ଅଷ୍ଟ୍ରେଲିଆରେ ଏକଜିଟ୍ ପୋଲ ଭୁଲ ପ୍ରମାଣିତ, ପୁଣି କଞ୍ଜରଭେଟିଭ ଲିବେରାଲ ପାର୍ଟିକୁ ଜନାଦେଶ

କାନ୍‌ବେରା: ଅଷ୍ଟ୍ରେଲିଆରେ ଚାଲିଥିବା ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଶାସକ ଦଳ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟକୁ ଜନାଦେଶ ମିଳିଛି। ଫଳାଫଳ ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ୍‌ଜିଟ୍‌ ପୋଲରେ ବିରୋଧୀ ଲେବର ପାର୍ଟିକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଥିଲା। ହେଲେ ସମସ୍ତ ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରିଛି କଞ୍ଜରଭେଟିଭ ମେଣ୍ଟ। ଅଷ୍ଟ୍ରେଲିଆ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ୧୫୧ ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନଙ୍କ […]

australia pm

Subhransu Sekhar
  • Published: Sunday, 19 May 2019
  • , Updated: 19 May 2019, 06:34 PM IST

କାନ୍‌ବେରା: ଅଷ୍ଟ୍ରେଲିଆରେ ଚାଲିଥିବା ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଶାସକ ଦଳ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟକୁ ଜନାଦେଶ ମିଳିଛି। ଫଳାଫଳ ପୂର୍ବରୁ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ୍‌ଜିଟ୍‌ ପୋଲରେ ବିରୋଧୀ ଲେବର ପାର୍ଟିକୁ ବହୁମତ ମିଳିବ ବୋଲି ଆକଳନ କରାଯାଇଥିଲା। ହେଲେ ସମସ୍ତ ଏକଜିଟ୍ ପୋଲକୁ ଭୁଲ ପ୍ରମାଣିତ କରିଛି କଞ୍ଜରଭେଟିଭ ମେଣ୍ଟ।

ଅଷ୍ଟ୍ରେଲିଆ ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ ୧୫୧ ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନଙ୍କ ନେତୃତ୍ଵାଧୀନ କଞ୍ଜରଭେଟିଭ ଲିବେରାଲ ପାର୍ଟିକୁ ୬୭ଟି ଆସନ ମିଳିଥିବା ବେଳେ ବିରୋଧୀ ଲେବର ପାର୍ଟିକୁ ୫୫ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏକଜିଟ ପୋଲରେ କିନ୍ତୁ ଲେବର ପାର୍ଟି ୭୬ ଆସନ ଜିତିବ ବୋଲି ଆକଳନ ହୋଇଥିଲା। ଅବଶିଷ୍ଟ ଆସନ ପାଇଁ ଗଣତି ଚାଲିଥିଲେ ମଧ୍ୟ କଞ୍ଜରଭେଟିଭ ଲିବେରାଲ ପାର୍ଟି ସରକାର ଗଢ଼ିବା ଏକ ପ୍ରକାର ନିଶ୍ଚିତ ହୋଇଛି।

ଅଷ୍ଟ୍ରେଲିଆରେ ପ୍ରତି ୬ ବର୍ଷରେ ଥରେ ନିର୍ବାଚନ ହୁଏ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସ୍କଟ ମରିସ ଅଷ୍ଟ୍ରେଲିଆ ବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଟ୍ୟାକ୍ସରୁ ରିହାତି, ଏବଂ ଦେଶର ଅର୍ଥନୀତିକୁ ମଜଭୁତ କରିବା ପାଇଁ ସେ ନିର୍ବାଚନୀ ନାରା ଦେଇଥିଲେ।

Related story