ଆଜି ଆସିବ ଗେହଲଟଙ୍କ ନୂଆ ଟିମ୍‌, ପାଇଲଟଙ୍କ ସମର୍ଥକଙ୍କୁ ଖାସ୍‌ ପଦ

ଜୟପୁର: ଆଜି ବଦଳିବ ରାଜସ୍ଥାନର ଗେହଲଟ୍ ସରକାରଙ୍କ କ୍ୟାବିନେଟ୍‌ ରୂପରେଖ । ଅପରାହ୍ନରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନୂଆ ମନ୍ତ୍ରୀ । ନୂଆ ୩୦ ଜଣିଆ ମନ୍ତ୍ରିମଣ୍ଡଳରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ୫ ଅନୁଗତ ମଧ୍ୟ ଶପଥ ନେବେ। ତେବେ ଗେହଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୫  ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ଦିଆଯାଇଛି । ସଚିନଙ୍କ […]

pailot-&-gehlot

Niharika Rout
  • Published: Sunday, 21 November 2021
  • , Updated: 21 November 2021, 11:51 AM IST

ଜୟପୁର: ଆଜି ବଦଳିବ ରାଜସ୍ଥାନର ଗେହଲଟ୍ ସରକାରଙ୍କ କ୍ୟାବିନେଟ୍‌ ରୂପରେଖ । ଅପରାହ୍ନରେ ଶପଥ ନେବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନୂଆ ମନ୍ତ୍ରୀ । ନୂଆ ୩୦ ଜଣିଆ ମନ୍ତ୍ରିମଣ୍ଡଳରେ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟଙ୍କ ୫ ଅନୁଗତ ମଧ୍ୟ ଶପଥ ନେବେ। ତେବେ ଗେହଲଟଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୫  ନୂଆ ଚେହେରାଙ୍କୁ ସାମିଲ କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ବୋଲି ସୂଚନା ଦିଆଯାଇଛି ।

ସଚିନଙ୍କ ଅନୁଗତଙ୍କ ମଧ୍ୟରୁ ହେମରାମ ଚୌଧୁରୀ, ବିଶ୍ୱେନ୍ଦ୍ର ସିଂ, ରମେଶ ମୀନା କ୍ୟାବିନେଟ ମନ୍ତ୍ରୀ ହେବାକୁ ଥିବାବେଳେ ବ୍ରିଜେନ୍ଦ୍ର ସିଂ ଓଲା ଓ ମୁରାରି ଲାଲ୍ ମୀନା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ । ଆଜି ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ନାଁ ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ  ଅଶୋକ ଗେହଲଟ ।

ଗତ ରାତିରେ ଗେହଲଟ ରାଜଭବନ ଯାଇ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟି ଶପଥଗ୍ରହଣ ସମାରୋହ ସଂପର୍କରେ ଆଲୋଚନା କରିଛନ୍ତି। ଏଥିସହ ଶପଥ ନେବାକୁ ଥିବା ମନ୍ତ୍ରୀଙ୍କ ତାଲିକା ପ୍ରଦାନ କରିଛନ୍ତି । ଏହା ପୂର୍ବରୁ ପାଇଲଟ୍, ଗେହଲୋଟ୍ ଓ ଗାନ୍ଧିଙ୍କ ମଧ୍ୟରେ ବାରମ୍ବାର ବୈଠକ ହୋଇଥିଲା  ।

ବୈଠକର ନିଷ୍ପତ୍ତି ଅନୁସାରେ ସଚିନଙ୍କ ଅନୁଗତଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ଗେହଲଟଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ତେବେ ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ସଚିନ ପାଇଲଟଙ୍କୁ କେଉଁ ଦାୟିତ୍ୱ ମିଳିବ ସେନେଇ କିଛି ସ୍ପଷ୍ଟ ହୋଇନି ।

ଯଦିଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ଚାହୁଁଛନ୍ତି ସଚିନ ଗୁଜୁରାଟ୍‌ରେ କଂଗ୍ରେସର ମଙ୍ଗ ଧରନ୍ତୁ, ହେଲେ ସଚିନ ରାଜସ୍ଥାନରେ ସଂଗଠନ ଦାୟିତ୍ୱ ସମ୍ଭାଳିବା ଉପରେ ଫୋକସ ଦେଉଛନ୍ତି  ।

ସୂଚନାଯୋଗ୍ୟ, ଗତବର୍ଷ ଗେହଲଟ ସରକାରଙ୍କ ବିରୋଧରେ ସଚିନ ପାଇଲଟଙ୍କ ସମର୍ଥକମାନେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ସଚିନ ଆଣ୍ଡ କୋ ଦିଲ୍ଲୀରେ ଡେରା ପକାଇଥିଲେ। ଶେଷରେ ଗାନ୍ଧି ପରିବାର ଗେହଲଟ ଓ ପାଇଲଟ କଳିରେ ହସ୍ତକ୍ଷେପ କରି ସବୁ କିଛିକୁ ସମାଧାନ କରିଥିଲେ। ଏହି ସମୟରେ ସଚିନ ପାଇଲଟ ଉଠାଇଥିବା ଦାବି ଗୁଡ଼ିକୁ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।

ଏଥିପାଇଁ କଂଗ୍ରେସ ହାଇକମାଣ୍ଡ ୩ ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିର ମତାମତ ଓ ସ୍ଥିତିକୁ ଦେଖି ଏବେ ରାଜସ୍ଥାନ କ୍ୟାବିନେଟକୁ ଅଦଳବଦଳ କରାଯିବ।

Related story