ଜେଜେପିରେ ଯୋଗଦେଲେ ପୂର୍ବତନ ବିଏସ୍ଏଫ୍ ଯବାନ ତେଜ୍ ବାହାଦୁର

ନୂଆଦିଲ୍ଲୀ: ସେନାରେ ଖରାପ ମାନର ଖାଦ୍ୟ ଦିଆଯାଉଥିବା ଦର୍ଶାଇ ଏକ ବିବାଦୀୟ ଭିଡିଓ ପାଇଁ ଚର୍ଚ୍ଚିତ ହୋଇଥିବା ପୂର୍ବତନ ଯବାନ ତେଜ୍‌ ବାହାଦୁର ଯାଦବ ଏବେ ବିଧିବଦ୍ଧ ଭାବେ ରାଜନୀତି କ୍ୟାରିଅର ଆରମ୍ଭ କରିବେ। ସେ ଜନତା ଜନନାୟକ ପାର୍ଟିରେ ଯୋଗଦେଇଛନ୍ତି। ସେ ଜେଜେପି ନେତା ଦ୍ୟୁଶନ୍ତ ଚୌଟାଲାଙ୍କ ଉପସ୍ଥିତିରେ ଏହି ଦଳରେ ଯୋଗ ଦେଇଛନ୍ତି। ୨୦୧୭ ମସିହାରେ ସେ ଏହି ଭିଡିଓ ଅପ୍‌ଲୋଡ୍‌ କରିବା ପରେ ତାଙ୍କୁ ପଦବୀରୁ ବହିଷ୍କୃତ କରାଯାଇଥିଲା। ଏହାପରେ ସେ ସାଧାରଣ […]

tez

Subrat Kumar Nayak
  • Published: Sunday, 29 September 2019
  • , Updated: 29 September 2019, 05:41 PM IST

ନୂଆଦିଲ୍ଲୀ: ସେନାରେ ଖରାପ ମାନର ଖାଦ୍ୟ ଦିଆଯାଉଥିବା ଦର୍ଶାଇ ଏକ ବିବାଦୀୟ ଭିଡିଓ ପାଇଁ ଚର୍ଚ୍ଚିତ ହୋଇଥିବା ପୂର୍ବତନ ଯବାନ ତେଜ୍‌ ବାହାଦୁର ଯାଦବ ଏବେ ବିଧିବଦ୍ଧ ଭାବେ ରାଜନୀତି କ୍ୟାରିଅର ଆରମ୍ଭ କରିବେ। ସେ ଜନତା ଜନନାୟକ ପାର୍ଟିରେ ଯୋଗଦେଇଛନ୍ତି। ସେ ଜେଜେପି ନେତା ଦ୍ୟୁଶନ୍ତ ଚୌଟାଲାଙ୍କ ଉପସ୍ଥିତିରେ ଏହି ଦଳରେ ଯୋଗ ଦେଇଛନ୍ତି।

୨୦୧୭ ମସିହାରେ ସେ ଏହି ଭିଡିଓ ଅପ୍‌ଲୋଡ୍‌ କରିବା ପରେ ତାଙ୍କୁ ପଦବୀରୁ ବହିଷ୍କୃତ କରାଯାଇଥିଲା। ଏହାପରେ ସେ ସାଧାରଣ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ସେ ଏସ୍‌ପି, ବିଏସ୍‌ପି ଏବଂ ଆରଏଲ୍‌ଡି ମେଣ୍ଟ ପକ୍ଷରୁ ଲଢ଼ିବାର ଥିଲା।

ସେ ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଏହି ପୂର୍ବତନ ବିଏସ୍‌ଏଫ୍‌ ଯବାନଙ୍କର ପ୍ରାର୍ଥୀତ୍ୱକୁ ନିର୍ବାଚନ କମିଶନ ନାକଚ କରିଦେଇଥିଲେ। ସେ ଏହି ପ୍ରାର୍ଥୀ ପତ୍ରରେ ତାଙ୍କୁ ବହିଷ୍କାର କରାଯାଇଥିବାର କାରଣ ଦର୍ଶାଇନଥିଲେ। ସେ ଉଲ୍ଲେଖ କରିନଥିଲେ ଯେ, ତାଙ୍କୁ ଦୁର୍ନୀତି ଏବଂ କର୍ତ୍ତବ୍ୟରେ ଅବହେଳା କାରଣରୁ ଚାକିରିରୁ ବାହାର କରାଯାଇଥିଲା।

Related story