିଯୋଗରେ ଶେଖ ହସିନା, ତାଙ୍କ ସରକାରରେ ଥିବା ମନ୍ତ୍ରୀ, ପରାମର୍ଶଦାତା, ପୂର୍ବତନ ସାମରିକ ଓ ବେସାମରିକ ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାଣି କରିଛନ୍ତି।
Crime
ହୋଟେଲ ପାର୍କିଂରେ ଟ୍ରିପଲ ମର୍ଡର: ଦୁଇ ଯୁବକ, ଜଣେ ଯୁବତୀଙ୍କୁ ଗୁଳି କରି ହତ୍ୟା
ଗୁଳିମାଡ଼ରେ ଦିଲ୍ଲୀର ଭିକ୍କି ଓ ବିପିନଙ୍କ ସମେତ ହିର୍ସାର ନିଆଙ୍କ ମୃତ୍ୟୁ ହୋଇଛି। ହୋଟେଲର ପାର୍କିଂରେ ଏମାନେ ଛିଡ଼ା ହୋଇଥିବା ବେଳେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚି ୩ ଜଣଙ୍କୁ ହତ୍ୟା କରିଛନ୍ତି।
National
ପୁଲିସ୍ ପଞ୍ଝାରେ ‘ଲୁଟେରୀ ଦୁଲହନ’: ୩ ବିବାହ, ୧.୨୫ କୋଟି ଠକେଇ
ଗୋଟିଏ ଦଶନ୍ଧି ମଧ୍ୟରେ ମହିଳା ଜଣଙ୍କ ଏକାଧିକ ପୁରୁଷଙ୍କୁ ବିବାହ କରିବା ସହ କେମିତି ୧.୨୫ କୋଟିରୁ ଅଧିକ ଟଙ୍କା ସେମାନଙ୍କ ଠାରୁ ହଡ଼ପ କରିଥିଲା, ତା’ର ତଥ୍ୟ ସାମ୍ନାକୁ ଆସିଛି।