ସୂଚନାଯୋଗ୍ୟ, ଅହମ୍ମଦ ଅଦୀବ ହେଉଛନ୍ତି ମାଲଡିଭସର ସବୁଠୁ କମ୍ ବୟସରେ ଉପରାଷ୍ଟ୍ରପତି ହୋଇଥିବା ରାଜନେତା। ଉପରାଷ୍ଟ୍ରପତି ହେବା ପରେ ସେ ରାଷ୍ଟ୍ରପତି ଅବଦୁଲ୍ଲାହ ୟମିନଙ୍କ ଉପରକୁ ବୋମା ପକାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଅହମ୍ମଦ ଜେଲ ଯାଇଥିଲେ। ଚଳିତ ବର୍ଷ ମେ' ମାସରେ ସେ ଜାମିନରେ ମୁକୁଳିଥିଲେ। ଏହାପରେ ଅହମ୍ମଦ ଅନ୍ୟ ଏକ ଦୂର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି। ସେ ଦୀର୍ଘ ଦିନ ଧରି ମାଲଡିଭସରେ ଗୃହବନ୍ଦୀ ହୋଇ ରହିଥିଲେ। ଏହାପରେ ତାଙ୍କ ଜୀବନପ୍ରତି ବିପଦ ଥିବା ହୃଦବୋଧ କରି ସେ ଭାରତରେ ରାଜନୀତିକ ଆଶ୍ରୟ ନେବାକୁ ଚାହୁଁଥିଲେ।
ଭାରତକୁ ଜଳପଥରେ ପ୍ରବେଶ କରିବା ପାଇଁ ଅନେକ ପ୍ରବେଶ ପଥ ରହିଛି। ଯେଉଁଠିକି ଆବଶ୍ୟକ କାଗଜ ପତ୍ର ଦେଖାଇଲେ ଭାରତୀୟ କୋଷ୍ଟ ଗାର୍ଡ ଭାରତରେ ପ୍ରବେଶ କରିବା ପାଇଁ ଅନୁମତି ଦିଅନ୍ତି। ହେଲେ ମାଲ୍ଡିଭ୍ସର ପୂର୍ବତନ ଉପରାଷ୍ଟ୍ରପତି ଆବଶ୍ୟକ କାଗଜପତ୍ର ଦେଖାଇବାରେ ସକ୍ଷମ ହୋଇ ନଥିଲେ। ଏହାପରେ ତାମିଲନାଡ଼ୁର ତୁତିକୋରିନ୍ ବନ୍ଦର କର୍ତ୍ତୃପକ୍ଷ ଅହମ୍ମଦ ଆଦୀବ୍ଙ୍କୁ ଅଟକ ରଖିଥିଲେ।