ସବୁ ଅଙ୍କ ଭୁଲ୍‌ ହୋଇଗଲା  

ନୂଆଦିଲ୍ଲୀ: ୧୭ ମହାଲଢ଼େଇରେ ପୁଣି ବାଜି ମାରିଲା ବିଜେପି।   ଗୁଜରାଟରେ ପୁଣି ବଜାୟ ରହିଲା ବିଜେପିର ବିଜୟଧାରା କ୍ରମାଗତ ଷଷ୍ଠଥର ଲାଗି ଦଳ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଗୁଜରାଟବାସୀ । ତେବେ ୨୨ ବର୍ଷର ଶାସନ ପରେ ସରକାରୀ ବିରୋଧୀ ହାଓ୍ୱା ଏବଂ ପଟ୍ଟିଦାର ଆନ୍ଦୋଳନକୁ ଆୟୁଧ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାହୁଲ ନେତୃତ୍ୱାଧୀନ କଂଗ୍ରେସ କଡ଼ା ଟକ୍କର ଦେଇଛି। ରାଜ୍ୟରେ ଦୀର୍ଘ ୨୨ ବର୍ଷର ଶାସନ […]

fff

fff

Rakesh Mallick
  • Published: Monday, 18 December 2017
  • Updated: 18 December 2017, 10:25 PM IST

Sports

Latest News

ନୂଆଦିଲ୍ଲୀ: ୧୭ ମହାଲଢ଼େଇରେ ପୁଣି ବାଜି ମାରିଲା ବିଜେପି।   ଗୁଜରାଟରେ ପୁଣି ବଜାୟ ରହିଲା ବିଜେପିର ବିଜୟଧାରା କ୍ରମାଗତ ଷଷ୍ଠଥର ଲାଗି ଦଳ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଗୁଜରାଟବାସୀ । ତେବେ ୨୨ ବର୍ଷର ଶାସନ ପରେ ସରକାରୀ ବିରୋଧୀ ହାଓ୍ୱା ଏବଂ ପଟ୍ଟିଦାର ଆନ୍ଦୋଳନକୁ ଆୟୁଧ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାହୁଲ ନେତୃତ୍ୱାଧୀନ କଂଗ୍ରେସ କଡ଼ା ଟକ୍କର ଦେଇଛି। ରାଜ୍ୟରେ ଦୀର୍ଘ ୨୨ ବର୍ଷର ଶାସନ ରଜ୍ଜୁକୁ ହାତରେ ଧରିଥିବା ବିଜେପି ପାଇଁ ଏଥର ଏତେ ସହଜ ନ ଥିଲା।  କଂଗ୍ରେସ ସହ ଥିଲା କାଣ୍ଟେ କା ଟକ୍କର। କ୍ରିକେଟ୍ ମ୍ୟାଚ୍ ଭଳି ଥିଲା  ରୋମାଞ୍ଚକର। ଆରମ୍ଭରୁ ବିଜେପି ଆଗରେ ଥିଲା।  ଆଉ କଂଗ୍ରେସର ବ୍ୟବଧାନ କମୁଥିଲା ଓ ବଢୁଥିଲା।  ତାସହ ତାଳ ଦେଇ ବଢୁଥିଲା ଦୁଇ ଦଳର ଉତ୍କଣ୍ଠା।  ହୃଦ୍ କମ୍ପନ ବି ବଢୁଥିଲା। ଗୁଜରାଟରେ ବିଜେପିକୁ ୯୯ସିଟି ମିଳିଥିବା ବେଳେ କଂଗ୍ରେସକୁ ୭୯ ଆସନ ମିଳିଛି।    ଅନ୍ୟ ଦଳକୁ ୪ଟି ଆସନ ମିଲିଛି ।

