ଚାଇନାକୁ ଘେରିଲା ପାଞ୍ଚ ଦେଶ, ଡ୍ରାଗନ କହିଲା ଆଖି ତାଡ଼ିଦେବ

ବେଜିଂ: ହଂକଂର ସ୍ୱୟଂଶାସିତ କ୍ଷମତାକୁ ହଟାଇବା ପାଇଁ ଚାଇନା ସ୍ୱତନ୍ତ୍ର ନୀତି ଆପଣାଇଛି। ଏହାକୁ କିନ୍ତୁ ଅନେକ ଦେଶ ବିରୋଧ କରୁଛନ୍ତି। ଚାଇନାର ଏହି ଏକଛାଟିଆ ନୀତିକୁ ପାନେ ଦେବା ଏବେ ଏକ ହୋଇଛନ୍ତି ପାଞ୍ଚ ଦେଶ। ଅନ୍ୟପଟେ ଚାଇନା ଏହାକୁ ନେଇ ଚିହିଁକି ଉଠିଛି। ଦୃଢ଼ ଜବାବ ଦେବାକୁ ଯାଇ ଧମକ ମଧ୍ୟ ଦେଇଛି। ହଂକଂକୁ ଆଭ୍ୟନ୍ତରୀଣ ପ୍ରସଙ୍ଗ କହି ମୁଣ୍ଡ ପୁରାଇଲେ ପାଞ୍ଚ ଦେଶର ଆଖି ତାଡ଼ିଦେବ ବୋଲି କହିଛି। ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ, […]

china foreign minsiter

Subhransu Sekhar
  • Published: Friday, 20 November 2020
  • , Updated: 21 November 2020, 12:00 PM IST

ବେଜିଂ: ହଂକଂର ସ୍ୱୟଂଶାସିତ କ୍ଷମତାକୁ ହଟାଇବା ପାଇଁ ଚାଇନା ସ୍ୱତନ୍ତ୍ର ନୀତି ଆପଣାଇଛି। ଏହାକୁ କିନ୍ତୁ ଅନେକ ଦେଶ ବିରୋଧ କରୁଛନ୍ତି। ଚାଇନାର ଏହି ଏକଛାଟିଆ ନୀତିକୁ ପାନେ ଦେବା ଏବେ ଏକ ହୋଇଛନ୍ତି ପାଞ୍ଚ ଦେଶ। ଅନ୍ୟପଟେ ଚାଇନା ଏହାକୁ ନେଇ ଚିହିଁକି ଉଠିଛି। ଦୃଢ଼ ଜବାବ ଦେବାକୁ ଯାଇ ଧମକ ମଧ୍ୟ ଦେଇଛି। ହଂକଂକୁ ଆଭ୍ୟନ୍ତରୀଣ ପ୍ରସଙ୍ଗ କହି ମୁଣ୍ଡ ପୁରାଇଲେ ପାଞ୍ଚ ଦେଶର ଆଖି ତାଡ଼ିଦେବ ବୋଲି କହିଛି।

ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ କାନାଡା ଏକ ହୋଇ ‘ଫାଇଭ୍ ଆଇଜ୍’ ନାମକ ସଂଗଠନ ଗଢ଼ିଛନ୍ତି। ଚାଇନା ଏବେ ହଂକଂର ନିର୍ବାଚିତ ସାଂସଦଙ୍କ ନିର୍ବାଚନ ପ୍ରକ୍ରିୟାକୁ ରଦ୍ଦ କରିଛି। ଯାହାକୁ ଏହି ଫାଇଭ୍ ଆଇଜ୍ କଡ଼ା ବିରୋଧ କରିଛି।

ଏହି ଫାଇଭ୍ ଆଇଜ୍ ଦେଶର ବୈଦେଶିକ ମନ୍ତ୍ରୀମାନେ କହିଛନ୍ତି ଯେ ଚାଇନା ଏହାର ନିୟମ ପ୍ରତ୍ୟାହାର କରିବା ଦରକାର। ହେଲେ ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ ଚେତାବନୀ ଦେବାକୁ ଯାଇ କହିଛନ୍ତି ଚାଇନାର ଆଭ୍ୟନ୍ତରୀଣ ବ୍ୟାପାରଠାରୁ ଏହି ଦେଶ ସବୁ ଦୂରରେ ରହିବା ଉଚିତ୍। ନଚେତ୍ ଫାଇଭ୍ ଆଇଜ୍ ଦେଶର ଆଖି ବାହାର କରିଦେବୁ। ଚୀନ୍ କାହାକୁ ହଇରାଣ କରେ ନି କିମ୍ବା ଭୟ କରେ ନି ବୋଲି ସେ କହିଛନ୍ତି।

ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଏବଂ କାନାଡା ମଧ୍ୟରେ ଏକ ଗୁପ୍ତଚର ଚୁକ୍ତି ରହିଛି। ଯାହାକୁ 'ଫାଇଭ୍ ଆଇଜ୍' କୁହାଯାଉଛି। ଯଦି ସେମାନେ ଚାଇନାର ସୁରକ୍ଷା ଏବଂ ବିକାଶକୁ କ୍ଷତି ପହଞ୍ଚାଇବାକୁ ଷଡଯନ୍ତ୍ର କରିବେ ତା’ହେଲେ ପରିଣତି ଭୟଙ୍କର ହେବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ହଂକଂ ବ୍ରିଟେନ ଅଧୀନରେ ଥିଲା। ହେଲେ ଜୁଲାଇ ୧, ୧୯୯୭ରେ ଏହି ଦେଶକୁ ବ୍ରିଟେନ ଚୀନକୁ ହସ୍ତାନ୍ତର କରିଥିଲା। ହସ୍ତାନ୍ତର ପୂର୍ବରୁ ୧୯୮୪ରେ ଚୀନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଝାଓ ଜିଆଙ୍ଗ ହଂକଂକୁ ସ୍ୱାଧୀନ ଦେଶ ଭାବେ ବଜାୟ ରଖିବାକୁ ଗ୍ୟାରେଣ୍ଟି ଦେଇଥିଲେ ବ୍ରିଟେନକୁ। ଏଥିସହ ହସ୍ତାନ୍ତର ପରେ ମଧ୍ୟ ବ୍ରିଟେନରେ ପାଟନ୍ (୭୬) ଅନୁଯାୟୀ ବ୍ରିଟେନ ହଂକଂର ନୀତି, ଅର୍ଥନୀତିକ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ମତ ରଖିବାର ଅଧିକାର ପାଇଥିଲା।

ଚୀନ୍ ସରକାର ଚଳିତ ବର୍ଷ ମେ ୨୮ରେ ତାଙ୍କ ସଂସଦ ନ୍ୟାଶନାଲ୍ ପିପୁଲସ କଂଗ୍ରେସ (ଏନପିସି)ରେ ଏହି ବିବାଦୀୟ ହଂକଂ ଜାତୀୟ ସୁରକ୍ଷା ବିଧେୟକ ପାରିତ କରିଥିଲେ। ଚାଇନା ସରକାର ଏହି ବିଲ୍ ପାରିତ କରାଇ ଅନ୍ୟ ଦେଶର ଚ୍ୟାଲେଞ୍ଜକୁ ଆହ୍ୱାନ କରି ସାରିଛନ୍ତି। ସମାଲୋଚକ ଏହାକୁ ‘କିଲର ବ୍ଲୋ’ ବୋଲି କହିଛନ୍ତି। ଏହି ଆଇନ୍ ହଂକଂର ସ୍ୱାଧାନୀତା ଉପରେ ଅଙ୍କୁଶ ଲଗାଇବ।

ହଂକଂ କିନ୍ତୁ ଏହି ବିଲକୁ ବିରୋଧ କରୁଛି। ବର୍ଷ ତଳେ ଏହି ବିଲକୁ ବିରୋଧ କରି ରାଜରାସ୍ତାରେ ଛତା ଧରି ଆନ୍ଦୋଳନ କରିଥିଲେ ହଂକଂ ବାସୀ। ଏହାପରେ ଚାଇନା ଏହି ରାଲିର ନେତୃତ୍ୱ ନେଇଥିବା କିଛି ନେତାଙ୍କୁ ଗିରଫ୍ କରି ଜେଲରେ ରଖିଛି।

 

ଆଗକୁ ପଢନ୍ତୁ: ଶପିଂ ମଲରେ ଗୁଳିକାଣ୍ଡ: ୮ ଆହତ, ଅଭିଯୁକ୍ତ ଫେରାର

 

Related story