କଂଗ୍ରେସ ଜରୁରୀକାଳୀନ ସ୍ଥିତି କଥା କାହିଁକି ଭୁଲି ଯାଉଛି: ଅରୁଣ ଜେଟଲୀ

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ସମ୍ବିଧାନ ଦିବସ ସଂପର୍କରେ ଆଲୋଚନା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଥିଲେ। ଅସହିଷ୍ଣୁତା ପ୍ରସଙ୍ଗରେ କଂଗ୍ରେସ ସଭ୍ୟମାନଙ୍କର ହୋହାଲ୍ଲାକୁ ଦେଖି ସେ ଏହି ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତି କଥା କଂଗ୍ରେସ ନେତାଏ ଭୁଲି ଗଲେ କି। ସେତେବେଳେ ସମ୍ବିଧାନର ଧାରା ୨୧କୁ ବି ନିଲମ୍ବନ କରି ଦିଆଯାଇଥିଲା। ବିରୋଧୀ ଦଳ ନେତାଙ୍କୁ ଅଟକ ରଖାଗଲା। […]

arunjaitely

arunjaitely

Rakesh Mallick
  • Published: Friday, 27 November 2015
  • Updated: 27 November 2015, 07:37 AM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଶୁକ୍ରବାର ସମ୍ବିଧାନ ଦିବସ ସଂପର୍କରେ ଆଲୋଚନା ବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଥିଲେ। ଅସହିଷ୍ଣୁତା ପ୍ରସଙ୍ଗରେ କଂଗ୍ରେସ ସଭ୍ୟମାନଙ୍କର ହୋହାଲ୍ଲାକୁ ଦେଖି ସେ ଏହି ଆକ୍ରମଣ କରିଥିଲେ। ସେ କହିଥିଲେ ଯେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ସ୍ଥିତି କଥା କଂଗ୍ରେସ ନେତାଏ ଭୁଲି ଗଲେ କି। ସେତେବେଳେ ସମ୍ବିଧାନର ଧାରା ୨୧କୁ ବି ନିଲମ୍ବନ କରି ଦିଆଯାଇଥିଲା। ବିରୋଧୀ ଦଳ ନେତାଙ୍କୁ ଅଟକ ରଖାଗଲା। ଖବର କାଗଜଗୁଡ଼ିକ ଉପରେ କଟକଣା ଲାଗୁ ହୋଇଥିଲା। ସରକାରଙ୍କର କୌଣସି ନିଷ୍ପତ୍ତିକୁ କୋର୍ଟରେ ଚାଲେଞ୍ଜ୍ କରାଯାଇ ନ ପାରିବା ନେଇ ଆଇନ ଅଣାଗଲା।

ବର୍ତ୍ତମାନ ଦେଶରେ ଅସହିଷ୍ଣୁତାର ବାତାବରଣ ନାହିଁ। କିନ୍ତୁ କାଳ୍ପନିକ ଭାବେ ଅସହିଷ୍ଣୁତାର ଏକ ବାତାବରଣ ସୃଷ୍ଟି କରାଯାଇଛି। ଏହିଭଳି ଉଦ୍ୟମ ଯୋଗୁଁ ପାକିସ୍ତାନ ସମେତ ପୃଥିବୀର ଆଉ କିଛି ଦେଶରେ ଗଣତନ୍ତ୍ର ବିପଦ ମୁହାଁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos