ନୂଆଦିଲ୍ଲୀ: ବେସରକାରୀ କର୍ମଚାରୀଙ୍କ ପାଇଁ ଆଶ୍ୱସ୍ଥିକର ଖବର। ଟଙ୍କା ପାଇଁ ସେମାନଙ୍କୁ ଆଉ ବାରମ୍ବାର ଇପିଏଫଓ ଅଫିସକୁ ଧାଇଁବାକୁ ପଡ଼ିବନି। ଅନେକ ସମୟରେ ଜରୁରୀ କ୍ଷେତ୍ରରେ ଟଙ୍କା ଉଠାଣ ପାଇଁ ହିତାଧିକାରୀମାନେ ଦାବି କରିଥାନ୍ତି। ଏହାର ସମାଧାନ ପାଇଁ ଅଫିସରେ ପ୍ରକ୍ରିୟା ବହୁ ବିଳମ୍ବ ହୋଇଥାଏ। ସମସ୍ୟାର ସମାଧାନ ପାଇଁ ଆଗରୁ ସେଟଲମେଣ୍ଟ ପିରିୟଡ଼ ୨୦ ଦିନ ରଖାଯାଇଥିଲା।
ଏହା ବାଦେବି ହିତାଧିକାରୀ ଠିକ୍ ସମୟରେ ନିଜ ପ୍ରାପ୍ୟ ପାଇ ପାରୁ ନଥିଲେ। ତେବେ ଏହି ସମୟସୀମାକୁ ଏବେ ୧୦ ଦିନକୁ ଖସାଇ ଦିଆଯାଇଛି।ଏଥିସହ ହିତାଧିକାରୀମାନେ ସେମାନଙ୍କ ସମସ୍ୟା ଅନ ଲାଇନ୍ରେ ମଧ୍ୟ ଆବେଦନ କରିପାରିବେ । କେନ୍ଦ୍ର ଶ୍ରମ ମନ୍ତ୍ରୀ ବନ୍ଦାରୋ ଦତ୍ତତ୍ରେୟା ଗତକାଲି ବାଙ୍ଗାଲୋରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି। ଏବେ ଦେଶରେ ଇପିଏଫରେ ପ୍ରାୟ ୪ କୋଟି ହିତାଧିକାରୀ ଅଛନ୍ତି।