ତମାଶା ବନ୍ଦ କରିବାକୁ ମୋଦିଙ୍କୁ କହିଲେ ଗେହଲଟ

ଜୟପୁର: କଂଗ୍ରେସ ନେତୃତ୍ୱାଧୀନ ରାଜସ୍ଥାନ ସରକାରରେ ଅସ୍ଥିରତା ସୃଷ୍ଟି କରୁଥିବା ବିଜେପି ତା’ କାର୍ଯ୍ୟରୁ ବିରତ ରହୁ। ବିଜେପିର ଏଭଳି କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ୍ଷେପ ଗ୍ରହଣ କରନ୍ତୁ। ରାଜସ୍ଥାନରେ ଚାଲିଥିବା ତମାଶା ବନ୍ଦ ହେବା ଦରକାର ବୋଲି ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ପ୍ରାୟ ୧୦୦ ଜଣ ବିଧାୟକଙ୍କୁ ଜୈସଲମେରର ଏକ ହୋଟେଲରେ ରଖିଥିବା ଗେହଲଟଙ୍କ ଏପରି ବୟାନ ପୁଣିଥରେ ରାଜନୀତିକ ହଟଚମଟ ସୃଷ୍ଟି କରିଛି। ଗେହଲଟ କହିଛନ୍ତି, “ମୋଦିଜୀ […]

f

Hemant Lenka
  • Published: Saturday, 01 August 2020
  • , Updated: 01 August 2020, 07:11 PM IST

ଜୟପୁର: କଂଗ୍ରେସ ନେତୃତ୍ୱାଧୀନ ରାଜସ୍ଥାନ ସରକାରରେ ଅସ୍ଥିରତା ସୃଷ୍ଟି କରୁଥିବା ବିଜେପି ତା’ କାର୍ଯ୍ୟରୁ ବିରତ ରହୁ। ବିଜେପିର ଏଭଳି କାର୍ଯ୍ୟ ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ୍ଷେପ ଗ୍ରହଣ କରନ୍ତୁ। ରାଜସ୍ଥାନରେ ଚାଲିଥିବା ତମାଶା ବନ୍ଦ ହେବା ଦରକାର ବୋଲି ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି।

ପ୍ରାୟ ୧୦୦ ଜଣ ବିଧାୟକଙ୍କୁ ଜୈସଲମେରର ଏକ ହୋଟେଲରେ ରଖିଥିବା ଗେହଲଟଙ୍କ ଏପରି ବୟାନ ପୁଣିଥରେ ରାଜନୀତିକ ହଟଚମଟ ସୃଷ୍ଟି କରିଛି।

ଗେହଲଟ କହିଛନ୍ତି, “ମୋଦିଜୀ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ। ଦେଶବାସୀ ତାଙ୍କୁ ଦୁଇଥର ଦେଶକୁ ପ୍ରତିନିଧିତ୍ୱ କରିବାକୁ ଅନୁମତି ଦେଇଛନ୍ତି। ତାଙ୍କୁ ଲୋକେ ବିଶ୍ୱାସକୁ ନେଇଥିବାରୁ ଏହା ଏକ ବଡ଼ କଥା। ତେଣୁ ଲୋକଙ୍କ ମତକୁ ସମର୍ଥନ ଜଣାଇ ରାଜସ୍ଥାନରେ ଚାଲିଥିବା ତମାଶା ବନ୍ଦ କରିବାକୁ ସେ ପଦକ୍ଷେପ ଗ୍ରହଣ କରିବା ଦରକାର। ବିଧାନସଭା ଅଧିବେଶନ ପୂର୍ବରୁ ବିଜେପି ଘୋଡ଼ା ବେପାରର ଦର ବଢ଼ାଇ ଦେଲେ। ଏସକୁ କି ପ୍ରକାରର ଡ୍ରାମା?”

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଡେପୁଟି ସଚିନ ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ରାଜ୍ୟରେ ରାଜନୀତିକ ଅସ୍ଥିରତା ସୃଷ୍ଟି ହୋଇଥିଲା। କିଛି ବିଧାୟକ ସଚିନ ପାଇଲଟଙ୍କୁ ସମର୍ଥନ କରିଥିବା ବେଳେ ଅଧିକାଂଶ ବିଧାୟକ ଗେହଲଟଙ୍କ ସପକ୍ଷରେ ରହିଛନ୍ତି। ସ୍ଥିତି ବିଗିଡ଼ିବା ଆଗରୁ ଗେହଲଟ ବିଧାନସଭା ଅଧିବେଶନ ଡାକି ବିଦ୍ରୋହୀ ବିଧାୟକ ଓ ସଚିନ ପାଇଲଟଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଚାହୁଁଥିଲେ।

ପ୍ରଥମେ ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଡାକିବାକୁ ଗେହଲଟ ଦାବି କରି ୩ଥର ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବାବଦ ବବାଦ ସୃଷ୍ଟି ହେବା ପରେ ଅଗଷ୍ଟ ୧୪ରେ ରାଜସ୍ଥାନ ବିଧାନସଭା ଅଧିବେଶନ ବସିବ ବୋଲି ସ୍ଥିର ହୋଇଛି। ଏହି କାରଣରୁ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକଙ୍କୁ ସେ ଜୟପୁରରୁ ଜୈସଲମେର ସ୍ଥିତ ହୋଟେଲକୁ ନେଇ ଯାଇଛନ୍ତି।

Related story