ହାଫିଜର ଗିରଫଦାରୀକୁ ସନ୍ଦେହ ପ୍ରକାଶ କଲା ଟ୍ରମ୍ପ ପ୍ରଶାସନ

ନୂଆଦିଲ୍ଲୀ: ବୁଧବାର ପାକିସ୍ତାନ କାଉଣ୍ଟର ଟେରରିଜିମ୍ ଏଜେନ୍ସି ଦ୍ୱାରା ଗିରଫ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦର ଗିରଫଦାରୀ ଉପରେ ସନ୍ଦେହ କରିଛି ଆମେରିକାର ଟ୍ରମ୍ପ ସରକାର। ନିଜ ନାମ ଗୋପନ ରଖି ଜଣେ ଆମେରିକା ଅଧିକାରୀ କହିଛନ୍ତି, ପୂର୍ବରୁ ହାଫିଜକୁ ପାକିସ୍ତାନ ଅନେକ ଥର ଗିରଫ କରିଛି। କିନ୍ତୁ ତାପରେ ଛାଡ଼ି ଦେଇଛି। ଏଭଳି ଗିରଫଦାରୀ ଦ୍ୱାରା ଉଭୟ ହାଫିଜ୍ ଏବଂ ତା’ ଦ୍ୱାରା ପରିଚାଳିତ ଆତଙ୍କବାଦୀ ସଂସ୍ଥା ଜାମାତ୍ ଉଦ୍ ଦାଓ୍ୱା ଉପରେ କୌଣସି […]

TRUMP VS HAFEEZ

TRUMP VS HAFEEZ

Subhransu Sekhar
  • Published: Saturday, 20 July 2019
  • Updated: 20 July 2019, 03:26 PM IST

Sports

Latest News

ନୂଆଦିଲ୍ଲୀ: ବୁଧବାର ପାକିସ୍ତାନ କାଉଣ୍ଟର ଟେରରିଜିମ୍ ଏଜେନ୍ସି ଦ୍ୱାରା ଗିରଫ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ହାଫିଜ୍ ସୟିଦର ଗିରଫଦାରୀ ଉପରେ ସନ୍ଦେହ କରିଛି ଆମେରିକାର ଟ୍ରମ୍ପ ସରକାର। ନିଜ ନାମ ଗୋପନ ରଖି ଜଣେ ଆମେରିକା ଅଧିକାରୀ କହିଛନ୍ତି, ପୂର୍ବରୁ ହାଫିଜକୁ ପାକିସ୍ତାନ ଅନେକ ଥର ଗିରଫ କରିଛି। କିନ୍ତୁ ତାପରେ ଛାଡ଼ି ଦେଇଛି। ଏଭଳି ଗିରଫଦାରୀ ଦ୍ୱାରା ଉଭୟ ହାଫିଜ୍ ଏବଂ ତା' ଦ୍ୱାରା ପରିଚାଳିତ ଆତଙ୍କବାଦୀ ସଂସ୍ଥା ଜାମାତ୍ ଉଦ୍ ଦାଓ୍ୱା ଉପରେ କୌଣସି ପ୍ରଭାବ ପଡ଼ି ନାହିଁ। ତେଣୁ ଏବେ ହୋଇଥିବା ହାଫିଜର ଗିରଫଦାରୀ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ବୋଲି ସେ କହିଛନ୍ତି।

ହାଫିଜର ଗିରଫଦାରୀ ନୁହେଁ ବରଂ ତା ବିରୋଧରେ ପାକିସ୍ତାନ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତା' ଉପରେ ଟ୍ରମ୍ପ ସରକାର ନଜର ରଖିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆମେରିକା ଗସ୍ତ ପୂର୍ବରୁ ଏହି କୁଖ୍ୟାତ ଆତଙ୍କବାଦୀ ଗିରଫ ହୋଇଥିଲେ ମଧ୍ୟ ଏହାଦ୍ୱାରା ପାକିସ୍ତାନର ଭାବମୂର୍ତ୍ତିରେ ସୁଧାର ଆସିବ ନାହିଁ ବୋଲି ଆମେରିକା ଅଧିକାରୀ ଜଣଙ୍କ କହିଛନ୍ତି।

ସୂଚନାଯୋଗ୍ୟ, ୨୦୦୧ରେ ଦେଶର ସଂସଦ ଉପରେ ହାଫିଜ ଆକ୍ରମଣ କରିବା ପରେ ଏଯାବତ ୮ ଥର ଗିରଫ ହୋଇସାରିଲାଣି। ହେଲେ ଏହି ସମସ୍ତ ଗିରଫଦାରୀର କିଛି ଦିନ ପରେ ହାଫିଜ ଜେଲରୁ ବାହାରି ଆସି ପୁଣିଥରେ ନିଜ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇ ରଖିବାରେ ସକ୍ଷମ ହୋଇଛି। ୨୦୦୮ରେ ହୋଇଥିବା ମୁମ୍ୱାଇ ଆକ୍ରମଣରେ ମଧ୍ୟ ହାଫିଜ୍ ସୟିଦର ପ୍ରମୁଖ ଭୂମିକା ଥିଲା।

ଆମେରିକା ପୂର୍ବରୁ ଭାରତ ହାଫିଜର ଗିରଫଦାରୀକୁ 'ଲୋକଦେଖାଣିଆ' ବୋଲି କହି ସାରିଛି। ୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାଫିଜ୍‌ ସୟିଦ୍‌ ଗିରଫ ହେବାର ଗୋଟିଏ ଦିନ ପରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ଏହି ନାଟକ ୨୦୦୧ ମସିହା ପରଠାରୁ ଚାଲିଆସିଛି।

ବୁଧବାର ଦିନ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜାମାତ୍ ଉଦ୍ ଦାଓ୍ୱାର ମୁଖ୍ୟ ହାଫିଜ୍ ସୟିଦ୍ ଗିରଫ ହୋଇଥିଲା। ଲାହୋରରୁ ଗୁଜରନଓ୍ୱାଲା ଯାଉଥିବା ବେଳେ ହାଫିଜକୁ ପାକିସ୍ତାନର କାଉଣ୍ଟର ଟେରରିଜିମ୍ ଡିପାର୍ଟମେଣ୍ଟ ଓ ପଞ୍ଜାବ (ପାକିସ୍ତାନ) ପୁଲିସ୍‌ ଗିରଫ କରିଥିଲେ।

ପୂର୍ବରୁ ୨୦୦୯ରେ ଏକ ମାମଲାରେ ହାଫିଜକୁ ଗିରଫ କରିଥିଲା ପାକିସ୍ତାନର ପଞ୍ଜାବ ପୁଲିସ ଏବଂ କାଉଣ୍ଟର ଟେରରିଜିମ୍ ଡିପାର୍ଟମେଣ୍ଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story