ଏଥିସହ ହିମାଚଳ ପ୍ରଦେଶରେ ବିଜେପିକୁ ବହୁମତ ମିଳିଛି। ହିମାଚଳ ପ୍ରଦେଶରେବ ବିଜେପିକୁ ୪୪ ସିଟ, କଂଗ୍ରେସକୁ ୨୧ସିଟ ଓ ଅନ୍ୟ ଦଳକୁ ୩ଟି ଆସନ ମିଳିଛି। ୨୦୧୨ ନିର୍ବାଚନରେ ବିଜେପି ୧୧୬ ସିଟ୍‌ ପାଇଥିବା ବେଳେ କଂଗ୍ରେସ ୬୦ଟି ସିଟ୍‌ ପାଇଥିଲା। ତେବେ ଚଳିତ ନିର୍ବାଚନରେ ଏହି ଫଳାଫଳ ଆସବା ପରେ  ରାଜନୈତିକ ପଣ୍ଡିତଙ୍କ ସବୁ ଗଣନା ଫେଲ ମାରିଥିବା ପ୍ରମାଣିତ ହୋଇଛି। ନିର୍ବାଚନକୁ ନେଇ ଏକ୍‌ଜିଟ ପୁଲରେ ଯେଉଁ ଆକଳନ କରାଯାଇଥିଲା ତାହା ଭୁଲ ସାବ୍ୟସ୍ତ ହୋଇଛି। ଅଧିକାଂଶଙ୍କ ଗଣନାରେ ବିଜେପି ୧୨୦ ଆସନକୁ ଅତିକ୍ରମ କରିବା ନେଇ ଆକଳନ ହୋଇଥିଲା। ହେଲେ ଫଳାଫଳ ଆସିବା ପରେ ବିଜେପି ଶହେ ବି ଛୁଇଁପାରିଲା ନାହିଁ।  ବିଜେପିକୁ ଯେଉଁ ୯୯ଟି ଆସନ ମିଳିଛି ତାହା ବି ଏତେ ସହଜ ନଥିଲା। ଏଥିପାଇଁ ଦଳକୁ ପାଣି ପିଆଇଦେଇଛି କଂଗ୍ରେସ।  କଂଗ୍ରେସ ଶାସନ କ୍ଷମତାକୁ ଆସିପାରି ନଥିଲେ ମଧ୍ୟ ଗତଥର ଅପେକ୍ଷା ଫଳାଫଳ ଆଶାନୁରୂପକ ରହିଛି।  ଟାଇମ୍ସ ନାଓ- VMR ଏକ୍‌ଜିଟ୍ ପୋଲ୍ ଅନୁସାରେ ଗୁଜରାଟରେ ବିଜେପି ୧୦୯ ଆସନରେ ଜିତିବା ନେଇ ଆକଳନ ହୋଇଥିଲା।  କଂଗ୍ରେସ ୭୦ ଏବଂ ଅନ୍ୟମାନେ ୩ଟି ଆସନ ପାଇବା ନେଇ ଆକଲନ କରାଯାଇଥିଲା । ରିପବ୍ଲିକ ଟିଭି- ସି. ଭୋଟରର ଏକ୍‌ଜିଟ୍ ପୋଲ୍ ଅନୁସାରେ ବିଜେପି ମେଣ୍ଟକୁ ୧୦୮ଟି ଆସନ ମିଳିବା ନେଇ କୁହାଯାଇଥିଲା ।

କଂଗ୍ରେସ ମେଣ୍ଟକୁ ୭୪ ସିଟ୍ ମିଳିବା ନେଇ ଏହି ଏକ୍‌ଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଥିଲା। NEWS X ଏକ୍‌ଜିଟ୍ ପୋଲ୍ ଅନୁସାରେ ବିଜେପି ମେଣ୍ଟକୁ ୧୧୦ ରୁ୧ ୨୦ ଆସନ, କଂଗ୍ରେସ ମେଣ୍ଟକୁ ୬୫ରୁ ୭୫ ଏବଂ ଅନ୍ୟାନ୍ୟକୁ ୨ରୁ୪ଟି ଆସନ ପାଇବା ନେଇ ଆକଳନ ହୋଇଥିଲା। ସେହିପରି INDIA TODAY ସର୍ଭେ ଅନୁସାରେ ବିଜେପି ମେଣ୍ଟ ୯୯ରୁ ୧୧୩, କଂଗ୍ରେସ ୬୮ରୁ ୮୨ ଏବଂ ଅନ୍ୟମାନେ ଗୋଟିଏରୁ ୪ଟି ସିଟ୍ ଜିତିବା ନେଇ ଆକଳନ ହୋଇଥିଲା । ଆଉ ନ୍ୟୁଜ ୨୪ ଚାଣକ୍ୟର ସର୍ଭେ ଅନୁଯାୟୀ, ବିଜେପିକୁ ୧୩୫, କଂଗ୍ରେସକୁ  ୪୭ ଆସନ ମିଳିବା ନେଇ ଆକଳନ ହୋଇଥିଲା। କିନ୍ତୁ ଶେଷରେ ସବୁ ଅଙ୍କ ଫେଲ ହୋଇଗଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story