ଏକଜିଟ୍ ପୋଲ୍ ଦେଖି ବିରୋଧୀ ନକଲି ପ୍ରସଙ୍ଗ ଉଠାଉଛନ୍ତି: ଜେଟଲୀ

ନୂଆଦିଲ୍ଲୀ: ଏକଜିଟ୍ ପୋଲ ଫଳାଫଳ ପରେ ବିରୋଧୀ ଇଭିଏମ ପ୍ରସଙ୍ଗ ଉଠାଇବାକୁ ନେଇ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ। ଏକଜିଟ୍ ପୋଲ ଲୋକଙ୍କ ମତାମତ ଅନୁଯାୟୀ ହୋଇଥାଏ, ଏଥିରେ ଇଭିଏମର କୌଣସି ଭୂମିକା ନଥାଏ। ସମସ୍ତେ ଏହା ଜାଣିଛନ୍ତି। ଏଭଳି ସ୍ଥଳେ ବିରୋଧୀ ଇଭିଏମ ପ୍ରସଙ୍ଗ ଉଠାଇବା ଶୋଭାପାଉନି ବୋଲି କହିଛନ୍ତି ଜେଟଲୀ। Those questioning accuracy of Exit Polls must know the hard reality that […]

arun jaitley

Subhransu Sekhar
  • Published: Tuesday, 21 May 2019
  • , Updated: 21 May 2019, 01:01 PM IST
ନୂଆଦିଲ୍ଲୀ: ଏକଜିଟ୍ ପୋଲ ଫଳାଫଳ ପରେ ବିରୋଧୀ ଇଭିଏମ ପ୍ରସଙ୍ଗ ଉଠାଇବାକୁ ନେଇ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀ। ଏକଜିଟ୍ ପୋଲ ଲୋକଙ୍କ ମତାମତ ଅନୁଯାୟୀ ହୋଇଥାଏ, ଏଥିରେ ଇଭିଏମର କୌଣସି ଭୂମିକା ନଥାଏ। ସମସ୍ତେ ଏହା ଜାଣିଛନ୍ତି। ଏଭଳି ସ୍ଥଳେ ବିରୋଧୀ ଇଭିଏମ ପ୍ରସଙ୍ଗ ଉଠାଇବା ଶୋଭାପାଉନି ବୋଲି କହିଛନ୍ତି ଜେଟଲୀ।

ଗତକାଲି ଟ୍ୱିଟ୍ କରି ଜେଟଲୀ କହିଛନ୍ତି ଏକଜିଟ ପୋଲରୁ ଜଣାପଡ଼ିଛି। କେନ୍ଦ୍ରରେ ଝୁଲା ସରକାର ହେବ ନାହିଁ। ଯାହାକି ବିରୋଧୀଙ୍କ ପାଇଁ ଶକ୍ତ ଧକ୍କା ହୋଇଛି। ୨୦୧୪ରେ ଏକଜିଟ୍ ପୋଲ ଝୁଲା ସରକାର ହେବ ବୋଲି ଦର୍ଶାଇଥିଲା। ହେଲେ ଫଳାଫଳ ଓଲଟା ହୋଇଥିଲା ବୋଲି ଜେଟଲୀ ନିଜ ବ୍ଲଗରେ ଉଲ୍ଲେଖ କରିଛନ୍ତି।

ତେଣୁ ମେ ୨୩ରେ ସମ୍ପୂର୍ଣ୍ଣ ଫଳାଫଳକୁ ଅପେକ୍ଷା ନକରି ବିରୋଧୀ ଇଭିଏମ ପ୍ରସଙ୍ଗ ଉଠାଇବା ଅସୁନ୍ଦର ଓ ନକଲି ପ୍ରସଙ୍ଗ ଉଠାଇ ନିଜର ଅସ୍ତିତ୍ୱ ଜାହିର କରିବା ପାଇଁ ବିରୋଧୀ ଏପରି ପ୍ରୟାସ କରୁଛନ୍ତି ବୋଲି ଜେଟଲୀ କହିଛନ୍ତି।

Related story