ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାୟବରେଲୀର ହରଚନ୍ଦନପୁର ଷ୍ଟେସନ୍ ନିକଟରେ ବୁଧବାର ସକାଳେ ନ୍ୟୁ ଫରକ୍କା ଏକ୍ସପ୍ରେସ୍ର ଇଞ୍ଜିନ୍ ସହିତ ୮ଟି ବଗି ଲାଇନ୍ ଚ୍ୟୁତ ହୋଇଯାଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି। ଆହୁରି ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି।
[caption id="attachment_286449" align="aligncenter" width="970"] image credit- internet[/caption]
ଆହତଙ୍କ ସଂଖ୍ୟା ଜଣାପଡ଼ିନି। ସ୍ଥାନୀୟ ପ୍ରଶାସନ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଘଟଣାସ୍ଥଳକୁ ଦୁଇଟି ଏନ୍ଡିଆର୍ଏଫ୍ ଟିମ୍କୁ ପଠାଯାଇଛି।
ଟ୍ରେନ୍ଟି ଫରକ୍କାରୁ ରାୟବରେଲୀ ଦେଇ ନୂଆଦିଲ୍ଲୀ ଯାଉଥିଲା। ହରଚନ୍ଦନପୁର ନିକଟରେ ଟ୍ରେନ୍ଟି ଭୁଲ୍ ଟ୍ରାକ୍ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ବୋଲି କୁହାଯାଉଛି। ରେଳବାଇ ଅଧିକାରୀ ଘଟଣାସ୍ଥଳକୁ ଯାଇଛନ୍ତି।
[caption id="attachment_286450" align="aligncenter" width="750"] image credit- ani[/caption]
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଆହତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।