୨୦୧୪ରେ ୟୁରୋପୀୟ ସଂଘ ନାଗରିକତ୍ୱ ପାଇଁ ୩୫,୦୦୦ ଭାରତୀୟଙ୍କ ଆବେଦନ

ବ୍ରୁସେଲ୍ସ: ୨୦୧୪ରେ ୟୁରୋପୀୟ ସଂଘ(ଇୟୁ)ର ନାଗରିକତ୍ୱ ନେବାକୁ ପାଖାପାଖି ୩୫,୦୦୦ ଭାରତୀୟ ଆବେଦନ କରିଥିଲେ। ବିଶ୍ୱର ମୋଟ୍‌ ୮୯୦,୦୦୦ ନାଗରିକଙ୍କ ମଧ୍ୟରୁ ୩୫,୦୦୦ ଭାରତୀୟ ନାଗରିକତ୍ୱ ନେଇଥିବା ସୂଚନା ଦେଇଛି ୟୁରୋଷ୍ଟାଟ୍‌। ଇୟୁର ପରିସଂଖ୍ୟାନ୍‌ ବ୍ୟୁରୋ କହିଛନ୍ତି ଯେ ବ୍ରିଟେନ୍‌ରେ ରହିବାକୁ ୬୩.୬ ପ୍ରତିଶତ ଭାରତୀୟ ଆବେଦନ କରୁଥିବା ବେଳେ ଇଟାଲିର ନାଗରିକତ୍ୱ ପାଇଁ ୧୪.୨ ପ୍ରତିଶତ ଓ ଆୟାରଲାଣ୍ଡରେ ୮.୩ ପ୍ରତିଶତ ଆବେଦନ କରୁଛନ୍ତି। ସେହିପରି ୨୦୧୪ରେ ୟୁରୋପୀୟ ସଂଘ (ଇୟୁ)ର ନାଗରିକତ୍ୱ ପାଇଁ ୨୫,୦୦୦ […]

european-union

Rakesh Mallick
  • Published: Tuesday, 14 June 2016
  • , Updated: 04 May 2017, 03:44 PM IST

ବ୍ରୁସେଲ୍ସ: ୨୦୧୪ରେ ୟୁରୋପୀୟ ସଂଘ(ଇୟୁ)ର ନାଗରିକତ୍ୱ ନେବାକୁ ପାଖାପାଖି ୩୫,୦୦୦ ଭାରତୀୟ ଆବେଦନ କରିଥିଲେ। ବିଶ୍ୱର ମୋଟ୍‌ ୮୯୦,୦୦୦ ନାଗରିକଙ୍କ ମଧ୍ୟରୁ ୩୫,୦୦୦ ଭାରତୀୟ ନାଗରିକତ୍ୱ ନେଇଥିବା ସୂଚନା ଦେଇଛି ୟୁରୋଷ୍ଟାଟ୍‌।

ଇୟୁର ପରିସଂଖ୍ୟାନ୍‌ ବ୍ୟୁରୋ କହିଛନ୍ତି ଯେ ବ୍ରିଟେନ୍‌ରେ ରହିବାକୁ ୬୩.୬ ପ୍ରତିଶତ ଭାରତୀୟ ଆବେଦନ କରୁଥିବା ବେଳେ ଇଟାଲିର ନାଗରିକତ୍ୱ ପାଇଁ ୧୪.୨ ପ୍ରତିଶତ ଓ ଆୟାରଲାଣ୍ଡରେ ୮.୩ ପ୍ରତିଶତ ଆବେଦନ କରୁଛନ୍ତି।

ସେହିପରି ୨୦୧୪ରେ ୟୁରୋପୀୟ ସଂଘ (ଇୟୁ)ର ନାଗରିକତ୍ୱ ପାଇଁ ୨୫,୦୦୦ ପାକିସ୍ତାନ ନାଗରିକ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୫୧.୭ ପ୍ରତିଶତ ବ୍ରିଟେନ୍‌ରେ, ୧୬.୮ ପ୍ରତିଶତ ଇଟାଲିରେ ଓ ୧୩.୨ ପ୍ରତିଶତ ସ୍ପେନ୍‌ର ନାଗିରିକତ୍ୱ ନେବାକୁ ଇୟୁ ନିକଟରେ ଆବେଦନ କରିଥିଲେ। ସେହିପରି ଏହିଠାରେ ୯୨,୭୦୦ ମୋରୋକୋଆନ୍‌ ନାଗରିକ, ୪୧,୦୦୦ ଆଲ୍‌ବେନିଆ ନାଗରିକ ଓ ୩୭,୫୦୦ ତୁର୍କୀ ନାଗରିକ ଇୟୁ ନିକଟରେ ନାଗରିକତ୍ୱ ପାଇଁ ଆବେଦନ କରିଥିଲେ।

Related story